Posted inଖେଳ

ଆଇଟିଏଫ୍‌ ଟାଇଟଲ ଲକ୍ଷ୍ୟରେ କବିର

ଭୁବନେଶ୍ୱର, ୨୩।୩ (କ୍ରୀଡ଼ା ପ୍ରତିନିଧି): ରାଜ୍ୟର ସର୍ବୋଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଟେନିସ ଖେଳାଳି କବିର ହଂସଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ତୃପ୍ତି ଏଣ୍ଟରପ୍ରାଇଜେସର ନିର୍ଦ୍ଦେଶକ ଶୁଭେନ୍ଦୁ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଓଡ଼ିଶା ଟେନିସ ଆସୋସିଏଶନ ପକ୍ଷରୁ ସମ୍ବିତ ପଟ୍ଟନାୟକ, କବିରଙ୍କ ପୂର୍ବତନ କୋଚ୍‌ ଅଜୟ ନିଶଙ୍କ, ଶୁଭ୍ରାଂଶୁ ଷଡ଼ଙ୍ଗୀ, ଲଳିତ ଦାଶ, ବର୍ତ୍ତମାନର କୋଚ୍‌ ଜଇମିନ ମେହେଟା, ଅନିଲ ଧୀର, ସତ୍ୟବ୍ରତ ସାନୁ ରଥୋ ପ୍ରମୁଖ ଉପସ୍ଥିତ ଥିଲେ। କୌଶିକ ମହାପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଯାତ୍ରା ପଥରେ ସମର୍ଥନ କରି ଆସିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଇଟିଏଫ୍‌ ଟାଇଟଲ ବିଜୟ ଏବଂ ୧୦୦ ଏଟିପି ପଏଣ୍ଟ୍ସ ତାଙ୍କର ଲକ୍ଷ୍ୟ ଥିବା କବିର ପ୍ରକାଶ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ରାଜ୍ୟର ପ୍ରଥମ ଖେଳାଳିଭାବେ କବିର ନିକଟରେ ନୂଆଦିଲ୍ଲୀରେ ଫିନେଷ୍ଟା ଓପନ ଜାତୀୟ ହାର୍ଡକୋର୍ଟ ଟେନିସ ଚାମ୍ପିୟନଶିପ୍‌ ଟାଇଟଲ (ଡବଲ୍ସ) ଜିତିଥିଲେ। ସର୍ବଭାରତୀୟ ର଼୍ୟାଙ୍କିଙ୍ଗର ପୁରୁଷ ବିଭାଗରେ ସେ ୧୮ତମ ସ୍ଥାନରେ ରହି ବର୍ଷ ଶେଷ କରିଥିଲେ। ୨୦୦୧ ଅଗଷ୍ଟ ୨୧ରେ ଭୁବନେଶ୍ୱରରେ ଜନ୍ମିତ କବିର ୨୦୨୩ରେ ପ୍ରଭାବୀ ପ୍ରଦର୍ଶନ ସହ ବର୍ଷ ଆରମ୍ଭ କରିଛନ୍ତି। ଓଡ଼ିଶାର ପ୍ରଥମ ଖେଳାଳି ଭାବେ ସେ ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ୍ସ) ପଏଣ୍ଟ ହାସଲ କରିଛନ୍ତି। ୨୦୨୩ ମାର୍ଚ୍ଚ ୮ରେ କିଶ୍‌ ଆଇଲାଣ୍ଡରେ ଅନୁଷ୍ଠିତ ଆଇଟିଏଫ୍‌ ପୁରୁଷ ୧୫କେ ଟୁର୍ନାମେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଗତ ୧୦ (୨୦୧୩ରୁ ୨୦୨୩) ବର୍ଷ ମଧ୍ୟରେ ସେ ୧୦୦ରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଏହା ମଧ୍ୟରେ ଏଆଇଟିଏ ପୁରୁଷ ସର୍କିଟରେ ୨୦ ଟାଇଟଲ ସାମିଲ। ଉପଯୁକ୍ତ ସହାୟତା ମିଳିଲେ ସେ ଆଗକୁ ବହୁ ବଡ଼ ଟୁର୍ନାମେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି କବିର କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri