ଭାଇରାଲ ହେଉଛି ଜ୍ୟୋତି-ମନୀଷଙ୍କ ଚାଟ୍‌

ଲକ୍ଷ୍ନୌ,୧୩ା୭: ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି। ବରେଲିରେ ପୋଷ୍ଟ ହୋଇଥିବା ଏସ୍‌ଡିଏମ ଜ୍ୟୋତି ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଜିଲା କମାଣ୍ଡାଣ୍ଟ ମନୀଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ତଦନ୍ତ ରିପୋର୍ଟ ଯାଞ୍ଚ ଆରମ୍ଭ କରିଛନ୍ତି।

ସୋସିଆଲ ମିଡିଆରେ ଜ୍ୟୋତି ଏବଂ ମନୀଷଙ୍କ ଚାଟ୍‌ ଭାଇରାଲ ହେବା ପରେ ଡିଜି ହୋମଗାର୍ଡ ଏହି ମାମଲାରେ ଏଫ୍‌ଆଇଆର୍‌ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛନ୍ତି। ଜ୍ୟୋତିଙ୍କ ସହ ହୋଇଥିବା ସମ୍ପର୍କ ଏବଂ ମନୀଷଙ୍କ ବିରୋଧରେ ହୋଇଥିବା ଗୁରୁତର ଅଭିଯୋଗର ତଦନ୍ତ ଶେଷ ହୋଇଛି। ଏହି ଘଟଣାରେ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଅନୁସନ୍ଧାନ ରିପୋର୍ଟକୁ ଭିତ୍ତିକରି ମନୀଷଙ୍କ ବିରୋଧରେ ଏଫ୍‌ଆଇଆର ଏବଂ ନିଲମ୍ବନ ପାଇଁ ସୁପାରିସ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ମନୀଷ ମୋବାଇଲରେ ଜ୍ୟୋତିଙ୍କୁ ତାଙ୍କ ସ୍ବାମୀ ଆଲୋକଙ୍କୁ ରାସ୍ତାରୁ ହଟାଇବାକୁ କହୁଥିଲେ। ପଚରାଉଚରା ବେଳେ ମନୀଷ କହିଛନ୍ତି, ସେ ଛାଡପତ୍ର ବିଷୟରେ କହୁଛନ୍ତି।

ସୋସିଆଲ ମିଡିଆରେ ଏକ ଭାଇରାଲ ଚାଟ୍‌ରେ ଜ୍ୟୋତିଙ୍କ ସୁଇପର ସ୍ବାମୀ ଆଲୋକଙ୍କୁ ରାସ୍ତାରୁ ହଟାଇବା କଥା। ପ୍ରକୃତରେ ଜ୍ୟୋତିଙ୍କ ସ୍ବାମୀ ଆଲୋକ ଡିଜି ହୋମଗାର୍ଡରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ଆଲୋକ ହତ୍ୟାକାଣ୍ଡର ଆଶଙ୍କା ପ୍ରକାଶ କରିଥିଲେ। ଆଲୋକ ଅଭିଯୋଗ କରିଛନ୍ତି ଯେ, ସ୍ତ୍ରୀ ଜ୍ୟୋତି ଏବଂ ମନୀଷ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

Share