ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ

ବଲାଙ୍ଗୀର, ୨୯।୧(ବୀରେନ୍ଦ୍ର କୁମାର ଝାଙ୍କର): ରାଜନୀତରେ ପ୍ରତିଦ୍ୱନ୍ଦ୍ୱିତାରୁ ଆରମ୍ଭ ହୋଇଯାଏ ପରସ୍ପର ବିରୋଧୀ ମତ, ମନ୍ତବ୍ୟ। ଏଭଳି ପ୍ରତିଦ୍ୱନ୍ଦ୍ୱିତା, ମତ-ମନ୍ତବ୍ୟ ପିଢ଼ିପିଢ଼ି ଧରି ଲାଗି ରହିଲେ ସାଧାରଣରେ ଏହା ପାରିବାରିକ ବିରୋଧର ରୂପ ନେଇଥାଏ। ଏଭଳି ଧାରଣା କେବଳ ରାଜନୈତିକ ବାତାବରଣକୁ ନୁହେଁ, ବରଂ ଗୋଟିଏ ଅଞ୍ଚଳକୁ ରାଜନୈତିକ ତିକ୍ତତା ଭିତରକୁ ବି ଠେଲିଦିଏ। ବଲାଙ୍ଗୀରରେ ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପହଞ୍ଚତ୍ଛି। ଏଇ ଦୁଇ ପରିବାରର ପରସ୍ପର ବିରୋଧୀ ମତମନ୍ତବ୍ୟ ଅନେକ ସମୟରେ ରାଜ୍ୟ ରାଜନୀତିରେ ବି ହଇଚଇ ସୃଷ୍ଟି କରିଛି।

ତେବେ ଏଇ ପାରିବାରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଖୁବ୍‌ କମ୍‌ ସମୟ ହେଲେ ମଧ୍ୟ କିଛି ବ୍ୟତିକ୍ରମର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବଲାଙ୍ଗୀରରେ ରବିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟନ ବେଳେ ରାଜ ପରିବାର ଓ ମିଶ୍ର ପରିବାର ସଦସ୍ୟଙ୍କ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜପରିବାର ସଦସ୍ୟ ତଥା ପୂର୍ବତନ ଲୋକ ସଭା ସଦସ୍ୟ ଏବଂ ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ ମହାପ୍ରସାଦ ବଣ୍ଟନ କରିଥିଲେ। ବିଧାୟକ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ରଙ୍କୁ ମହାପ୍ରସାଦ ଦେଇ ପାଦ ଛୁଇଁ ସମ୍ମାନ ଜଣାଇଥିଲେ। ବିଧାୟକଙ୍କ ସ୍ତ୍ରୀ ମଧ୍ୟ କଲିକେଶଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାପରେ କଲିକେଶ ବିଧାୟକ ମିଶ୍ରଙ୍କ ବଡପୁଅ ଆଡଭୋକେଟ ଅମରେନ୍ଦ୍ର ମିଶ୍ରଙ୍କୁ ଭେଟି ମହାପ୍ରସାଦ ଦେଇଥିଲେ। ମହାପ୍ରସାଦ ଦେଲାବେଳେ ଫଟୋ ବି ଉଠାଇଥିଲେ।

ଗଣମାଧ୍ୟମ ପ୍ରତିନିଧିମାନେ ଏଇ ଘଟଣାକୁ ନେଇ କଲିକେଶଙ୍କୁ ପଚାରିବାରୁ ୧୧ ଓ ୧୨ ନମ୍ବର ୱାର୍ଡ ପରିକ୍ରମା କଲାବେଳେ ବିଧାୟକ ମିଶ୍ରଙ୍କ ଘରକୁ ଯାଇ ମହାପ୍ରସାଦ ଦେଇ ଆଶୀର୍ବାଦ ଭିକ୍ଷା କରିଥିବା କହିଛନ୍ତି। ଅମରେନ୍ଦ୍ର ବାବୁ ଓ ତାଙ୍କ ପୁଅଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଅମରେନ୍ଦ୍ର ବାବୁଙ୍କ ପୁଅକୁ ଜଣେ ଶିକ୍ଷିତ ଯୁବକ ବୋଲି କହିଥିବା ମଧ୍ୟ ଦେଖିବାକୁ ମିଳିଛି। ମହାପ୍ରସାଦ ବଣ୍ଟନ ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରବର୍ତ୍ତୀ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥପଡା ଶ୍ରୀଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏଥିରେ କଲିକେଶଙ୍କ ସହ ଜିଲାପରିଷଦ ସଭାପତି ଦେବକୀ ସାହୁ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ବିଜେଡି କାଉନସିଲର ଏବଂ ଅନ୍ୟ ବିଜେଡି ନେତା ଓ କର୍ମୀ ସକ୍ରିୟ ଭାବେ ସାମିଲ ହୋଇ ବିଭିନ୍ନ ପଡ଼ାରେ ମହାପ୍ରସାଦ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ…

ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

Featured Video Play Icon

‘ପାଠ ନ ପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍: ବି-ଏଡ଼୍ ବିଭାଗର ପ୍ରିନ୍ସପାଲ…

ଉତ୍କଳ ବିଶ୍ବଦିଦୟାଳୟ ‘ପାଠ ନପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍ । ଏମିତି କିଛି ଅଭିଯୋଗ ଉତ୍କଳ ବିଶ୍ବବିଦ୍ୟାଳୟ ବି-ଏଡ଼୍ ବିଭାଗର ପ୍ରିନ୍ସପାଲ ସରୋଜ ସାହୁଙ୍କ…

ଆକ୍ଟିଭ୍‌ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍‌

ନୂଆଦିଲ୍ଲୀ,୩୦।୧: ହଠାତ୍‌ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍‌ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଆଆଷ୍ଟିଭେଟ୍‌ କରିଦେଇଥିବା ପ୍ରଶଂସକ ଭାବୁଥିଲେ। କିନ୍ତୁ ଏହା…

ମହେନ୍ଦ୍ର ସିଂହ ଧୋନିଙ୍କୁ ହଠାତ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜନୈତିକ ମହଲରେ ଖୁବ ଚର୍ଚ୍ଚା

ରାଞ୍ଚି,୩୦।୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’

ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍‌ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri