ମାଛ ଚାଷରେ ପୁଣି ରେକର୍ଡ କରିବ କଳାହାଣ୍ଡି ଚଳିତବର୍ଷ ୩୧ ହଜାର ଟନ୍‌ ଉତ୍ପାଦନ ଲକ୍ଷ୍ୟ

ଭବାନୀପାଟଣା,୨୯।୬ (ଉତ୍ତମ କୁମାର ଦାଶ): ରାଜ୍ୟରେ କଳାହାଣ୍ଡି ଜିଲା ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି। ଜିଲାରେ ଉତ୍ପାଦନ ହେଉଥିବା ଉନ୍ନତ ମାନର ମାଛ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଆଗାମୀ ଦିନରେ ଜିଲା ମାଛଚାଷର ହବ୍‌ ହେବ ବୋଲି ଚାଷୀମାନେ ମତପ୍ରକାଶ କରିଛନ୍ତି। ଭଲ ମାଛ ଉତ୍ପାଦନ ହେଉଥିବାରୁ ଏହାକୁ ଆହୁରି ବ୍ୟାପକ କରିବାକୁ ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକକୁ ଛାଡି ଭବାନୀପାଟଣା, ଧର୍ମଗଡ, ଜୟପାଟଣା, ଜୁନାଗଡ, ଗୋଲାମୁଣ୍ଡା, କେସିଙ୍ଗା, ନର୍ଲା, କଲମପୁର, ଲାଞ୍ଜିଗଡ଼, କର୍ଲାମୁଣ୍ଡା, ଏମ୍‌ ରାମପୁର, କୋକସରା ଆଦି ୧୨ ବ୍ଲକରେ ଉନ୍ନତମାନର ମାଛ ଚାଷ କରାଯାଉଛି। ପ୍ରତିବର୍ଷ ଜିଲାରେ ୧୪ ହଜାର ହେକ୍ଟର ଅଞ୍ଚଳରେ ମାଛ ଚାଷ ହେଉଥିବାବେଳେ ୩୦ ହଜାରରୁ ଊଦ୍ଧର୍‌ବ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି। ଏହାଦ୍ୱାରା ଚାଷୀମାନେ ସ୍ବାବଲମ୍ବୀ ହେବା ସହିତ ନିଜର ଆର୍ଥିକସ୍ଥିତି ସୁଦୃଢ଼ କରିବାରେ ସକ୍ଷମ ହୋଇପାରୁଛନ୍ତି ବୋଲି ଜିଲା ମତ୍ସ୍ୟ ଅଧିକାରିଣୀ ଦ୍ରୌପଦୀ ମାଝି ପ୍ରକାଶ କରିଛନ୍ତି। ସେହିପରି ମାଛ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଆଗକୁ ବଢିବାକୁ ପ୍ରେରଣା ଦିଆଯାଉଛି। ଚଳିତବର୍ଷ ୩୧ ହଜାର ଟନ୍‌ ମାଛ ଉତ୍ପାଦନର ଲକ୍ଷ୍ୟ ରହିଥିବା ସେ କହିଥିଲେ। ଏହି ଉତ୍ପାଦନକୁ ଦେଖିଲେ କଳାହାଣ୍ଡି ଜିଲା ପୁଣି ଥରେ ରାଜ୍ୟରେ ରେକର୍ଡ କରିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ୨୦୨୦ରେ ସମଗ୍ର ଦେଶରେ କଳାହାଣ୍ଡି ଜିଲା ମତ୍ସ୍ୟଚାଷ ପ୍ରଦର୍ଶନୀ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ଏହାକୁ ନେଇ ସେହିବର୍ଷ ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ କଳାହାଣ୍ଡି ପୁରସ୍କୃତ ମଧ୍ୟ ହୋଇଥିଲା। ସେହି ଦିନଠାରୁ ମାଛ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢିବାରେ ଲାଗିଛି। ପୂର୍ବରୁ କେବଳ ପୁରୁଷମାନେ ଏହି କାର୍ଯ୍ୟ କରୁଥିବାବେଳେ ଏବେ ଏସ୍‌ଏଚ୍‌ଜି ମହିଳାମାନେ ମତ୍ସ୍ୟ ଚାଷକରି ପୁରସ୍କୃତ ହେଉଛନ୍ତି। ଏହି ଚାଷକୁ କିଭଳି ଆହୁରି ବ୍ୟାପକ କରାଯାଇ ପାରିବ ସେ ଉପରେ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି। ଚାଷୀମାନେ କିଭଳି ଉନ୍ନତ ପ୍ରଣାଳୀରେ ମାଛ ଚାଷ କରିପାରିବେ ସେ ଉପରେ ଗୁରୁତ୍ୱ ଦେଇଛି ଜିଲା ମତ୍ସ୍ୟ ବିଭାଗ। ସେମାନଙ୍କୁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଯିବା ସହ ମାଛ ଚାଷ ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଅନେକ ସମୟରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫ୍ରେଶ ୱାଟର ଆକ୍ସାକଲଚର (ସିଫା)ର ଅଧିକାରୀ ଓ ମତ୍ସ୍ୟ ବିଜ୍ଞାନୀମାନେ ଜିଲାର ମାଛ ଚାଷ ହେଉଥିବା ଅଞ୍ଚଳ ଗସ୍ତ କରି ମାଛ ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି। ପୂର୍ବରୁ କଳାହାଣ୍ଡି ଜିଲାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗରୁ ମାଛ ଆମଦାନୀ ହେଉଥିବାବେଳେ ବର୍ତ୍ତମାନ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ
ପଡୁନାହିଁ। ଜିଲାର ମାଛ ଉତ୍ପାଦନ ଆବଶ୍ୟକତା ପୂରଣ କରୁଛି। ସେହିପରି କଳାହାଣ୍ଡିର ମାଛ ଏବେ ବାହାର ରାଜ୍ୟକୁ ମଧ୍ୟ ରପ୍ତାନି ହେଉଛି। ଏହା ଦ୍ୱାରା ଆଗାମୀ ଦିନରେ କଳାହାଣ୍ଡି ମାଛ ଚାଷର ହବ୍‌ରେ ପରିଣତ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ରୋହି, ଭାକୁର, ବିଲାତି ଭଳି ଅନେକ ପ୍ରକାର ମାଛ ଚାଷ ହୋଇଥାଏ। ହେଲେ ମାଛ ଦରକୁ ନେଇ ଚାଷୀମାନଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ମାଛ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ତାହା ବଜାରରେ ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ସରକାର ବଜାର ବ୍ୟବସ୍ଥା କଲେ ଚାଷୀମାନେ ଆହୁରି ଉପକୃତ ହୋଇପାରନ୍ତେ ବୋଲି ଧର୍ମଗଡ଼ ବ୍ଲକର ଯୁବ ମାଛ ଚାଷୀ ପ୍ରସନଜିତ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri