ଓଡ଼ିଶାରେ ଉପସ୍ଥିତି ଦୃଢ଼ କରୁଛି ଟିଭିଏସ୍‌

ଭୁବନେଶ୍ୱର,୧୮।୯(ବ୍ୟୁରୋ)

ଦୁଇ ଚକିଆ ଏବଂ ୩ ଚକିଆ ଯାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଟିଭିଏସ୍‌ ମୋଟର କମ୍ପାନୀ ଓଡ଼ିଶାରେ ଏହାର ଉପସ୍ଥିତିକୁ ଦୃଢ଼ କରୁଛି। କମ୍ପାନୀ ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ନୂଆ ଡିଲରଶିପ ‘ରିତା ଟିଭିଏସ୍‌’ ଶୁକ୍ରବାର ଶୁଭାରମ୍ଭ ହୋଇଛି। କମ୍ପାନୀର ବିକ୍ରି ବିଭାଗ ଉପସଭାପତି ୟୁ.ବି.ପାଣ୍ଡେ, ପୂର୍ବାଞ୍ଚଳ ଏବଂ ୟୁପି ଜୋନର ନ୍ୟାଶନାଲ ସେଲ୍‌ସ ମ୍ୟାନେଜର ଅରବିନ୍ଦ ଗୁପ୍ତା, ରିତା ଟିଭିଏସ୍‌ର ସ୍ବତ୍ତ୍ୱାଧିକାରୀ ଦିପକ ସ୍ବାଇଁ ଉପସ୍ଥିତ ରହି ଏହାର ଉନ୍ମୋଚନ କରିଥିଲେ। ନୂଆ ଡିଲରଶିପ୍‌ରେ ବିକ୍ରି, ସର୍ଭିସ ଏବଂ କମ୍ପାନୀର ପାର୍ଟସ ଗ୍ରାହକ ଲାଭ କରିପାରିବେ। ଏଠାରେ ସ୍ବଂୟକ୍ରିତ ସର୍ଭିସ ଶପ୍‌ ଏବଂ ସ୍ପେଶାଲ ପାର୍ଟସ କାଉଣ୍ଟର ମଧ୍ୟ ରହିଛି। ଏହି ଅବସରରେ ନୂଆ ‘ରେଡର’ ମଡେଲକୁ ମଧ୍ୟ ବଜାର ପ୍ରବେଶ କରାଯାଇଥିଲା। ନୂଆ ଡିଲରଶିପ୍‌ ଦ୍ୱାରା ରାଜ୍ୟରେ ଟିଭିଏସ୍‌ ମୋଟର କମ୍ପାନୀର ଟଚ୍‌ ପଏଣ୍ଟ ୩୬ରେ ପହଞ୍ଚିଛି।
ଦୀର୍ଘ ୧୦୦ ବର୍ଷର ବିଶ୍ୱାସ ସହ କମ୍ପାନୀ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛି। ନିରନ୍ତର ଭିତ୍ତିରେ ପ୍ରଡକ୍ଟରେ ଅଭିନବତ୍ୱ, ଗୁଣବତ୍ତାକୁ ସର୍ବୋଚ୍ଚ ଗୁରୁତ୍ୱ ଏବଂ ଅନ୍ତର୍ଜାତୀୟ ମାନର ପ୍ରଡକ୍ଟ ଯୋଗାଣ ଉପରେ ବିଶ୍ୱାସ ରଖାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri