ବଡ଼ ଖବର: ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ

ପୁରୀ,୧୮ା୫: ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଏନେଇ ସେ ୨୭ ତାରିଖରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଶନିବାର ତାଙ୍କୁ ଗିରଫ କରାଯିବା ପରେ ପୁରୀ ବିଷୟରେ କିଛି ତଥ୍ୟ ଶେୟାର କରିଥିବା ଅନୁମାନ କରାଯାଉଛି। ଏନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି। ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସମ୍ପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଉଭୟ ସାଙ୍ଗ ହୋଇ ପାକିସ୍ତାନ କର୍ତ୍ତାରପୁର କରିଡର ଯାଇଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ, ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୟାମିନ, ଦେବିନ୍ଦର ଓ ଅର୍ମାନ ରହିଛନ୍ତି।

ହରିୟାଣାର ହିସାରରେ ରହୁଥିବା ଟ୍ରାଭେଲ ବ୍ଲଗର ଜ୍ୟୋତି ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଚଳାଉଥିଲେ ଓ ବିଭିନ୍ନ ସମୟରେ ପାକିସ୍ତାନ ସମେତ ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯାଉଥିଲେ। ନ୍ୟୁ ଅଗରସେନ୍‌ ଏକ୍ସଟେନ୍‌ଶନରୁ ତାଙ୍କୁ ଗିରଫ କରାଯିବା ସହ ସରକାରୀ ଗୋପନୀୟତା ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି।

ଜ୍ୟୋତିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ଯଥାକ୍ରମେ ୩.୭୭ ଲକ୍ଷ ସବ୍‌ସ୍କ୍ରାଇବର ଏବଂ ୧.୩୩ ଲକ୍ଷ ଫଲୋର୍ସ ରହିଛନ୍ତି। ଦିଲ୍ଲୀରେ ପାକିସ୍ତାନ ହାଇକମିଶନ୍‌ରେ କାର୍ଯ୍ୟରତ ପାକିସ୍ତାନୀ କର୍ମଚାରୀମାନଙ୍କ ସହ ତାଙ୍କର ଯୋଗଯୋଗ ରହିଥିଲା। ଗୁପ୍ତଚର ବୃତ୍ତି କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଗତ ୧୩ ତାରିଖରେ ନୂଆଦିଲ୍ଲୀ ପାକିସ୍ତାନୀ କର୍ମଚାରୀମାନଙ୍କୁ ବହିଷ୍କାର କରିଛି। ଜ୍ୟୋତିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଆକାଉଣ୍ଟରେ ତାଙ୍କର ପାକିସ୍ତାନ ଭ୍ରମଣକୁ ନେଇ ‘ଇଣ୍ଡିଆନ୍‌ ଗର୍ଲ ଇନ୍‌ ପାକସ୍ତାନ’, ‘ଇଣ୍ଡିଆନ୍‌ ଗର୍ଲ ଏକ୍ସପ୍ଲୋରିଙ୍ଗ ଲାହୋର’, ‘ଇଣ୍ଡିଆନ ଗର୍ଲ ଆଟ୍‌ କାଟସ୍‌ ରାଜ ଟେମ୍ପଲ’ ଏବଂ ‘ଇଣ୍ଡିଆନ୍‌ ଗର୍ଲ ରାଇଡ୍ସ ଲକ୍‌ଜୁରି ବସ୍‌ ଇନ୍‌ ପାକିସ୍ତାନ’ ନାମରେ ଭିଡିଓ ଦେଖିବାକୁ ମିଳିଥାଏ। ସେ ବର୍ତ୍ତମାନ ସୁଦ୍ଧା ୪୮୭ଟି ଭିଡିଓ କରିଛନ୍ତି।

୨୦୨୩ରେ ଜ୍ୟୋତି ପାକିସ୍ତାନ ଉଚ୍ଚାୟୁକ୍ତରେ ଏହସାନ-ଉର୍‌-ରହିମ୍‌ ଓରଫ ଡାନିସ୍‌ଙ୍କ ସହ ଯୋଗାଯୋଗରେ ଆସିଥିଲେ। ସେତେବେଳେ ସେ ପାକିସ୍ତାନ ଯିବା ପାଇଁ ଭିଜା ଚାହୁଁଥିଲେ। ତାଙ୍କ ବିରୋଧରେ ୧୬ ତାରିଖରେ ସିଭିଲ୍‌ ଲାଇନ୍ସ ଥାନାରେ ଦାଏର ଏତଲାରୁ ଏହା ଜଣାପଡ଼ିଛି। ସେ ୨ ଥର ପାକିସ୍ତାନ ଯାଇ ଡାନିସ୍‌ଙ୍କ ସହଯୋଗୀ ଅଲି ଅହଓ୍ବାନଙ୍କୁ ଭେଟିଥିଲେ। ସେ ଜ୍ୟୋତିଙ୍କ ରହିବା ସହ ପାକିସ୍ତାନୀ ସୁରକ୍ଷା ଓ ଗୋଇନ୍ଦା ଅଧିକାରୀ ଶାକିର ଓ ରାଣା ଶାହବାଜଙ୍କୁ ଭେଟିବା ବ୍ୟବସ୍ଥା କରିଥିଲେ। ଜ୍ୟୋତି ସେମାନଙ୍କ ସହ ହ୍ବାଟ୍ସଆପ୍‌, ଟେଲିଗ୍ରାମ ଓ ସ୍ନାପ୍‌ଚାଟ୍‌ ଜରିଆରେ ଯୋଗାଯୋଗରେ ରହିବା ସହ ସମ୍ବେଦନଶୀଳ ତଥ୍ୟ ପଠାଉଥିଲେ। ଦିଲ୍ଲୀସ୍ଥିତ ପାକ୍‌ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ସେ ଡାନିସ୍‌ ଓ ପାକିସ୍ତାନୀ ଗୋଇନ୍ଦା ଅଧିକାରୀମାନଙ୍କ ସହ ସମ୍ପର୍କରେ ରହିଥିଲେ। ଏହା ପୂର୍ବରୁ ପଞ୍ଜାବ ପୋଲିସ ଗୁପ୍ତଚରଗିରିରେ ସମ୍ପୃକ୍ତି ନେଇ ମାଲେରକୋଟ୍‌ଲା ଜିଲାରୁ ୨ ଜଣ ଅଭିଯୁକ୍ତ ଯାମିନ୍‌ ମହମ୍ମଦ ଓ ଗୁଜାଲାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri