ଭୁବନେଶ୍ୱର,୨୮।୫: ଦେଶର ପ୍ରମୁଖ ତଥା ବିଳାସପୂର୍ଣ୍ଣ ଘଣ୍ଟା ପ୍ରତିଷ୍ଠାନ କମଲ ୱାଚ୍ କୋ.ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶନିବାର ଭୁବନେଶ୍ୱରର ଜାଭିୟର ସ୍କୋୟାରସ୍ଥିତ ସାଣ୍ଡି ଟାଓ୍ବାର ହୋଟେଲ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ସେବାୟତ ଜଗନ୍ନାଥ ସ୍ବାଇଁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ଲୋକ ସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ସମେତ କମଲ ଓ୍ବାଚ୍ କୋ.ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କମଲ ୱାଚ୍ କନ୍ସେପ୍ଟର ନିର୍ଦ୍ଦେଶକ ନିଶାନ୍ତ ଟୋଟଲା କହିଛନ୍ତି, କମଲ ୱାଚ୍ କୋ ସହ ଜଡ଼ିତ ହେବା ଏକ ଗୌରବର ବିଷୟ, ଯାହାକି ଏକ ବ୍ରାଣ୍ଡ୍ ଚମତ୍କାରିତା ଏବଂ ଅତୁଳନୀୟ କାରିଗରିର ଉଦାହରଣ । ବିଶେଷକରି ଶୋ’ରୁମ୍ ଆରମ୍ଭ ହେବା ସହିତ ଗ୍ରାହକଙ୍କୁ ଆମେ ଏକ ଅପୂର୍ବ ଅଭିଜ୍ଞତା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ସୂଚନାଯୋଗ୍ୟ, ୧୯୬୯ରେ ହାଇଦ୍ରାବାଦର ଆବିଡସଠାରେ ପ୍ରତିଷ୍ଠାନର ପ୍ରଥମ ଷ୍ଟୋର ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ସମୟରେ ପ୍ରତିଷ୍ଠାନର ୫୦ ତମ ଷ୍ଟୋର ଭାରତ ବଜାରରେ ରହିଛି। ସେହିଭଳି ଓଡ଼ିଶା ବଜାରରେ ପ୍ରତିଷ୍ଠାନର ଏହା ୩ୟ ଷ୍ଟୋର ହୋଇଥିବା ବେଳେ ଏହା ପୂର୍ବରୁ ଭୁବନେଶ୍ୱରର ଏସ୍ପ୍ଲାନେଡ୍ ମଲ୍ ଓ ଜନପଥ ରୋଡ୍ରେ ୨ଟି ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଦୀର୍ଘଦିନରୁ କାରବାର କରୁଛି।


