ନୂଆପଡ଼ା,୭ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍ ଆମସେନା ପଞ୍ଚାୟତର କଲ୍ୟାଣପୁର-ପଟପରପାଲି ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ କଲ୍ୟାଣପୁର ସମେତ ଆଖପାଖ ୫ଖଣ୍ଡ ଗ୍ରାମର ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ପରଠାରୁ ପ୍ରାୟ ୨୦ ବର୍ଷ ହେବ ମରାମତି କାର୍ଯ୍ୟ କରାଯାଇ ନାହିଁ। ଦୈନିକ ଏହି ରାସ୍ତାରେ ଭାରିଯାନ ଚଳାଚଳ କରିବା ଦ୍ୱାରା ଖାଲଖମାରେ ପରିଣତ ହୋଇଛି। ଅସରାଏ ବର୍ଷା ହେଲେ ପାଣି ଜମି ମଶାମାଛିଙ୍କ ବଂଶ ବୃଦ୍ଧି ହୋଇ ରୋଗର କାରଣ ସାଜୁଛି। ରାସ୍ତା ମରାମତି ପାଇଁ ପଞ୍ଚାୟତଠାରୁ ଆରମ୍ଭକରି ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରିନିଧିଙ୍କୁ ଲିଖିତ ଭାବରେ ଜଣାଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ଆଗକୁ ବର୍ଷାଋତୁ ଆସୁଥିବାରୁ ତୁରନ୍ତ ରାସ୍ତା ମରାମତି ସହ ଉଭୟ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ

