ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ, ଭାରତ ବିରୋଧରେ ଅଭିଯୋଗ ହେଲା କାଳ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ ସମ୍ବୋଧିତ କରି ଟ୍ରୁଡୋ ନିଜର ଇସ୍ତଫା ଘୋଷଣା କରିଛନ୍ତି।

୫୩ ବର୍ଷୀୟ ଜଷ୍ଟିନ ଟ୍ରୁଡୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,  ‘ମୁଁ ପାର୍ଟିର ନୂତନ ନେତା ଚୟନ କରିବାକୁ କହିଛି ଏବଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ” ଆସନ୍ତା ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସଂସଦ କାର୍ଯ୍ୟ ସ୍ଥଗିତ ରହିବ। ତେବେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ସେ ପର୍ଯ୍ୟନ୍ତ ରହିବେ ଯେ ପର୍ଯ୍ୟନ୍ତ ନୂତନ ପ୍ରଧାନମନ୍ତ୍ରୀ ଚୟନ ହୋଇନାହାନ୍ତି।

ଜଷ୍ଟିନ ଟ୍ରୁଡୋ ୧୧ ବର୍ଷ ଧରି ଲିବେରାଲ ପାର୍ଟିର ନେତା ଏବଂ ୯ ବର୍ଷ ଧରି କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ। ତେବେ ସେ ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧମକଠାରୁ ଆରମ୍ଭ କରି ପ୍ରମୁଖ ସହଯୋଗୀଙ୍କ ଇସ୍ତଫା ଏବଂ ଜନମତ ସର୍ବେକ୍ଷଣ ପର୍ଯ୍ୟନ୍ତ ଅନେକ ସଙ୍କଟର ସମ୍ମୁଖୀନ ହେଉଥିଲେ।

ଜଷ୍ଟିନ ଟ୍ରୁଡୋ ତାଙ୍କ ସମ୍ବୋଧନ କହିଥିଲେ, ”ଏହି ଦେଶ ଆଗାମୀ ନିର୍ବାଚନରେ ବାସ୍ତବିକ ଏକ ବିକଳ୍ପର ହକଦାର ଅଟେ, ଏବଂ ମୋ ପାଇଁ ଏହା ସ୍ପଷ୍ଟ ହୋଇସାରିଛି କି ଯଦି ମୋତେ ମୋର ଦଳ ମଧ୍ୟରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡୁଛି, ତେବେ ମୁ ନିର୍ବାଚନ ପାଇଁ ସବୁଠୁ ଭଲ ବିକଳ୍ପ ନାଁ ହୋଇପାରେ।”

ଟ୍ରୁଡୋଙ୍କ ନେତୃତ୍ୱ ଏକାଧିକ ଦିଗରୁ ବିବାଦରେ ରହିଥିଲା। ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ହାରଦୀପ ସିଂ ନିଜାର ହତ୍ୟା ମାମଲାରେ ଭାରତ ବିରୋଧରେ ହୋଇଥିବା ଅଭିଯୋଗ ତାଙ୍କ ଘରୋଇ ବିବାଦରେ ବିଦ୍ରୋହ ଏବଂ ଦୁର୍ନୀତିର ଅଭିଯୋଗ ସମେତ ଘରୋଇ ଚ୍ୟାଲେଞ୍ଜଗୁଡିକରୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଥିଲା।

ଜୁନ୍ ୨୦୨୩ ରେ, ଖଲିସ୍ତାନୀ ଆତଙ୍କବାଦୀ ହାରଦୀପ ସିଂ ନିଜାରକୁ ଭାନକୋଭରରେ ହତ୍ୟା କରାଯାଇଥିଲା। ପରେ ଟ୍ରୁଡୋ ଭାରତୀୟ ଏଜେଣ୍ଟମାନଙ୍କୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରି କୂଟନୈତିକ ସ୍ତରରେ ବିବାଦ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri