ଭୁବନେଶ୍ୱର,୧୯।୫: ପ୍ରବଳ ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଏହା ସହ କେତେକ ଜିଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୮ ଜିଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶର, ଭଦ୍ରକକୁ ସତର୍କତା କରାଯାଇଥିବା ସହ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାରେ ବର୍ଷା ସାଙ୍ଗକୁ ଘଡ଼ଘଡି, ପବନ ବହିବା ନେଇ ସତର୍କ କରାଯାଇଛି।
ଅନ୍ୟପକ୍ଷେ କଟକରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱରର ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେିଛି।


