୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଧ: ଜିଲାପାଳ କହିଲେ…

ଦାରିଙ୍ଗବାଡ/ଭଞ୍ଜନଗର,୨୩।୯(ଅରୁଣ ସାହୁ/ବାବୁଲା ପ୍ରଧାନ): ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା। ସୋମବାର ଦ୍ବିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜଲାପାଳଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲାପାଳ ଏହି ନିର୍ଣ୍ଣୟ ନେଇଥିବା ଜଣପଡ଼ିଛି। ତେବେଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ ଯାଇ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବ ବୋଲି ଜିଲାପାଳ କହିଛନ୍ତି।

ବିଗତ ୧୫ ଦିନ ମଧ୍ୟରେ କଳିଙ୍ଗା ଘାଟିରୁ ୫ରୁ ଊଦ୍ଧର୍‌ବ ଥର ପଥର ଖସିଲାଣି। ଗତ ୧୬ ତାରିଖରେ ବଡ଼ ଧରଣର ପଥର ସବୁ ଝରଣାରେ ଗଡି ଗଡ଼ି ପାହାଡ ତଳକୁ ଆସିଥିଲା। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ ରାଜପଥର ଏକାଧିକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ତେଣୁ ଆଜକୁ ଏକ ସପ୍ତାହ ହେବ ଜାତୀୟ ରାଜପଥ ଉପରେ ଯାତାୟତ ବନ୍ଦ ଅଛି । ଆଗକୁ ରାସ୍ତା ସ୍ବଭାବିକ ହେବାକୁ ବହୁତ ଦିନ ଲାଗିଯିବ।
ଗତ ୧୬ ତାରିଖରେ ବହୁ ପରିମାଣର ପଥର ଖସିଥିଲା। ସେଥିମଧ୍ୟରୁ ଆହୁରି ଶହ ଶହ ପଥର ବିପଦଶଙ୍କୁଲ ଅବସ୍ଥାରେ ରାସ୍ତା କଡର ପାହାଡ ଉପରେ ରହିଛି। ବର୍ତ୍ତମାନ ରାସ୍ତା ସ୍ବଭାବିକ ପାଇଁ ବଡବଡ ହାଇୱା ଗାଡ଼ି  ଲାଗିଛି। ମାତ୍ର ଉକ୍ତ ଗାଡ଼ି ଏବଂ ବାରମ୍ବାର ବର୍ଷାର ପ୍ରଭାବରେ ପୁଣି ପଥର ଖସୁଛି। ଯେଉଁ ପଥର ଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ଅଛି ତାହା ଖସୁଛି। ସୋମବାର  ଦିନକ ମଧ୍ୟରେ ୩ ଥର ପଥର ଖସିଛି। ଖବର ପାଇ ସନ୍ଧ୍ୟାରେ ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri