ଭଞ୍ଜନଗର,୩ା୫(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିଲାଗି ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଶୈଖିକ ପରିଷଦ ସମ୍ପାଦକ ହର ପ୍ରସାଦ ଶତପଥୀ, ଅଧ୍ୟାପକ ଡ ସୁନାମ ପାତ୍ର ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଅଧ୍ୟାପକ ବିଭୂତି ଗୌଡ ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ୟାପିକା ଜ୍ୟୋତି ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହାପୂର୍ବରୁ କଲେଜର ବିଭିନ୍ନ ବିଭାଗର ମୁଖ୍ୟ ଅଧ୍ୟାପକମାନଙ୍କୁ ନେଇ ନୂତନ ଶିକ୍ଷା ବର୍ଷରୁ କିଭଳି ପାଠ ପଢା ହେବ, ଛାତ୍ରୀଛାତ୍ର ଏବଂ ଅନୁଷ୍ଠାନର ବିକାଶ କିଭଳି ହୋଇପାରିବ ସେ ନେଇ ଏକ ବୈଠକ ହୋଇଥିଲା। ନୂତନ ଶିକ୍ଷା ବର୍ଷରୁ ନୂଆ ଶିକ୍ଷାନୀତି ୨୦୨୦ କିଭଳି କଡ଼ାକଡି ଭାବେ ପାଳନ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଆଲୋଚନାରେ ବିଭିନ୍ନ ବିଭାଗର ମୁଖ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


