Categories: ବାଣିଜ୍ୟ

କଲ୍ୟାଣର ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସ

ଭୁବନେଶ୍ୱର,୨୬।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘କଲ୍ୟାଣ ଜୁଏଲର୍ସ’ ପକ୍ଷରୁ କଲ୍ୟାଣର ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍‌ସ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ କଲ୍ୟାଣ ଜୁଏଲର୍ସ ଷ୍ଟୋରରେ ଉପଲବ୍ଧ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସରେ ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ ଗ୍ରାହକମାନେ ସୁନା ଅଳଙ୍କାରର କ୍ରୟ ଉପରେ ଫ୍ଲାଟ୍‌ ୫୦% ର ରିହାତି ସର୍ତ୍ତାବଳୀ ଅନୁଯାୟୀ ପାଇପାରିବେ। ଏପରିକି ସମସ୍ତ ସୁନାଗହଣାର ମେକିଂ ଚାର୍ଜ ଉପରେ ଏହି ସ୍ବତନ୍ତ୍ର ରିହାତି ପ୍ରଯୁଜ୍ୟ ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ କୁହାଯାଇଛି।

Share