Posted inଖେଳ

ଭାରତୀ, ଅମୂଲ୍ୟଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ଷାଠିଏ ଓ ସତୁରି ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲକିପର ଭାବେ ପରିଚିତ ଥିବା ଭାରତୀକୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ଅମୂଲ୍ୟ ଶ୍ରେଷ୍ଠ କୋଚ୍‌ ଏବଂ ଭାରତୀକୃଷ୍ଣ ଲାଇଫ ଟାଇମ ପୁରସ୍କାର ଲାଭ କରିବେ। ବିଶିଷ୍ଟ କ୍ରିକେଟ କୋଚ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ମାରୁତି ଇଷ୍ଟେଟ ଇଣ୍ଡିଆ (ପ୍ରା.) ଲିମିଟେଡ ଏହାର ପ୍ରାୟୋଜକ ରହିଛି। ଫେବୃଆରୀ ୧୮ରେ କ୍ଲବ ପରିସରରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି।
୬୦ ଦଶକରେ ଲିଟିଲ ଥଙ୍ଗରାଜ ଭାବରେ ଡକା ଯାଉଥିବା ଭାରତୀକୃଷ୍ଣ ମିଶ୍ର ୧୯୬୫ରେ ଟୋକିଓରେ ଅନୁଷ୍ଠିତ ୟୁଥ୍‌ ଏସିଆନ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇ ଖେଳିଥିଲେ। ୧୯୬୦ରେ ପ୍ରଥମ ସୁବ୍ରତ କପ୍‌ରେ ଭାରତୀ ସାମିଲ ଥିବା ଓଡ଼ିଶା ଦଳ ସେମି ଫାଇନାଲକୁ ଯାଇଥିଲା। ୧୯୬୭ରେ ସେମିକୁ ଯାଇଥିବା ଓଡ଼ିଶା ସନ୍ତୋଷ ଟ୍ରଫି ଦଳରେ ସେ ସାମିଲ ଥିଲେ ଏବଂ ତା’ ପରବର୍ଷ ଏହି ପ୍ରତିଯୋଗିତାରେ ସେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। କମ୍ବାଇଣ୍ଡ କଟକ ଦଳରୁ ସେ ୬୦ ଦଶକରେ ଆଇଏଫଏ ସିଲ୍‌ଡ, ଡୁରାଣ୍ଡ ଏବଂ ରୋଭର୍ସ କପ୍‌ରେ ନିୟମିତ ଖେଳିଥିଲେ। ଭ୍ରମଣକାରୀ ସୋଭିଏଟ୍‌ ସଂଘ ଦଳ ବିପକ୍ଷରେ ତିନୋଟି ମ୍ୟାଚ ଖେଳିବା ସହ ଗୋଟିକରେ ନେତୃତ୍ୱ ମଧ୍ୟ ନେଇଥିଲେ। ୧୯୮୨ ଏସିଆନ ଗେମ୍ସ ବେଳେ ସେ ଜାତୀୟ ଫୁଟବଲ ଚୟନକର୍ତ୍ତା ଥିଲେ ଏବଂ ୧୯୮୩ ଓ ୧୯୮୪ର ଜାତୀୟ ସ୍ପଟର ଥିଲେ। ସେଲ ଫୁଟବଲ ଏକାଡେମୀ ସ୍ଥାପନ କମିଟିର ସଦସ୍ୟ ସହ ଓଡ଼ିଶା ସନ୍ତୋଷ ଟ୍ରଫି ଦଳର କୋଚ ଓ ଚୟନକର୍ତ୍ତା ଦାୟିତ୍ୱ ତୁଲାଇଥିଲେ ଭାରତୀ। ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଫୁଟବଲ, ଭଲିବଲ ଏବଂ କ୍ରିକେଟରେ ପ୍ରତିନିଧିତ୍ୱ କରିଥିଲେ। ବୁର୍ଲା ଇଞ୍ଜିନିୟରିଂ କଲେଜରୁ ସେ ଶିକ୍ଷା ଗ୍ରହଣ କରିଥିଲେ ।
ସେହିପରି ଅମୂଲ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳରୁ ତିନି ବର୍ଷ ହକି ଖେଳିବା ପରେ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରୁ କୋଚ ଭାବେ ତାଲିମପ୍ରାପ୍ତ ହୋଇ ୧୯୯୧ରୁ କୋଚ ଭାବେ ଦାୟିତ୍ୱ ଆରମ୍ଭ କରିଥିଲେ। ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ କୋଚ ଭାବରେ କାର୍ଯ୍ୟ କରିବା ଭିତରେ ଭାରତୀୟ ହକି ଦଳ ପାଇଁ ଏକାଧିକ କ୍ୱାଲିଟି ଖେଳାଳି ପ୍ରଦାନ କରିଛନ୍ତି। ଏହି ଖେଳାଳିଙ୍କ ତାଲିକା ବେଶ୍‌ ଲମ୍ବା। ସେମାନଙ୍କ ମଧ୍ୟରେ ଅଛନ୍ତି ଇଗ୍ନେସ ଓ ପ୍ରବୋଧ ତିର୍କୀ, ୱିଲିୟମ ଖାଲକୋ, ଜ୍ୟୋତି ସୁନୀତା କୁଲୁ, ସୁନୀଲ ଏକ୍କା, ସୁନୀଲ ଜୋଜୋ ଏବଂ ସୁଦୀପ ଚିରମାକୋ ପ୍ରମୁଖ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri