ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି ପାକିସ୍ତାନରୁ ଫେରିବା ପରେ ବାଂଲାଦେଶ ଯିବାର ଯୋଜନା କରୁଥିଲେ। ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ତାଙ୍କର ବାଂଲାଦେଶ ଭିସା ଆବେଦନ ଫର୍ମ ଜବତ କରିଛି, ଯାହା ତାଙ୍କ ଯୋଜନାକୁ ସୂଚାଇଛି।

ଜ୍ୟୋତିଙ୍କ ଯୁଟ୍ୟୁବ ଚ୍ୟାନେଲ ‘ଟ୍ରାଭେଲ ଉଇଥ ଜୋ’ରେ ପ୍ରାୟ ୩.୭୭ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ସେ ନିଜକୁ ଜଣେ ‘ନୋମାଡିକ ଲିଓ ଗାର୍ଲ’ ଓ ‘ହରିୟାଣୀ+ପଞ୍ଜାବୀ’ ଭାବେ ବର୍ଣ୍ଣନା କରନ୍ତି। ତାଙ୍କ ଭିଡିଓଗୁଡିକ ସେ ପାକିସ୍ତାନ, ଚୀନ, ଇଣ୍ଡୋନେସିଆ ଓ ଭାରତର ବିଭିନ୍ନ ସ୍ଥାନର ଭ୍ରମଣ ଅନୁଭବ ସେୟାର କରିଛନ୍ତି। କିନ୍ତୁ ତାଙ୍କର ପାକିସ୍ତାନ ଯାତ୍ରା ଓ ସେଠାକାର ଅଧିକାରୀଙ୍କ ସହ ସମ୍ପର୍କ ତଦନ୍ତକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୂଚନା ଅନୁଯାୟୀ, ଜ୍ୟୋତି ୨୦୨୩ରେ ପାକିସ୍ତାନ ହାଇ କମିସନରେ ଭିସା ପାଇଁ ଯାଇଥିବା ସମୟରେ ଏହସାନ-ଉର-ରହିମ ଓରଫ ଡାନିଶ ନାମକ ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ସେ ଦୁଇଥର ପାକିସ୍ତାନ ଯାଇଥିଲେ ଓ ସେଠାରେ ଅଲି ଆହୱାନ, ଶାକିର ଓ ରାଣା ଶାହବାଜ ନାମକ ବ୍ୟକ୍ତିଙ୍କୁ ଭେଟିଥିଲେ। ଏହି ସମୟରେ ସେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗ ରଖି ଗୁପ୍ତ ସୂଚନା ଆଦାନପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ସେ ଶାକିରଙ୍କ ନମ୍ବରକୁ ‘ଜାଟ ରନ୍ଧାୱା’ ନାମରେ ସେଭ କରିଥିଲେ ଯାହା ସନ୍ଦେହ ଏ ପାଇଁ ଥିଲା।

ଜ୍ୟୋତିଙ୍କ ଡାଏରୀରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଲେଖିଛନ୍ତି, ପାକିସ୍ତାନରେ ୧୦ ଦିନର ଯାତ୍ରା ପରେ ମୁଁ ମୋ ଦେଶ ଭାରତକୁ ଫେରିଛି। ସୀମାର ଦୂରତା କେତେ ଦିନ ରହିବ ଜଣା ନାହିଁ, କିନ୍ତୁ ହୃଦୟର ଅଭିଯୋଗ ଦୂର ହେବା ଉଚିତ। ଆମେ ସମସ୍ତେ ଏକ ମାଟିର, ଏକ ପୃଥିବୀର। ଏହି ଲେଖା ତାଙ୍କର ପାକିସ୍ତାନ ପ୍ରତି ସକାରାତ୍ମକ ଦୃଷ୍ଟିକୋଣକୁ ସୂଚାଇଛି।

ତାଙ୍କୁ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ତାଙ୍କର ମୋବାଇଲ ଓ ଲାପଟପରୁ ମିଳିଥିବା ସୂଚନା ତଦନ୍ତ ପାଇଁ ଫରେନସିକ ବିଶ୍ଳେଷଣକୁ ପଠାଯାଇଛି। ଏହା ସହିତ, ତାଙ୍କର ଆର୍ଥିକ ନେଣଦେଣ ଓ ଭ୍ରମଣ ଇତିହାସ ମଧ୍ୟ ଖୋଲତାଡ଼ କରାଯାଉଛି।

ଜ୍ୟୋତିଙ୍କ ବାପା ହରିଶ ମଲହୋତ୍ରା କହିଛନ୍ତି ଯେ ସେ ତାଙ୍କ ପାକିସ୍ତାନ ଯାତ୍ରା ବିଷୟରେ ଅଜଣା ଥିଲେ ଓ ଜ୍ୟୋତି ତାଙ୍କୁ କେବଳ ଦିଲ୍ଲୀ ଯାଉଥିବା କହୁଥିଲେ। ତେବେ ପୂର୍ବରୁ ସେ କହିଥିଲେ ଯେ ଜୋତି ଆବଶ୍ୟକ ଅନୁମତି ନେଇ ପାକିସ୍ତାନ ଯାଇଥିଲେ। ଏହି ମାମଲା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପ ଗତ ଏପ୍ରିଲ ୨୨ରେ ଜାମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା, ତାହା ପରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରି ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଜ୍ୟୋତିଙ୍କ ପାହାଲଗାମ ଯାତ୍ରା ମଧ୍ୟ ଏହି ଆକ୍ରମଣ ସହ ଜଡିତ ଥାଇପାରେ ବୋଲି ତଦନ୍ତକାରୀ ସନ୍ଦେହ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri