Posted inଜାତୀୟ

ନାବାଳିକା ପୀଡ଼ିତା ସ୍ତ୍ରୀ ଭାବେ ଅଭିଯୁକ୍ତଙ୍କ ସହିତ ବାସ କରି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, ପୋକ୍ସୋ ମାମଲାକୁ ଖାରଜ କଲେ କୋର୍ଟ …

ଶିଲଂ, ୨୭।୩ : ନିକଟରେ ମେଘାଳୟ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଯୌନ ନିର୍ଯାତନା ଆଇନ ୨୦୧୨ ଶିଶୁଙ୍କ ସୁରକ୍ଷା ଏବଂ ଅପରାଧିକ ପ୍ରକ୍ରିୟା(ପୋକ୍ସୋ) ମାମଲାକୁ ଖାରଜ କରିଛନ୍ତି। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତି ଏବଂ ପୀଡିତା-ସ୍ତ୍ରୀ ଦମ୍ପତି ଭାବେ ରହୁଥିଲେ। ଉଭୟଙ୍କର ଜଣେ ସନ୍ତାନ ମଧ୍ୟ ଅଛନ୍ତି। ତେଣୁ ଏହାକୁ ପୋକ୍ସୋ ମାମଲା ଅନ୍ତର୍ଗତ ଗ୍ରହଣ କରାଯିବ ନାହିଁ।

ଜଷ୍ଟିସ ଡବ୍ଲୁ .ଡିଏଙ୍ଗଡୋହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ ଜଣେ ବୟସ୍କ ପୁରୁଷ ଏବଂ ନାବାଳିକା ସହମତିରେ ସ୍ତ୍ରୀ-ସ୍ବାମୀ ଭାବେ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ କିମ୍ବା ସ୍ବେଚ୍ଛାକୃତ ଶାରୀରିକ ସମ୍ପର୍କକୁ ପୋକ୍ସୋ ଅନ୍ତର୍ଜତ ଗ୍ରହଣ କରିହେବ ନାହିଁ। ମାମଲାରେ ପୀଡ଼ିତା ଜଣେ ସନ୍ତାନଙ୍କୁ ଜନ୍ମ ମଧ୍ୟ ଦେଇଛନ୍ତି।

ସମ୍ପୃକ୍ତ ନାବାଳିକା ହସ୍ପିଟାଲକୁ ସ୍ବାମୀଙ୍କ ସହିତ ପରୀକ୍ଷା ପାଇଁ ଯାଇଥିବା ସମୟରେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିବା ତାଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଥିଲା। ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପୋକ୍ସୋ ଆକ୍ଟର ଧାରା ୫ (ଜେ) (୨) / ୬ ଅନ୍ତର୍ଗତ ମାମଲା ରୁଜୁ କରିଥିଲେ। ପରେ ଦମ୍ପତି ସିଆର୍‌ପିସିର ଧାରା ୪୮୨ ଅନୁଯାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଆବେଦନ କରିଥିଲେ।

ଶେଷରେ, ଆବେଦନକାରୀ ଗ୍ରାମୀଣ ପୃଷ୍ଠଭୂମିରୁ ଆସିଥିବା ଏବଂ ଆଇନର ବ୍ୟବସ୍ଥା, ବିଶେଷକରି ପୋକ୍ସୋ ଆକ୍ଟ ବିଷୟରେ ଅବଗତ ନଥିବା କୋର୍ଟଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ନିଜ ରୀତିନୀତି ଅନୁଯାୟୀ ସ୍ବେଚ୍ଛାକୃତ ଭାବରେ ସ୍ତ୍ରୀ-ସ୍ବାମୀ ଭାବେ ଏକାଠି ରହୁଛନ୍ତି। ଅଦାଲତର ପର୍ଯ୍ୟବେକ୍ଷଣ ଅନୁଯାୟୀ ନାବାଳିକା ସ୍ତ୍ରୀ ସମ୍ପୃକ୍ତ ଅବଧିରେ ୧୮ ବର୍ଷରୁ କମ, ତେଣୁ ସେ ପୋକ୍ସୋ ଅଧିନିୟମର ଧାରା ୨(୧) (ଡି) ଅନୁଯାୟୀ ’ଶିଶୁ’ର ସଂଜ୍ଞା ଅଧୀନରେ ରହିଛନ୍ତି।

ଅଧିକନ୍ତୁ, କୋର୍ଟ କହିଛନ୍ତି ଯେ ଉଭୟେ ଦମ୍ପତି ଭାବେ ରହୁଥିବାରୁ ଏହାକୁ ନିର୍ଯାତନା ଭଳି ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏହା ସହିତ କୋର୍ଟ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri