Posted inଖେଳ

କମଲ୍‌ପ୍ରୀତ ୩ ବର୍ଷ ବାସନ୍ଦ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଟୋକିଓ ୨୦୨୦ରେ ସଫଳତାର ଶିଖର ଛୁଇଁଥିବା ମହିଳା ଡିସ୍‌କସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି। ତାଙ୍କ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ପଦାର୍ଥ ଷ୍ଟାନୋଜୋଲୋଲ ମିଳିଥିବା ବେଳେ ଆଥ୍‌ଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ (ଏଆଇୟୁ) ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ମାର୍ଚ୍ଚ ୨୯, ୨୦୨୨ଠାରୁ ଏହି ବାସନ୍ଦାଦେଶ ଲାଗୁ କରାଯିବ। ମାର୍ଚ୍ଚ ୭ ତାରିଖରେ ପଟିଆଲାରୁ ସଂଗୃହୀତ ନମୁନାରେ ଷ୍ଟେରଏଡ ମିଳିବା ପରେ ମେ’ ମାସରେ ତାଙ୍କୁ ମୌଖିକ ଭାବରେ ବାସନ୍ଦ କରାଯାଇଥିଲା। ଷ୍ଟାନୋଜୋଲୋଲ ଏକ ଆନାବଲିକ୍‌ ଷ୍ଟେରଏଡ୍‌, ଏହାର ବ୍ୟବହାର ମାଂସପେଶୀର ଆକାର ବୃଦ୍ଧି ପାଇଁ ବ୍ୟବହୃତ କରାଯାଇଥାଏ।

କମଲପ୍ରୀତ ନିଜର ବି ନମୁନା ପରୀକ୍ଷଣ ପାଇଁ ମନା କରିଥିଲେ। ହାତରୁ ଖର୍ଚ୍ଚ କରି ସେ ବି ନମୁନା ପରୀକ୍ଷଣ କରିବାକୁ ଅରାଜି ଥିବା ଏଆଇୟୁ ପକ୍ଷରୁ କୁହାଯାଇଛି। ଟୋକିଓ ଅଲିମ୍ପିକ୍ସରେ ଷଷ୍ଠ ସ୍ଥାନରେ ରହି କମଲପ୍ରୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ୬୫.୦୬ ମିଟରର ଥ୍ରୋ ସହିତ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିବା ସହିତ ୬୩.୭୦ ମିଟରର ଥ୍ରୋ ସହିତ ଷଷ୍ଠ ସ୍ଥାନ ହାସଲ କରିଥିଲେ। ଭାରତୀୟଙ୍କ ମଧ୍ୟରେ ଫିଲ୍ଡ ଇଭେଣ୍ଟରେ ଏହା ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୨୬ ବର୍ଷୀୟ କମଲପ୍ରୀତ ୪ଟି ସପ୍ଲିମେଣ୍ଟ ନେଉଥିବା ବେଳେ ଏଥିରୁ ଗୋଟିଏରେ ଷ୍ଟାନୋଜୋଲୋଲ ରହିଥିଲା।

ଏହି ସପ୍ଲିମେଣ୍ଟଗୁଡ଼ିକ ନ୍ୟାଶନାଲ ଡୋପ ଟେଷ୍ଟିଂ ଲାବୋରେଟୋରିରେ ପରୀକ୍ଷଣ ପରେ ମଧ୍ୟ ସମାନ ଫଳ ଆସିଥିଲା। ଏଆଇୟୁ ପକ୍ଷରୁ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ୧୦-୧୫ ଫେବୃୟାରୀ ମଧ୍ୟରେ ସେ ଏହି ସପ୍ଲିମେଣ୍ଟ ସେବନ ଆରମ୍ଭ କରିଥିଲେ। ଅଭ୍ୟାସ ସମୟରେ ସପ୍ତାହକୁ ୫ ଦିନ ସେ ଏହା ସେବନ କରୁଥିବା କମଲପ୍ରୀତ ସ୍ବୀକାର କରିଥିଲେ। ଏହି ଷ୍ଟେରଏଡ ତାଙ୍କୁ କେମିତି ମିଳିଲା ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନ ଥିଲେ। ସେପ୍ଟେମ୍ବର ୭ ତାରିଖରେ ଏଆଇୟୁ ପକ୍ଷରୁ ନୋଟିସ ଦିଆଯାଇଥିଲା। ଏହାର ୨୦ ଦିନ ପରେ କମଲପ୍ରୀତ ନିଜ ଭୁଲ ସ୍ବୀକାର କରିଥିଲେ। ଫଳସ୍ବରୂପ ୪ ବର୍ଷର ବାସନ୍ଦାଦେଶକୁ ୩ ବର୍ଷକୁ ହ୍ରାସ କରାଯାଇଥିଲା। ଏହା ସହ ମାର୍ଚ୍ଚ ୭ ପରଠାରୁ କମଲପ୍ରୀତଙ୍କ ନାମରେ ଥିବା ସମସ୍ତ ରେକର୍ଡକୁ ଖାରଜ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri