ଶୋଭାପାଇବ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ

ଜଟଣୀ,୨୯ା୮(ଡି.ଏନ୍‌.ଏ.): ଆଉ ଦିନକ ପରେ ଗଣେଶ ପୂଜା। ଏ ନେଇ ଉତ୍ସବ ମୁଖର ପୁରପଲ୍ଲୀ। ଦୁଇବର୍ଷ ପରେ ବିଘ୍ନରାଜ ଗଣପତି ବାବା ଭକ୍ତଙ୍କ ମେଳରେ ପୂଜା ପାଇବେ। ମଣ୍ଡପରେ ଠାକୁରଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। ଏହି ପରିପ୍ରେକ୍ଷୀରେ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ସ୍ଥାନୀୟ ସୀତାରାମ ଛକ ବ୍ୟବସାୟୀ ସଂଘର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ପୂଜାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ନେଇ ସଂଘ ପକ୍ଷରୁ ଆକଳନ କରାଯାଇଛି। ମହାଦେବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ’ କଳାକୃତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ। ବି.କେ. ଆର୍ଟ କଲେଜର ଛାତ୍ରମାନେ ଏହି କଳାକୃତିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି।
ଏହି ମଣ୍ଡପରେ ୧୯୬୦ ମସିହାରୁ ଗଣେଶ ପୂଜାରେ ତ୍ରିମୂର୍ତ୍ତି ପୂଜା ପାଇଆସୁଥିବା ସଂଘର ସଦସ୍ୟମାନେ କହିଛନ୍ତି। ଓଡ଼ିଶାର ପ୍ରଥମ ରେଳ ଜଙ୍କ୍‌ଶନ ଜଟଣୀରେ ରହିଥିବାରୁ ଗମନାଗମନର ସୁବିଧା ଯୋଗୁ ଏହି ଅଞ୍ଚଳକୁ ବାହାର ରାଜ୍ୟର ବହୁ ବ୍ୟକ୍ତି ବ୍ୟବସାୟ ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ସୀତାରାମ ବାବୁଙ୍କ ନାମ ଅନୁସାରେ ଉକ୍ତ ଛକର ନାମ ସୀତାରାମ ଛକ ହୋଇଥିବା ଲୋକଶ୍ରୁତିରୁ ଜଣାଯାଏ। କେଳୁଚରଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାମ, ରଜବଲି ବ୍ରଦର୍ସ ପ୍ରମୁଖଙ୍କ ସହ ଅନେକ ବ୍ୟକ୍ତିଙ୍କ ଦ୍ୱାରା ସୀତାରାମ ଛକଠାରେ ପୂଜା ଆରମ୍ଭ କରାଯାଇଥିବା ବ୍ୟବସାୟୀ ସଂଘ ସଦସ୍ୟ କହିଛନ୍ତି। ମଣ୍ଡପରେ ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଗ ଠାକୁରଙ୍କୁ ଲାଗି ହୋଇଥାଏ। ପରମ୍ପରା ମୁତାବକ ଠାକୁରଙ୍କ ଲଡ଼ୁ ପ୍ରତି ତିନିଦିନରେ ଥରେ ବଦଳା ଯାଇଥାଏ, ଯାହାକୁ ଶ୍ରଦ୍ଧାଳୁ ପ୍ରଦାନ କରିଥାନ୍ତି। ଶେଷ ଦିବସରେ ଆଶାୟୀ ଶ୍ରଦ୍ଧାଳୁ ଉକ୍ତ ଲଡ଼ୁ କ୍ରୟକରି ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। ପ୍ରତିବର୍ଷ ଠାକୁରଙ୍କ ନିକଟରେ ଅନନ୍ତବ୍ରତ ପାଳନ କରାଯାଇଥାଏ। ଏଥିରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଯୋଗଦେଇଥାନ୍ତି। ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଏବଂ ସ୍ବେଚ୍ଛାସେବୀ ନିୟୋଜିତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏମାନେ ଯାହା କୁହନ୍ତି…

ଜଟଣୀ-ଖୋର୍ଦ୍ଧା ଏବଂ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ମାର୍ଗ ନିକଟରେ ରହିଛି ସୀତାରାମ ଛକ ପୂଜାମଣ୍ଡପ। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ପୂଜା ଦେଖିବାକୁ ଆସିଥାନ୍ତି। ା ସୁଉଚ୍ଚ ତୋରଣ ପାଇଁ ଏହି ଅନୁଷ୍ଠାନର ନଁା ରହିଛି। ହେଲେ ଗତ ୨୦୧୫ ମସିହାରୁ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ ଲାଗି ଗଣେଶ ପୂଜା ସମୟରେ ସାଜସଜ୍ଜା ଏବଂ ତୋରଣରେ ପରିବର୍ତ୍ତନ ଆସିଛି। ରୀତିନୀତି, ପରମ୍ପରାଏବଂ ସଂଘର ମାନ ପାଇଁ ସୀମିତ ଜାଗାରେ ନୂତନତ୍ୱ ଆଣି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରହିଛି।
– ରମେଶ ଚନ୍ଦ୍ର ମହାପାତ୍ର, ସଭାପତି,
ସୀତାରାମ ଛକ ବ୍ୟବସାୟୀ ସଂଘ

କରୋନା ପାଇଁ ବ୍ୟବସାୟୀଙ୍କ କ୍ଷତି ହୋଇଛି, କିନ୍ତୁ ପୂଜା ଲାଗି ଉତ୍ସାହ ରହିଛି। ବର୍ଷ ବର୍ଷ ଧରି ଆମ ଅନୁଷ୍ଠାନ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିପାରିଛି। ସୀମିତ ଜାଗା ଯୋଗୁ ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ମହାଦେବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କଳାକୃତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି। ପ୍ରତିଦିନ ସନ୍ଧ୍ୟାରେ ମହାଦେବଙ୍କଠାରେ ରୀତିନୀତିରେ ପୂଜାର୍ଚ୍ଚନା ସହିତ ଭବ୍ୟ ସନ୍ଧ୍ୟା ଆଳତିର ଆୟୋଜନ କରାଯିବ।
– ଗିରିଶ୍‌ ଚନ୍ଦ୍ର ମହାରଣା, ସମ୍ପାଦକ,
ସୀତାରାମ ଛକ ବ୍ୟବସାୟୀ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri