Categories: ବାଣିଜ୍ୟ

ବ୍ରହ୍ମପୁରରେ କଲ୍ୟାଣ ଜୁଏଲର୍ସ

ବ୍ରହ୍ମପୁର ଅଫିସ,୪ା୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘କଲ୍ୟାଣ ଜୁଏଲର୍ସ’ର ଏକ୍ସକ୍ଲୁସିଭ୍‌ ଶୋ’ରୁମ୍‌ ବ୍ରହ୍ମପୁରର ସିଟି ହାଇସ୍କୁଲ ରୋଡ୍‌ରେ ଶନିବାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କଲ୍ୟାଣ ଜୁଏଲର୍ସର ସିଓଓ ସଞ୍ଜୟ ରଘୁରମଣ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଗତ ବର୍ଷଗୁଡ଼ିକରେ ବ୍ୟକ୍ତିଗତ ଭାବେ ଭଲ ଲାଗିବା ଓ ସେବାଭିତ୍ତିକ ଶପିଂ ଅନୁଭୂତି ପ୍ରଦାନ କରି ଆମେ ଆମର ପୃଷ୍ଠପୋଷକଙ୍କୁ ସୁବିଧା ସୁଯୋଗ ଦେବାରେ ବଡ଼ ପଦକ୍ଷେପ ଗ୍ରହଣ କରିଛୁ ବୋଲି ସଞ୍ଜୟ କହିଛନ୍ତି। ବର୍ତ୍ତମାନ ଆମେ ଦୃଢ ଗ୍ରାହକ ବିଶ୍ୱସନୀୟତା ଓ ବଜାରରେ ବ୍ରାଣ୍ଡ୍‌ ପରିଚୟ ଉପଭୋଗ କରୁଛୁ। ରାଜ୍ୟରେ ଏହା ୨ୟ ଶୋ’ରୁମ ହୋଇଥିବାବେଳେ ବଜାର ଅଂଶ ଓ ବ୍ରାଣ୍ଡ୍‌ର ଉପସ୍ଥିତିକୁ ସମ୍ପ୍ରସାରଣ କରିପାରିଛୁ। ଏହି ପରିପ୍ରେକ୍ଷୀରେ ପ୍ରତି ୧ ଲକ୍ଷ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ବୋଲି ଷ୍ଟୋର ପକ୍ଷରୁ ଘୋଷଣା କରାଯାଇଛି। ଏହା ସହ ପ୍ରତି ଗ୍ରାମର ଗଢା ମୂଲ୍ୟ ଉପରେ ତତ୍କାଳ ୩ ଶହ ଟଙ୍କାର ରିହାତି ଓ ପୁରୁଣା ସୁନା ବଦଳ ଉପରେ ପ୍ରତି ଗ୍ରାମରେ ଅଧିକ ୫୦ ଟଙ୍କା ପ୍ରଦାନ କରାଯିବ ବୋଲି  କଲ୍ୟାଣ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ସେହଭଳି ଷ୍ଟୋର ପକ୍ଷରୁ କଲ୍ୟାଣ ସୁନା ଦରର ମଧ୍ୟ ଶୁଭାରମ୍ଭ କରାଯାଇଛି।

Share