କଳାହାଣ୍ଡି: ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା

ଭବାନୀପାଟଣା,୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନା କରିବା ସହ ୫-ଟିରେ ଡାକ୍ତରଖାନାଗୁଡିକୁ କୋଟି କୋଟି ଟଙ୍କାରେ ରୂପାନ୍ତର କରାଯାଇଛି। ସେହିପରି ଉନ୍ନତ ମାନର ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ଯନ୍ତ୍ରପାତି ସଂଯୋଗ ଯୋଗୁ ରୋଗୀମାନେ ମାଗଣାରେ ସେବା ପାଇ ଉପକୃତ ହେବେ ବୋଲି ଆଶା କରାଯାଉଛି। ହେଲେ ଆବଶ୍ୟକ ଡାକ୍ତର ନ ଥିବାରୁ ଏଠାକାର ରୋଗୀମାନେ ଅଧିକ ଚିକିତ୍ସା ପାଇଁ ଜିଲା ତଥା ରାଜ୍ୟ ବାହାର ଡାକ୍ତରଖାନାକୁ ଉପରେ ଅଧିକ ନିର୍ଭର କରୁଛନ୍ତି। ଜିଲା ମୁଖ୍ୟାଳୟ ଭବାନୀପାଟଣା ଡାକ୍ତରଖାନାରେ ୪୨ଟି ଲେଖାଏଁ ମହିଳା ଓ ପୁରୁଷଙ୍କ ବେଡ ରହିଥିବାବେଳେ ଜିଲାର ରୋଗୀ ସଂଖ୍ୟା ଅଧିକ ହେତୁ ପ୍ରାୟ ସମୟରେ ବେଡ ମିଳି ନ ଥାଏ। ମଙ୍ଗଳବାର ବେଡ ନ ମିଳିବାରୁ ଜଣେ ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି। ଜିଲାର ଧର୍ମଗଡ ବ୍ଲକ ବର୍ଡଫୁର୍ଲା ଗ୍ରାମର ଶତୃଘନ ଶବର ନାମକ ଜଣେ ବୃଦ୍ଧାଙ୍କ ସୁଗର ଲେବଲ କମିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଏହି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ବେଡ ଖାଲି ନ ଥିବାରୁ ତାଙ୍କୁ ବାରଣ୍ଡା ଚଟାଣରେ ଚିକିତ୍ସା କରାଯାଇଥିଲା। ଏପରିକି ସାଲାଇନ ରଖିବା ପାଇଁ ମଧ୍ୟ ମେଡିକାଲ କର୍ମଚାରୀ ଷ୍ଟେନ ଲଗାଇ ନ ଥିବାବେଳେ ସେଠାରେ ଥିବା ଝରକାରେ ସାଲାଇନକୁ ରଖି ତାଙ୍କୁ ଚଢାଯାଉଥିବା ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଘଟଣା ସାଧାରଣରେ ନିନ୍ଦା ପ୍ରକାଶ କରାଯାଇଛି।

ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, କଳାହାଣ୍ଡି ଜିଲାରେ ୬୦୯ଜଣ ଡାକ୍ତର ନିଯୁକ୍ତି ବଦଳରେ ଏବେ ମାତ୍ର ୨୩୬ ଜଣ ରହିଛନ୍ତି। ଯାହାଦ୍ୱାର ଜିଲା ସ୍ବାସ୍ଥ୍ୟ ସେବା କେମିତି ପରିଚାଳିତ ହେଉଥିବା ତାହା ସହଯେ ଅନୁମେୟ। ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ କାର୍ଯ୍ୟାଳୟରେ ୮ଜଣ ଡାକ୍ତର ରହିବା ବଦଳରେ ଏବେ ୬ଜଣ ଅଛନ୍ତି। ୨ଟି ଡାକ୍ତର ପଦବୀ ଖାଲିପଡିଛି। ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ୧୪୫ଜଣ ଡାକ୍ତର ରହିବା ବଦଳରେ ଏବେ ମାତ୍ର ୪୨ ଜଣ ଅଛନ୍ତି। ୧୦୩ଟି ଡାକ୍ତର ପଦବୀ ଖାଲିପଡିଛି। ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ୪୮ଜଣ ଡାକ୍ତର ରହିବା ବଦଳରେ ଏବେ ୧୭ଜଣ ଅଛନ୍ତି। ୩୧ ଡାକ୍ତର ପଦବୀ ଖାଲି ପଡିଛି। ଉଦିତ ନାରାୟଣପୁର ଟିଭି ହସ୍ପିଟାଲରେ ୭ଜଣ ଡାକ୍ତର ରହିବା ବଦଳରେ ଏବେ ସେଠାରେ ୫ଜଣ ରହିଛନ୍ତି। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୧ ଜଣ ବଦଳରେ ୬ଜଣ ରହିଛନ୍ତି। ସେହିପରି ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୬ରୁ ୧୫, ଚିଲଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ରୁ ୫, ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ରୁ ୧୧, ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୬ରୁ ୧୨, ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୧୦, ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୩ରୁ ୭, ଚପୁରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୧ରୁ ୬, ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ରୁ ୮, ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୯, କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨ରୁ ୯, ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ରୁ ୧୧, ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ରୁ ୫, ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୯, ଏମ୍‌ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୧୫, କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ରୁ ୧୧ ଓ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ରୁ ୭ଜଣ ରହିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଚେତା ପାଣିଙ୍କୁ ପଚାରିବାରୁ ଗତ ମାସରେ ନୂତନ ୭୧ଜଣ ଡାକ୍ତର ନିଯୁକ୍ତି ପାଇ ଯୋଗଦାନ କରିଛନ୍ତି। ଯଦ୍ୱାରା ଏହି ସଂଖ୍ୟା ଏବେ ଏତିକି ଅଛି। ପୂର୍ବରୁ ଡାକ୍ତର ସଂଖ୍ୟା ଜିଲାରେ କମ୍‌ ଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

ଦୁଃସାହାସିକ ଖେଳ ପ୍ରଦର୍ଶନ କଲେ ଛାତ୍ରୀଛାତ୍ର: ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୬।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସର କ୍ୟାମ୍ପରୀର…

ଶାଗୁଆନ ଜଙ୍ଗଲରେ ନିଆଁ

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ବମକେଇ ପଞ୍ଚାୟତ ମାଟିଆପଲ୍ଲୀ ଗ୍ରାମ ଶାଗୁଆନ ଜଙ୍ଗଲରେ ଗୁରୁବାର ରାତିରେ ନିଆଁ ଲାଗିଥିବା ଜଣାପଡ଼ିବା…

ଓଡ଼ିଶାର ବିଭିନ୍ନ କୋର୍ଟକୁ ବୋମା ଧମକ: ସୁରକ୍ଷା କଡ଼ାକଡ଼ି, ତଲାସୀ ଜାରି

ଭୁବନେଶ୍ୱର,୬।୨: ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।…

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆପଣଙ୍କ ଇମେଲ୍ ଏବଂ ତଥ୍ୟ ସୁରକ୍ଷିତ ତ? ଏମିତି କରନ୍ତୁ ଯାଞ୍ଚ

ଭୁବନେଶ୍ୱର,୬।୨: ବର୍ତ୍ତମାନର ଡିଜିଟାଲ ଯୁଗରେ ତଥ୍ୟ ଚୋରି ବା ‘ଡାଟା ବ୍ରିଚ୍’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆପଣଙ୍କ ବ୍ୟକ୍ତିଗତ ଇମେଲ୍ ଆଇଡି (Email…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri