Categories: ବାଣିଜ୍ୟ

ଏଏସ୍‌ବିଏମ୍‌ ଆଡଭାଇଜରି କାଉନସିଲରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ

ଭୁବନେଶ୍ୱର,୨୨।୨: ସୁପ୍ରିମ୍‌କୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଆଡ୍‌ଭାଇଜରି କାଉନ୍‌ସିଲର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟର ବିକାଶ ଓ ଅଗ୍ରଗତି ପାଇଁ ପରାମର୍ଶଦାତା କାଉନ୍‌ସିଲ ମଧ୍ୟ ଗଠନ କରାଯାଇଛି । ଏହି କାଉନ୍‌ସିଲ ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟକରିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଏହି କାଉନ୍‌ସିଲର ଅଧ୍ୟକ୍ଷ ପଦବୀରେ ରହିଥିବା ବେଳେ ୧୩ ଜଣ ଖ୍ୟାତନାମା ବ୍ୟକ୍ତିବିଶେଷ ଏହି କାଉନ୍‌ସିଲରେ ସଦସ୍ୟ ରହିଛନ୍ତି ା ଆମ୍ବାସାଡର ଲଲିତ ମାନସିଂହ, ୟୁପିଏସ୍‌ସିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡି.ପି. ଅଗ୍ରୱାଲ, ଏଆଇସିଟିଇର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଏସ୍‌ଏସ୍‌ ମନ୍ଥା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ, ମିନେସୋଟା ବିଶ୍ୱବିଦ୍ୟାଳୟ ସଂଗଠନର କୁଳାଧିପତି ପ୍ରଫେସର ଦେବିନ୍ଦର ମାଲହୋତ୍ରା ପ୍ରମୁଖ ଏହି ପରାମର୍ଶଦାତା କାଉନ୍‌ସିଲରେ ସ୍ଥାନ ପାଇଛନ୍ତି। ବିଶ୍ୱବିଦ୍ୟାଳୟର ଉନ୍ନତି ଦିଗରେ ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପରାମର୍ଶ ବେଶ୍‌ ସହାୟକ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

Share