ଗାଡ଼ି ଚଳାଇ ଧରାପଡିଲେ ନାବାଳକ: ୨୫ ହଜାର ଜରିମାନା ଗଣିଲେ ବାପା

ଛତ୍ରପୁର,୨୬।୨(ଡିଏନଏ): ଜଣେ ନାବାଳକଙ୍କୁ ଏକ ମାଲବାହୀ ଅଟୋ ଚଳାଇବାଙ୍‌ ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ଏହି ନାବାଳକ ଏକ ମାଲବାହୀ ଅଟୋ (ନଂ. ଓ ୦୭ପି ୫୭୯୬) ଚଳାଉ ଥିବା ବେଳେ ଧରା ପଡିଛନ୍ତି। ପରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଏହି ଘଟଣାକୁ ନେଇ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀଙ୍କୁ ଅବଗତ କରାଇବା ସହ ଅଟୋକୁ ଥାନାରେ ଅଟକ ରଖିଥିଲେ। ପରେ ଗଞ୍ଜାମ ଆରଟିଓ ନାବାଳକଙ୍କ ବାପାଙ୍କୁ ଡକାଇ ବୁଝାଶୁଝା କରିବା ସହ ୨୫ ହଜାର ଜରିମାନା ଆଦାୟ କରିଛନ୍ତି।