କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀ ଅଧିକ, ଅସ୍ତରଙ୍ଗରେ ବହିଲାଣି ରାଜନୈତିକ ହାଓ୍ବା

ପୁରୀ, ୧ ୨।୧ (ପ୍ରଦୀପ୍ତ ଦୀକ୍ଷିତ): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଚଳଚଞ୍ଚଳ ହେଲାଣି। ବିଜେଡି, କଂଗ୍ରେସ ଓ ଭାଜପା ୩ ପ୍ରମୁଖ ଦଳ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ। ବିଜେଡି ଓ ଭାଜପା ଶିବିରରେ ଟିକେଟ ପାଇବା ଆଶାରେ ଆଶାୟୀମାନେ ଆରମ୍ଭ କରିଦେଇଛନ୍ତି କସରତ। କଂଗ୍ରେସକୁ ତୃଣମୂଳ ସ୍ତରରୁ ସୃଦୃଢ଼ କରିବା ଲାଗି ନେତା ଓ କର୍ମୀ ଲାଗିପଡ଼ିଥିବା ଦେଖିବାକୁ ମିଳୁଛି। ବିଶେଷକରି ଅସ୍ତରଙ୍ଗ ଅଞ୍ଚଳରେ ରାଜନୈତିକ ହାଓ୍ବା ଅଧିକ ବହିଲାଣି।

ଭାଜପାରୁ ଆସି ବିଜେଡିରେ ଯୋଗଦେବା ପରେ ୨୦୧୯ରେ ତୁଷାରକାନ୍ତି ବେହେରା କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସଙ୍କୁ ହରାଇଥିଲେ। ସେ ଏବେ ମନ୍ତ୍ରୀ ଅଛନ୍ତି। ୨୦୨୪ ନିର୍ବାଚନରେ ବିଜେଡିରୁ କିଏ ଟିକେଟ ପାଇବେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଲାଣି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି। କିନ୍ତୁ ଶୁଣିବାକୁ ମିଳୁଛି କାକଟପୁର ନିର୍ବାଚନମଣ୍ଡଳୀରେ ଅନ୍ତଃକନ୍ଦଳ ଯୋଗୁଁ ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଗୋଟେ ପଟେ ବର୍ତ୍ତମାନର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଥିବାବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଅଛନ୍ତି। ପୁରୀ ଜିଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ମିଶି କାର୍ଯ୍ୟକ୍ରମ କରୁଥିବା ବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ ଓ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କୁ ନେଇ ଚାଲିଛନ୍ତିି। ଗତ ପଞ୍ଚାୟତ ନିର୍ବାଚନରେ ସୁରେନ୍ଦ୍ର ଉଭୟ ଆରତୀ ଓ ଶ୍ରୀଧରଙ୍କୁ ପୂର୍ଣ୍ଣ ସମର୍ଥନ ଦେବାରୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ସେମାନେ ଅଧ୍ୟକ୍ଷା ଓ ଅଧ୍ୟକ୍ଷ ନିର୍ବାଚିତ ହୋଇପାରିଥିଲେ। ଫଳରେ ଏହି ନିର୍ବାଚନମଣ୍ଡଳୀରୁ ସୁରେନ୍ଦ୍ର ଆଗାମୀ ନିର୍ବାଚନରେ ଟିକେଟ ପାଆନ୍ତୁ ବୋଲି ଦୁହେଁ ଚାହିଁବା ସ୍ବାଭାବିକ। ତେବେ ଏଥର ଏଠାରୁ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ବହୁକର୍ମୀ ଓ ନେତାଙ୍କ ଭିତରେ ଜୋରସୋର ଆଲୋଚନା ହେଉଥିବା ଦେଖାଯାଉଛି। ଯଦିଓ ମହିଳାଙ୍କ ନାମ ସାମ୍ନାକୁ ଆସିନାହିଁ ତଥାପି ଜଣେ ମହିଳା ଡାକ୍ତରଙ୍କ କଥା ଉଠୁଛି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ବର୍ତ୍ତମାନ ବିଧାୟକ ତୁଷାରକାନ୍ତି ବେହେରାଙ୍କ ମଧ୍ୟରେ ଅନ୍ତଃକନ୍ଦଳ ପଦାରେ ପଡ଼ିଯାଇଥିବାରୁ ଦଳୀୟ ମୁଖିଆ ସେଠାରେ ନୂଆ ଚେହେରା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଭାଜପାର ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବା ରହିଛି। ପୂର୍ବତନ ବିଧାୟକ ରବି ମଲ୍ଲିକ ଗତ ନିର୍ବାଚନରେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦୀର୍ଘଦିନ ହେବ ନିର୍ବାଚନମଣ୍ଡଳୀରେ କାଁଭାଁ ବୈଠକରେ ଦେଖାଯାଉଛନ୍ତି। ଅନ୍ୟପଟେ ଭାଜପା ନେତା ବାଇଧର ମଲ୍ଲିକ ବହୁଦିନ ହେବ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ବୈଠକ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ସେହିପରି ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘ ପୁରୀ ଜିଲା ସଭାପତି ତଥା ଅବସରପ୍ରାପ୍ତ ଚକ୍ଷୁ ଚିକିତ୍ସା ସହାୟକ ଜୟନ୍ତ ବେହେରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ନିର୍ବାଚନମଣ୍ଡଳୀରେ ଘରକୁ ଘର ବୁଲି ସାଧାରଣ ଜନତା କିଭଳି ଭାବେ ଏହାର ସୁଫଳ ପାଇପାରିବେ ସେ ନେଇ ଜନସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟଧାରା ଜାରିରଖିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ସେଠାରେ ଭାଜପାରେ ମଧ୍ୟ ନେତାଙ୍କ ଭିତରେ ମନୋମାଳିନ୍ୟ ଅଛି। ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀଙ୍କଠାରୁ ଭାଜପା ଆଶାୟୀ ଅଧିକ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସ ପକ୍ଷରୁ ବିଶ୍ୱଭୂଷଣ ଦାସ ଦଳକୁ ତୃଣମୂଳ ସ୍ତରରୁ ସୃଦୃଢ଼ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। କଂଗ୍ରେସ ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଜାରି ରହିଛି। ନିକଟରେ ତେଲଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବା, ଓଡ଼ିଶାରେ ନୂଆ ପ୍ରଭାରୀ ଅଜୟ କୁମାରଙ୍କ ଦାୟିତ୍ୱ ଗ୍ରହଣ ଓ ଆଗକୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଥିବାରୁ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖାଯାଉଛି। ଏହି ଉତ୍ସାହକୁ ସ୍ଥାନୀୟ ନେତା ଓ କର୍ମୀ କିଭଳି ଉପଯୋଗ କରିପାରିବେ ତାହା ପରେ ଜଣାପଡ଼ିବ। ତେବେ ପ୍ରମୁଖ ତିନି ଦଳରେ କେଉଁମାନେ ପ୍ରାର୍ଥୀ ହେଉଛନ୍ତି ସେମାନଙ୍କ ଉପରେ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଆଖି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri