ଜ୍ୟୋତି ହେଗ୍‌ଡେ, ମଜିଦ୍‌ ସାହେବଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ’

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେଶନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସର ସପ୍ତମ ସଂସ୍କରଣ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଲୋକପ୍ରିୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉମାକାନ୍ତ ଗୁଣ୍ଡିଚା, ଅଖିଳେଶ ଗୁଣ୍ଡିଚା ଓ ଅନନ୍ତ ଗୁଣ୍ଡିଚା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ, ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉମାକାନ୍ତ ଗୁଣ୍ଡିଚା ଓ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦେବ ଯୋଗଦେଇଥିଲେ। ଧ୍ରୁପଦ ହେଉଛି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଆତ୍ମା। ଏଥିରେ ଉଚ୍ଚାରିତ ହେଉଥିବା ଓଁ ଧ୍ୱନି ହୃଦୟକୁ ସ୍ପର୍ଶ କରିବା ସହିତ ମନକୁ ଶାନ୍ତି ପ୍ରଦାନ କରେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବୀଣା ବାଦକ ଜ୍ୟୋତି ହେଗଡେ ଓ ତାନପୁରା କାରିଗର ମଜିଦ ଗୁଲାବ ସାହେବଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। ଏଥିସହିତ ‘ଲିଟିଲ ଧ୍ରୁପଦ ସିଙ୍ଗର’ ସମ୍ମାନରେ ଶ୍ରୀନହିତା ମିଶ୍ର ଓ ରୁଦ୍ର ପ୍ରସାଦ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ମଧ୍ୟପ୍ରଦେଶର ଦୁର୍ଗେଶ ଭାଜେରେଙ୍କୁ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେଶନ ବରିଷ୍ଠ ବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାର ରିମ୍‌ଲି ମହାନ୍ତି, ସୂର୍ଯ୍ୟ ନାରାୟଣ ପାଣି, ମୋନାଲିପ୍ରିୟା ଗିରି, ଦୁର୍ଗେଶ ଭାଜେରେ, ଉଦିତ ନାରାୟଣ ସୁନାନୀ, ରୁଦ୍ର ନାରାୟଣ ପଣ୍ଡା, ଚିନ୍ତନ ପ୍ରଜାପତି ପ୍ରମୁଖ ଦେବ ବାଣୀ ଶୈଳୀରେ ‘ତୁ ହି ସୂର୍ଯ୍ୟ ତୁ ହି ଚନ୍ଦ୍ରା’ ଓ ‘ମାତା ସରସ୍ବତୀ’ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦେବ ସାହୁ ମଧ୍ୟ ସମାନ ଶୈଳୀରେ ‘ ଓଁ ହରି ଅନନ୍ତ ନାରାୟଣ ତରଣ…’ ପରିବେଷଣ କରିଥିଲେ। ବାବୁନ ପରିଡ଼ା ଓ ଦୀପାଞ୍ଜଳି ଜେନା ଦ୍ୱୈତ୍ୟ ଧ୍ରୁପଦ ଭୋକାଲ ଉପସ୍ଥାନ କରିଥିଲେ। ଜ୍ୟୋତି ହେଗଡେଙ୍କ ଦ୍ୱାରା ରୁଦ୍ରବୀଣା ପରିବେଷିତ ହୋଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri