‘ଇଣ୍ଡିଆନ ୨’ ପାଇଁ କମଲ ହାସନଙ୍କ ଜବରଦସ୍ତ ଟ୍ରାନ୍ସଫରମେଶନ,ମେକଅପ ପାଇଁ ଲାଗିଲା ୪ ଘଣ୍ଟା

ମୁମ୍ବାଇ: ସାଉଥ ତଥା ବଳିଉଡର ଆଗଧାଡିର ଅଭିନେତା କମଲ ହାସନ ଲୁକ ବଦଳାଇବାରେ ଖୁବ ଓସ୍ତାଦ। ସେ ତାଙ୍କ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ ରଖିବାକୁ ପସନ୍ଦ କରିଥାଆନ୍ତି। ଆକ୍ଟର ପ୍ରତିଥର କିଛି ଭିନ୍ନ ତଥା ଦମଦାର ଚରିତ୍ରରେ ନଜର ଆସିଥାଆନ୍ତି।

ସେ ‘ଚାଚି ୪୨୦’ ହେଉ କିମ୍ବା ‘ଅପ୍ପୁ ରାଜା’, ‘ଅଭୟ’, ‘ଦଶାବତାରମ’ ଭଳି ମୁଭି ହେଉ, କମଲ ହାସନ ତାଙ୍କ ଅଭିନୟ ଏବଂ ନିଷ୍ଠା ବଳରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କମଲ ହାସନଙ୍କ ମୁଭି ବିକ୍ରମ ଗତ ବର୍ଷର ସବୁଠାରୁ ବଡ ହିଟ ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ସେ ଶଙ୍କରଙ୍କ ସହ ତାଙ୍କର ୧୯୯୬ ହିଟ ଫିଲ୍ମ ‘ଇଣ୍ଡିଆନ’ର ସିକ୍ୱେଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ଦ୍ୱିତୀୟ ଭାଗରେ, ମୁଭିର କାହାଣୀ ଆଗକୁ ବଢିବା ଦେଖାଯିବ, ଯାହା ପରେ ଅଭିନେତାଙ୍କ ଚରିତ୍ର ୯୦ବର୍ଷର ହେବ।
ଏହି ଫିଲ୍ମରେ କମଲ ହାସନ ସେନାପତିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ବର୍ତ୍ତମାନ ପରଦାରେ ୯୦ବର୍ଷ ବୟସ୍କା ଭୂମିକାରେ ଅଭିନୟ କରିବାକୁ ପଡିବ। ଏଥିପାଇଁ ଅଭିନେତା କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ପ୍ରଥମ ଲୁକ ପୋଷ୍ଟରରେ ଅଭିନେତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଥିଲା। ବର୍ତ୍ତମାନ ତାଙ୍କର ଟ୍ରାନ୍ସଫରମେଶନ ସହ ଜଡିତ କୌତୁହଳପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପ୍ରଡକସନ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ କମଲ ହାସନ ତାଙ୍କ ଚରିତ୍ରରେ ପ୍ରବେଶ କରିବାକୁ ୪ଘଣ୍ଟା ସମୟ ଲାଗିଥିଲା। ଅଭିନେତା ନିଜର ମେକଅପ କରିବାକୁ ୪ଘଣ୍ଟା ସମୟ ନେଇଥିଲେ। ଏହା ପରେ ସେ କମାଣ୍ଡର ହୋଇପାରନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମୁଭି ପାଇଁ କମଲ ହାସନ ଚାରି ଗୁଣା ଅଧିକ ପରିଶ୍ରମ କରିଛନ୍ତି। ୬୮ ବର୍ଷ ବୟସରେ ବି ଅଭିନେତା ନିଜକୁ ଖୁବ ଫିଟ୍‌ ରଖୁଛନ୍ତି। ସେ ଏହି ଚରିତ୍ରରେ ଅଭିନୟ କରିବାକୁ ନିଜକୁ ପ୍ରସ୍ତୁତ କରିବା ପାଇଁ ଭୋର ୩ଟାରେ ବିଛଣାରୁ ଉଠି ଯାଇଥାଆନ୍ତି। ଠିକ ୩ଟା ୩୦ରେ ଜିମ ଯାଇଥାଆନ୍ତି ଆଉ ୫ଟାରେ ମେକଅପ ଚେୟାରେ ବସି ଯାଇଥାଆନ୍ତି। ଏହାପରେ ସେ ୯ଟା ସୁଦ୍ଧା ପ୍ରସ୍ତୁତ ହୋଇ ଯାଇଥାଆନ୍ତି।
‘ଇଣ୍ଡିଆନ ୨’ର ପ୍ରଥମ ଭାଗ ବି ହିଟ ହୋଇଥିଲା। ଦର୍ଶକଙ୍କ ଫେବରେଟ ଆକ୍ଟର କମଲ ହାସନ ଏଥିରେ ଲିଡ ରୋଲରେ ଆସିଥିଲେ। ଏବେ ‘ଇଣ୍ଡିଆନ ୨’ରେ ଅଭିଷେକ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନ ବି ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri