ଅନ୍ୟାୟ ବିରୋଧରେ ଲଢ଼ିବେ କାଜଲ

ମୁମ୍ବାଇ: ମାଇଥୋଲୋଜିକାଲ ହରର୍‌ ଫିଲ୍ମ ‘ମା’ରେ ଅଭିନେତ୍ରୀ କାଜଲ ଦେବଗନ୍‌ଙ୍କୁ ଦେଖିବାକୁ ମିଳିବ। ଏନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ମଙ୍ଗଳବାର ନିର୍ମାତାଙ୍କ ପକ୍ଷରୁ ଫିଲ୍ମରେ କାଜଲଙ୍କ ପ୍ରଥମ ଲୁକ୍‌କୁ ଶେୟାର କରାଯିବା ସହ ଏହାର ରିଲିଜ୍‌ ତାରିଖକୁ ଘୋଷଣା କରାଯାଇଛି।
ଜୁନ୍‌ ୨୭ରେ କାଜଲଙ୍କ ଅଭିନୀତ ମା’ ଫିଲ୍ମ ରିଲିଜ୍‌ ହେବ। ଫିଲ୍ମରେ କାଜଲଙ୍କ ସହ ଅଭିନେତା ରୋନିତ ରଏ, ଇନ୍ଦ୍ରନୀଲ ସେନ୍‌ଗୁପ୍ତା ଏବଂ ଶିଶୁ କଳାକାର ଖେରିନ ଶର୍ମାଙ୍କୁ ଦେଖିବାକୁ ମିଳିବ। ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମା’ ଭୂମିକାରେ ଅଭିନୟ କରି କାଜଲ ଅନ୍ୟାୟ ବିରୋଧରେ ଲଢ଼ିବା ସହ ନିଜ ଝିଅକୁ ସୁରକ୍ଷା ଦେଉଥିବାର ନଜରକୁ ଆସିବେ। କାଜଲଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ୍‌ ଏବଂ ଜ୍ୟୋତି ଦେଶ୍‌ପାଣ୍ଡେଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମର କାହାଣୀ ଲେଖିଛନ୍ତି ସାଇଓ୍ବାନ୍‌ କ୍ୱାଦ୍ରାସ୍‌। ଫିଲ୍ମର ପ୍ରଡକ୍ସନ କମ୍ପାନୀ ‘ଦେବ୍‌ଗନ ଫିଲ୍ମସ୍‌’ ପକ୍ଷରୁ ସୋସିଆଲ ମିଡିଆରେ ଏହାର ପ୍ରଥମ ମୋଶନ ପୋଷ୍ଟରକୁ ଜାରି କରାଯାଇଛି, ଯେଉଁଥିରେ କାଜଲ ଜଣେ ମା’ ଭୂମିକାରେ ନିଜ ଝିଅକୁ କୁଣ୍ଢାଇ ଧରିଥିବା ନଜରକୁ ଆସିଛନ୍ତି। ଏହି ପୋଷ୍ଟରରେ କାଜଲଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ‘ମା’ ଫିଲ୍ମ ଏକକାଳୀନ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ବେଙ୍ଗଲି ଭାଷାରେ ରିଲିଜ୍‌ ହେବ। କାଜଲଙ୍କୁ ଶେଷଥର ପାଇଁ ଗତବର୍ଷ ରିଲିଜ୍‌ ହୋଇଥିବା ‘ଦୋ ପତି’ ଫିଲ୍ମରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri