Posted inଖେଳ

କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଳାହାଣ୍ଡି ବିଜୟୀ

ଭୁବନେଶ୍ୱର, ୫ା୫(ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚଗୁଡ଼ିକରେ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଓ କଳାହାଣ୍ଡି ସେମାନଙ୍କ ମ୍ୟାଚଗୁଡ଼ିକରେ ବିଜୟ ଲାଭ କରିଛନ୍ତି। କଟକସ୍ଥିତ ବିଡ଼ାନାସୀ ଗ୍ରାଉଣ୍ଡରେ କନ୍ଧମାଳ ୨-୧ ଗୋଲ୍‌ରେ ଭଦ୍ରକକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ପିଣ୍ଟୁ ସାନ୍ତା ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଭଦ୍ରକ ତରଫରୁ ଅଜୟ ମାରାଣ୍ଡି ଗୋଟିଏ ଗୋଲ୍‌ ଦେଇଥିଲେ। ଭୁବନେଶ୍ୱରସ୍ଥିତ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଢେଙ୍କାନାଳ ୪-୦ ଗୋଲ୍‌ରେ କେନ୍ଦ୍ରାପଡ଼ାକୁ ପରାଜିତ କରିଛି। ଢେଙ୍କାନାଳ ପକ୍ଷରୁ ଅନୀଲ ସ୍ବାଇଁ, ଆଶିଷ ମାଝି, ରଜତ କୁମାର ରାଉତ ଓ ଫଗୁଆ କିସ୍‌କୁ ଗୋଲ ଦେଇଥିଲେ। ସେହିପରି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଗ୍ରାଉଣ୍ଡରେ ସମ୍ବଲପୁର ବିପକ୍ଷରେ ଖୋର୍ଦ୍ଧା ୨-୧ ଗୋଲ୍‌ରେ ବିଜୟ ଲାଭ କରିଛି। ଖୋର୍ଦ୍ଧ ପକ୍ଷରୁ ସକିର ଅହମ୍ମଦ ଓ ମନୋଜ ସ୍ବାଇଁ ଗୋଲ ସ୍କୋର କରିଥିବା ବେଳେ ବିପକ୍ଷ ସମ୍ବଲପୁର ପକ୍ଷରୁ ଏକମାତ୍ର ଗୋଲ ରଞ୍ଜନ ମୁଣ୍ଡା ସ୍କୋର କରିଥିଲେ। କଟକସ୍ଥିତ ଓଟିଏମ୍‌ ଗ୍ରାଉଣ୍ଡରେ କଳାହାଣ୍ଡି ୬-୧ ଗୋଲ୍‌ରେ ନୂଆପଡ଼ାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଭବାନୀ ଶଙ୍କର ବିମଳ ବ୍ୟକ୍ତିଗତ ୩ ଗୋଲ୍‌ ସ୍କୋର କରିଥିବା ବେଳେ ସମୀର ମାଝି ଦୁଇଟି ଏବଂ ଭେଙ୍କଟେଶ୍ୱର ଓରାମ ଗୋଟିଏ ଗୋଲ୍‌ ଦେଇଥିଲେ। ନୂଆପଡ଼ା ପକ୍ଷରୁ ଏକମାତ୍ର ଗୋଲ୍‌ ଅର୍ଜୁନ ନିଆଳ ଦେଇଥିଲେ। ଗୁରୁବାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ୮ଟି ଦଳ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ଗ୍ରୁପ୍‌ ‘ଏକ୍ସ’ରୁ ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ ଓ ଝାରସୁଗୁଡ଼ା ଏବଂ ଗ୍ରୁପ୍‌ ‘ଓ୍ବାଇ’ରୁ କଟକ, କନ୍ଧମାଳ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ଖୋର୍ଦ୍ଧା। କ୍ୱାର୍ଟରଫାଇନାଲ ଶୁକ୍ରବାର ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri