କୈଳାସ ସତ୍ୟାର୍ଥୀ ଏସ୍‌ଡିଜି ଆଡଭୋକେଟ

ଜାତିସଂଘ, ୧୮।୯(ପି.ଟି.): ଜାତିସଂଘର ୭୬ତମ ସାଧାରଣ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଆଡଭୋକେଟ ଭାବେ ନିଯୁକ୍ତି ଦିଆଯାଇଛି। ସତ୍ୟାର୍ଥୀଙ୍କ ସମେତ ଏସ୍‌ଟିଇଏମ୍‌ କର୍ମୀ ଭାଲେଣ୍ଟିନା ମୁନୋଜ୍‌ ରବାନାଲ, ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବ୍ରାଡ୍‌ ସ୍ମିଥ୍‌ ଏବଂ କେ-ପପ୍‌ ସୁପରଷ୍ଟାର ବ୍ଲାକ୍‌ପିଙ୍କ୍‌ଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏସ୍‌ଡିଜିର ନୂଆ ଆଡଭୋକେଟ ଭାବେ ନିଯୁକ୍ତି ଦେଇଛନ୍ତି। ଏବେ ଆମେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ। ଏକ ସବୁଜ ତଥା ନିରାପଦ ବିଶ୍ୱ ଲାଗି ଆମକୁ ଏବେ ନିର୍ଣ୍ଣୟ ନେବାକୁ ପଡ଼ିବ ବୋଲି ଗୁଟେରେସ୍‌ କହିଛନ୍ତି। ଏକ ଜଟିଳ ସମୟରେ ନୂତନ ନିଯୁକ୍ତି ପାଇଁ ସତ୍ୟାର୍ଥୀ ଜାତିସଂଘ ମହାସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ପ୍ରତି ପିଲାମାନେ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ତାଙ୍କର ନିଯୁକ୍ତି ଏହାର ଗମ୍ଭୀରତାକୁ ସ୍ବୀକୃତି ଦେଉଛି। ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି କୋଭିଡ୍‌ ମହାମାରୀ ପୂର୍ବରୁ ମଧ୍ୟ ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ହୋଇ ନ ପାରିବାର ସଙ୍କେତ ମିଳିଥିଲା ବୋଲି ସତ୍ୟାର୍ଥୀ କହିଛନ୍ତି। ମହାମାରୀ ପରବର୍ତ୍ତୀ ସମୟରେ ଉପଯୁକ୍ତ ତଥା ଦୀର୍ଘମିଆଦୀ ସୁଧାର ଆଣିବାକୁ ହେଲେ ଅଧିକାରରୁ ସର୍ବାଧିକ ବଞ୍ଚତ୍ତ ତଥା ପଛରେ ପଡ଼ିଥିବା ଶିଶୁମାନଙ୍କୁ ପ୍ରାଥମିକତା ଦେବାକୁ ହେବ। ନୂତନ ନିଯୁକ୍ତିକୁ ବିନମ୍ରତାର ସହ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଶ୍ୱସ୍ତରୀୟ ନୀତି ନିର୍ଦ୍ଧାରଣକାରୀ ସଂସ୍ଥାରେ ସବୁଠୁ ଅବହେଳିତ ପିଲାମାନଙ୍କ ସ୍ବର ଉଠାଇବାର ଦାୟିତ୍ୱ ନେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଭାରତ ପାଇଁ ଆଶ୍ୱସ୍ତି: ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅତିକ୍ରମ କଲା ୨ ଏଲପିଜି ଟ୍ୟାଙ୍କର୍‌

ତେହେରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍‌…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri