କରୋନା ସମୟରେ କାହିଁକି ବିବାହ କଲେ କାଜଲ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି କୁହନ୍ତୁ ଅବା ବଲିଉଡ୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କାଜଲ ଅଗ୍ରୱାଲ । ନିକଟରେ ଅର୍ଥାତ୍ ଅକ୍ଟୋବର ୩୦ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିଜ୍‌ନେସମ୍ୟାନ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି କାଜଲ । ଏବେ ତାଙ୍କର ବିବାହ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କରୋନା ସମୟରେ କାହିଁକି କାଜଲ ବିବାହ କଲେ ବୋଲି ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ନିକଟରେ ଏକ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ କାଜଲ ଏ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଗୌତମଙ୍କ ସହ ତାଙ୍କର ବନ୍ଧୁତା ଦୀର୍ଘ ୭ ବର୍ଷର । ହେଲେ ଗତ ୩ ବର୍ଷ ହେବ ସେମାନେ ପରସ୍ପରକୁ ଡେଟ୍ କରୁଥିଲେ । ହେଲେ କରୋନା ମାହାମାରୀ ପରେ ଏମାନେ ପରସ୍ପରକୁ ସାକ୍ଷାତ୍ କରିବା କଷ୍ଟ ହୋଇପଡିଲା । ବେଳେବେଳେ ଗ୍ରୋସରି ଶପରେ ମାସ୍କ ପିନ୍ଧି ଏମାନେ ଦେଖା କରୁଥିଲେ । ଏହାରି ଭିତରେ ଏମାନେ ବିବାହ କରିବାକୁ ସ୍ଥିର କଲେ । ଆଉ ବିବାହ କରିନେଲେ ବୋଲି କାଜଲ କହିଛନ୍ତି । ତେବେ ବିବାହ ପୂର୍ବରୁ ଗୌତମ ତାଙ୍କୁ ଏମିତି ପ୍ରପୋଜ କରିଥିଲା ଯେ କାଜଲ ଏହାକୁ ମନା କରିପାରି ନ ଥିଲେ ବୋଲି କହିଛନ୍ତି ।

Share