ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ

ବଲାଙ୍ଗୀର, ୨୯।୧(ବୀରେନ୍ଦ୍ର କୁମାର ଝାଙ୍କର): ରାଜନୀତରେ ପ୍ରତିଦ୍ୱନ୍ଦ୍ୱିତାରୁ ଆରମ୍ଭ ହୋଇଯାଏ ପରସ୍ପର ବିରୋଧୀ ମତ, ମନ୍ତବ୍ୟ। ଏଭଳି ପ୍ରତିଦ୍ୱନ୍ଦ୍ୱିତା, ମତ-ମନ୍ତବ୍ୟ ପିଢ଼ିପିଢ଼ି ଧରି ଲାଗି ରହିଲେ ସାଧାରଣରେ ଏହା ପାରିବାରିକ ବିରୋଧର ରୂପ ନେଇଥାଏ। ଏଭଳି ଧାରଣା କେବଳ ରାଜନୈତିକ ବାତାବରଣକୁ ନୁହେଁ, ବରଂ ଗୋଟିଏ ଅଞ୍ଚଳକୁ ରାଜନୈତିକ ତିକ୍ତତା ଭିତରକୁ ବି ଠେଲିଦିଏ। ବଲାଙ୍ଗୀରରେ ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପହଞ୍ଚତ୍ଛି। ଏଇ ଦୁଇ ପରିବାରର ପରସ୍ପର ବିରୋଧୀ ମତମନ୍ତବ୍ୟ ଅନେକ ସମୟରେ ରାଜ୍ୟ ରାଜନୀତିରେ ବି ହଇଚଇ ସୃଷ୍ଟି କରିଛି।

ତେବେ ଏଇ ପାରିବାରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଖୁବ୍‌ କମ୍‌ ସମୟ ହେଲେ ମଧ୍ୟ କିଛି ବ୍ୟତିକ୍ରମର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବଲାଙ୍ଗୀରରେ ରବିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟନ ବେଳେ ରାଜ ପରିବାର ଓ ମିଶ୍ର ପରିବାର ସଦସ୍ୟଙ୍କ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜପରିବାର ସଦସ୍ୟ ତଥା ପୂର୍ବତନ ଲୋକ ସଭା ସଦସ୍ୟ ଏବଂ ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ ମହାପ୍ରସାଦ ବଣ୍ଟନ କରିଥିଲେ। ବିଧାୟକ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ରଙ୍କୁ ମହାପ୍ରସାଦ ଦେଇ ପାଦ ଛୁଇଁ ସମ୍ମାନ ଜଣାଇଥିଲେ। ବିଧାୟକଙ୍କ ସ୍ତ୍ରୀ ମଧ୍ୟ କଲିକେଶଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାପରେ କଲିକେଶ ବିଧାୟକ ମିଶ୍ରଙ୍କ ବଡପୁଅ ଆଡଭୋକେଟ ଅମରେନ୍ଦ୍ର ମିଶ୍ରଙ୍କୁ ଭେଟି ମହାପ୍ରସାଦ ଦେଇଥିଲେ। ମହାପ୍ରସାଦ ଦେଲାବେଳେ ଫଟୋ ବି ଉଠାଇଥିଲେ।

ଗଣମାଧ୍ୟମ ପ୍ରତିନିଧିମାନେ ଏଇ ଘଟଣାକୁ ନେଇ କଲିକେଶଙ୍କୁ ପଚାରିବାରୁ ୧୧ ଓ ୧୨ ନମ୍ବର ୱାର୍ଡ ପରିକ୍ରମା କଲାବେଳେ ବିଧାୟକ ମିଶ୍ରଙ୍କ ଘରକୁ ଯାଇ ମହାପ୍ରସାଦ ଦେଇ ଆଶୀର୍ବାଦ ଭିକ୍ଷା କରିଥିବା କହିଛନ୍ତି। ଅମରେନ୍ଦ୍ର ବାବୁ ଓ ତାଙ୍କ ପୁଅଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଅମରେନ୍ଦ୍ର ବାବୁଙ୍କ ପୁଅକୁ ଜଣେ ଶିକ୍ଷିତ ଯୁବକ ବୋଲି କହିଥିବା ମଧ୍ୟ ଦେଖିବାକୁ ମିଳିଛି। ମହାପ୍ରସାଦ ବଣ୍ଟନ ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରବର୍ତ୍ତୀ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥପଡା ଶ୍ରୀଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏଥିରେ କଲିକେଶଙ୍କ ସହ ଜିଲାପରିଷଦ ସଭାପତି ଦେବକୀ ସାହୁ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ବିଜେଡି କାଉନସିଲର ଏବଂ ଅନ୍ୟ ବିଜେଡି ନେତା ଓ କର୍ମୀ ସକ୍ରିୟ ଭାବେ ସାମିଲ ହୋଇ ବିଭିନ୍ନ ପଡ଼ାରେ ମହାପ୍ରସାଦ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ: ପରୀକ୍ଷା ଦେଲେ ୨୫ହଜାର ୫୨୮ ଶିକ୍ଷାର୍ଥୀ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ…

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ବାସଭବନରେ ପୋଲିସ ସୁରକ୍ଷା

ଭୁବନେଶ୍ୱର, ୧୭।୩(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri