ବଡ଼ ଖବର: ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ

ପୁରୀ,୧୮ା୫: ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଏନେଇ ସେ ୨୭ ତାରିଖରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଶନିବାର ତାଙ୍କୁ ଗିରଫ କରାଯିବା ପରେ ପୁରୀ ବିଷୟରେ କିଛି ତଥ୍ୟ ଶେୟାର କରିଥିବା ଅନୁମାନ କରାଯାଉଛି। ଏନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି। ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସମ୍ପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଉଭୟ ସାଙ୍ଗ ହୋଇ ପାକିସ୍ତାନ କର୍ତ୍ତାରପୁର କରିଡର ଯାଇଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ, ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୟାମିନ, ଦେବିନ୍ଦର ଓ ଅର୍ମାନ ରହିଛନ୍ତି।

ହରିୟାଣାର ହିସାରରେ ରହୁଥିବା ଟ୍ରାଭେଲ ବ୍ଲଗର ଜ୍ୟୋତି ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଚଳାଉଥିଲେ ଓ ବିଭିନ୍ନ ସମୟରେ ପାକିସ୍ତାନ ସମେତ ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯାଉଥିଲେ। ନ୍ୟୁ ଅଗରସେନ୍‌ ଏକ୍ସଟେନ୍‌ଶନରୁ ତାଙ୍କୁ ଗିରଫ କରାଯିବା ସହ ସରକାରୀ ଗୋପନୀୟତା ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି।

ଜ୍ୟୋତିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ଯଥାକ୍ରମେ ୩.୭୭ ଲକ୍ଷ ସବ୍‌ସ୍କ୍ରାଇବର ଏବଂ ୧.୩୩ ଲକ୍ଷ ଫଲୋର୍ସ ରହିଛନ୍ତି। ଦିଲ୍ଲୀରେ ପାକିସ୍ତାନ ହାଇକମିଶନ୍‌ରେ କାର୍ଯ୍ୟରତ ପାକିସ୍ତାନୀ କର୍ମଚାରୀମାନଙ୍କ ସହ ତାଙ୍କର ଯୋଗଯୋଗ ରହିଥିଲା। ଗୁପ୍ତଚର ବୃତ୍ତି କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଗତ ୧୩ ତାରିଖରେ ନୂଆଦିଲ୍ଲୀ ପାକିସ୍ତାନୀ କର୍ମଚାରୀମାନଙ୍କୁ ବହିଷ୍କାର କରିଛି। ଜ୍ୟୋତିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଆକାଉଣ୍ଟରେ ତାଙ୍କର ପାକିସ୍ତାନ ଭ୍ରମଣକୁ ନେଇ ‘ଇଣ୍ଡିଆନ୍‌ ଗର୍ଲ ଇନ୍‌ ପାକସ୍ତାନ’, ‘ଇଣ୍ଡିଆନ୍‌ ଗର୍ଲ ଏକ୍ସପ୍ଲୋରିଙ୍ଗ ଲାହୋର’, ‘ଇଣ୍ଡିଆନ ଗର୍ଲ ଆଟ୍‌ କାଟସ୍‌ ରାଜ ଟେମ୍ପଲ’ ଏବଂ ‘ଇଣ୍ଡିଆନ୍‌ ଗର୍ଲ ରାଇଡ୍ସ ଲକ୍‌ଜୁରି ବସ୍‌ ଇନ୍‌ ପାକିସ୍ତାନ’ ନାମରେ ଭିଡିଓ ଦେଖିବାକୁ ମିଳିଥାଏ। ସେ ବର୍ତ୍ତମାନ ସୁଦ୍ଧା ୪୮୭ଟି ଭିଡିଓ କରିଛନ୍ତି।

୨୦୨୩ରେ ଜ୍ୟୋତି ପାକିସ୍ତାନ ଉଚ୍ଚାୟୁକ୍ତରେ ଏହସାନ-ଉର୍‌-ରହିମ୍‌ ଓରଫ ଡାନିସ୍‌ଙ୍କ ସହ ଯୋଗାଯୋଗରେ ଆସିଥିଲେ। ସେତେବେଳେ ସେ ପାକିସ୍ତାନ ଯିବା ପାଇଁ ଭିଜା ଚାହୁଁଥିଲେ। ତାଙ୍କ ବିରୋଧରେ ୧୬ ତାରିଖରେ ସିଭିଲ୍‌ ଲାଇନ୍ସ ଥାନାରେ ଦାଏର ଏତଲାରୁ ଏହା ଜଣାପଡ଼ିଛି। ସେ ୨ ଥର ପାକିସ୍ତାନ ଯାଇ ଡାନିସ୍‌ଙ୍କ ସହଯୋଗୀ ଅଲି ଅହଓ୍ବାନଙ୍କୁ ଭେଟିଥିଲେ। ସେ ଜ୍ୟୋତିଙ୍କ ରହିବା ସହ ପାକିସ୍ତାନୀ ସୁରକ୍ଷା ଓ ଗୋଇନ୍ଦା ଅଧିକାରୀ ଶାକିର ଓ ରାଣା ଶାହବାଜଙ୍କୁ ଭେଟିବା ବ୍ୟବସ୍ଥା କରିଥିଲେ। ଜ୍ୟୋତି ସେମାନଙ୍କ ସହ ହ୍ବାଟ୍ସଆପ୍‌, ଟେଲିଗ୍ରାମ ଓ ସ୍ନାପ୍‌ଚାଟ୍‌ ଜରିଆରେ ଯୋଗାଯୋଗରେ ରହିବା ସହ ସମ୍ବେଦନଶୀଳ ତଥ୍ୟ ପଠାଉଥିଲେ। ଦିଲ୍ଲୀସ୍ଥିତ ପାକ୍‌ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ସେ ଡାନିସ୍‌ ଓ ପାକିସ୍ତାନୀ ଗୋଇନ୍ଦା ଅଧିକାରୀମାନଙ୍କ ସହ ସମ୍ପର୍କରେ ରହିଥିଲେ। ଏହା ପୂର୍ବରୁ ପଞ୍ଜାବ ପୋଲିସ ଗୁପ୍ତଚରଗିରିରେ ସମ୍ପୃକ୍ତି ନେଇ ମାଲେରକୋଟ୍‌ଲା ଜିଲାରୁ ୨ ଜଣ ଅଭିଯୁକ୍ତ ଯାମିନ୍‌ ମହମ୍ମଦ ଓ ଗୁଜାଲାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri