ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ ଏବେ ଜିଲା ଭିତରେ ବିରୋଧ କରାଯାଉଛି। ଜିଲା ଭିତରୁ କଳିକେଶଙ୍କ ବିରୋଧରେ କିଛି ନେତା ବାହାରିଥିବାବେଳେ ଜିଲା ବାହାରୁ ତାଙ୍କୁ ବେଶ୍‌ ସମର୍ଥନ ମିଳୁଛି। ଅନ୍ୟପକ୍ଷରେ ଶନିବାର କଳିକେଶ ନବୀନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ।

ପରବର୍ତ୍ତୀ ସମୟରେ ଦିବ୍ୟଶଙ୍କର କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତକୁ ନେଇ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସ୍ପଷ୍ଟୀକରଣ ବି ଦେଇଥିଲେ। ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ଓ ଅଦିତୀୟ ନେତା।  ଓଡ଼ିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଏବେ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି। ଏଣୁ ଆଗାମୀ ୨୦୨୯ରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ବିଧାୟକ ହିସାବରେ ଅନେକ ଜାଗାକୁ ଅତିଥି ହିସାବରେ ଆମେ ଯାଇଥାଉ। ବଲାଙ୍ଗୀରର ଏକ ଫୁଟବଲ ଟୁର୍ନାମେଣ୍ଟକୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍‌ ଦେବା ସମୟରେ ଉଲ୍ଲେଖ କରିଥିଲି ଯେ, କଳିକେଶ ଜଣେ ଜାତୀୟ ସ୍ତରର ରାଇଫଲ ଖେଳାଳି ଏବଂ ଜାତୀୟ ରାଇଫଲ ଆସୋସିଏଶନର ସଭାପତି ମଧ୍ୟ ଅଛନ୍ତି। ସେ ଜଣେ ଭଲ ପୂର୍ବତନ ଏମ୍‌ପି, ବର୍ତ୍ତମାନର ଯୁବ ବିଧାୟକ ଅଟନ୍ତି। ସେ ଜଣେ ଭଲ ସ୍ପୋଟର୍‌ସ ମ୍ୟାନ ମଧ୍ୟ। ତେଣୁ ଆଗାମୀ ଯୁବପିଢ଼ି ତାଙ୍କୁ ଜଣେ ରୋଲ ମଡେଲ ଭାବରେ ଗ୍ରହଣ କରି ଆଗକୁ ବଢ଼ିପାରିବେ ବୋଲି ମତାମତ ଦେଇଥିଲି। ରାଜ୍ୟ ସ୍ତରରେ ଯୁବକମାନଙ୍କ ନେତୃତ୍ୱ ନେବା ପାଇଁ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶଂସା କରିବା ସହିତ ତାଙ୍କ ଜେଜେବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲି। ବଲାଙ୍ଗୀରରେ ଦେଇଥିବା ମୋ ବାଇଟ୍‌ ଓ ଅଭିଭାଷଣକୁ କିଛି ଗଣମାଧ୍ୟମ କଟ୍‌ କରି ଉପସ୍ଥାପନା କରୁଛନ୍ତି। ତେଣୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ମୁଁ କହିବାକୁ ଚାହେଁ ଯେ, ଓଡ଼ିଶାର ସର୍ବମାନ୍ୟ ନେତା ଏବଂ ମୋର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଅଦିତୀୟ ଏବଂ ତାଙ୍କର ମାର୍ଗଦର୍ଶନରେ ଆମେ ସମସ୍ତେ ବିଧାୟକ, ଏମ୍‌ପି, ନେତୃମଣ୍ଡଳୀ ତଥା ସମସ୍ତ ଦଳୀୟ କର୍ମକର୍ତ୍ତା କାମ କରୁଛୁ। ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା ଆଗକୁ ବି ଜାରି ରଖିଥିବ। ବର୍ତ୍ତମାନ ସାମ୍ପ୍ରତିକ ସ୍ଥିତିରେ ଚାଷୀ ଅନେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଣ୍ଡିରୁ ଧାନ ଉଠିପାରୁ ନାହିଁ । ମହିଳା ଓ ଯୁବକଙ୍କୁ ଆଜି ରାଜ୍ୟରେ ନିଯୁକ୍ତିର ସୁଯୋଗ ନାହିଁ।

ଏହାବ୍ୟତୀତ ଅନେକେ କ୍ଷେତ୍ରରେ ଏ ସରକାର ବିଫଳ ହୋଇଛି। ତେଣୁ ତୃଣମୂଳ ସ୍ତରରେ ଜନ ଆକ୍ରୋଶ ଦିନକୁଦିନ ବଢ଼ିବାରେ ଲାଗିଛି। ଲୋକ ମନସ୍ଥ କଲେଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯିବା ସହ ୨୦୨୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ଭାଜପା ସରକାରକୁ ଜବାବ ଦେବେ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଆମେ ଯାହା କହିଲେ ବି ଅନ୍ୟ ପ୍ରକାରରେ ଉପସ୍ଥାପନା କରିବାକୁ ପ୍ରଚେଷ୍ଟା କରୁଛନ୍ତି। ଏଣୁ ସେମାନେ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?