ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ, ସାମ୍ନାକୁ ଆସିଲା ବଡ଼ ସତ, ଚାର୍ଜଶିଟ୍‌ ଦାଖଲ

ଚଣ୍ଡିଗଡ଼,୧୬ା୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ହିସାର ପୋଲିସ କୋର୍ଟରେ ଏହି ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି।

ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ ହୋଇଛି। ହରିୟାଣା ପୋଲିସ ସୂତ୍ର ଅନୁଯାୟୀ, ସ୍ବତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜଶିଟ୍‌ରେ ପୋଲିସ ଦାବି କରିଛି ଯେ, ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ ଏକ ଟୁଲକିଟ୍‌ ଭାବରେ ବ୍ୟବହାର କରାଯାଉଥିଲା।

ପୋଲିସ କହିଛି, ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ସୂଚନା ଶେୟାର କରୁଥିଲେ ଏବଂ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ଜ୍ୟୋତି ତାଙ୍କ ପାକିସ୍ତାନ ଗସ୍ତ ସମୟରେ ସେଠାକାର ଏଜେଣ୍ଟମାନଙ୍କ ସହିତ ଯୋଗାଯୋଗ କରିଥିଲେ। ପୋଲିସ ଜ୍ୟୋତିଙ୍କ ମୋବାଇଲରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି।

ପୋଲିସ ଜ୍ୟୋତି ଏବଂ ଦାନିଶଙ୍କ ମଧ୍ୟରେ ଚାଟ୍‌ ମଧ୍ୟ ପାଇଛି। ୟୁଟ୍ୟୁବର ଜ୍ୟୋତି ପାକ ହାଇ କମିଶନରେ ନିଯୁକ୍ତ ଦାନିଶ ଅଲ୍ଲୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ପୋଲିସ ଜ୍ୟୋତି ଏବଂ ଦାନିଶଙ୍କ ମଧ୍ୟରେ ଚାଟ୍‌ ମଧ୍ୟ ପାଇଛି। ଜ୍ୟୋତି ଆଇଏସ୍‌ଆଇ ଏଜେଣ୍ଟ ଶାକିର, ହାସନ ଅଲି ଏବଂ ନାସିର ଢିଲୋନଙ୍କ ସହିତ କଥା ହେଉଥିଲେ। ଜ୍ୟୋତି ଏବଂ ହାସନ ନାମକ ଜଣେ ଏଜେଣ୍ଟଙ୍କ ମଧ୍ୟରେ ଚାଟ୍‌ ମଧ୍ୟ ପୋଲିସ ପାଇଛି।

ଏହା ସହିତ କେସ୍‌ ଡାଏରୀରେ ଜ୍ୟୋତିଙ୍କ ସମସ୍ତ ବିଦେଶ ଯାତ୍ରାର ମଧ୍ୟ ଉଲ୍ଲେଖ କରାଯାଇଛି। ଜ୍ୟୋତି ‘ଟ୍ରାଭେଲ ଓ୍ବିଥ୍‌ ଜିଓ’ ନାମକ ଏକ ୟୁଟ୍ୟୁବଖ ଚ୍ୟାନେଲ ଚଲାଉଥିଲେ, ଯାହାକୁ ପୋଲିସ ୧୬ ମେ’ ୨୦୨୫ରେ ଗିରଫ କରିଥିଲା ଏବଂ ସେବେଠାରୁ ସେ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ମାମଲାରେ ହରିୟାଣା ପୋଲିସ ଅନେକ ସୋସିଆଲ ମିଡିଆ ପ୍ରଭାବଶାଳୀଙ୍କୁ ସମନ ଜାରି କରି ପଚରାଉଚରା କରିଥିଲା।

ପାକିସ୍ତାନ ହାଇକମିଶନରେ ନିଯୁକ୍ତ ଏହସାନ-ଉର୍‌-ରହିମ ଓରଫ ଦାନିଶଙ୍କୁ ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩ ମେ’ରେ ବହିଷ୍କାର କରାଯାଇଥିଲା। ଜ୍ୟୋତିଙ୍କ ବିରୋଧରେ ସରକାରୀ ଗୁପ୍ତ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri