କେବଳ ଶଙ୍ଖଚିହ୍ନ, ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ: ପାଣ୍ଡିଆନ

ଭୁବନେଶ୍ୱର,୨୯ା୧(ଅସମାପିକା ସାହୁ): କେବଳ ଶଙ୍ଖଚିହ୍ନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ। ନବୀନ ପଟ୍ଟନାୟକ ଆପଣଙ୍କ ପରିବାର ଓ ପିଲାମାନଙ୍କ ସ୍ବପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ସେ ଜଣେ ମହାନ ଜନନାୟକ। ଶଙ୍ଖଚିହ୍ନ ଓଡ଼ିଶାବାସୀଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା। ନିର୍ବାଚନରେ ନବୀନ ପଟ୍ଟନାୟକ ଓ ଶଙ୍ଖଚିହ୍ନକୁ ଆଶୀର୍ବାଦ କରନ୍ତୁ। ରବିବାର କେନ୍ଦୁଝର ଜିଲା ସିଲସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କେନ୍ଦୁଝରବାସୀଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।
ପାଣ୍ଡିଆନ କହିଛନ୍ତି, ମା’ ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସପ୍ତାହେ ତଳେ ଲୋକାର୍ପଣ କରିଛନ୍ତି। ଶନିବାର ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମା’ତାରିଣୀଙ୍କ ପୀଠ ବି ସେମିତି ନୂଆ ରୂପରେ ସଜେଇ ହେବ। ଆଗାମୀ ୧୦୦ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନରେ କୌଣସି ସମସ୍ୟା ହେବନି। ଶ୍ରୀକ୍ଷେତ୍ର ଓ ସମଲେଇଙ୍କ ପରେ ଏବେ ମା’ ତାରିଣୀଙ୍କ ପୀଠର ପାଳି। ନବୀନ ପଟ୍ଟନାୟକ କଥା କମ୍‌, କାମରେ ବିଶ୍ୱାସ କରନ୍ତି। ସେ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ। ତେଣୁ ଅନ୍ୟମାନଙ୍କ ଭଳି ବେଶି ଲମ୍ବା ଲମ୍ବା ଭାଷଣ ଦେଇ ଶିଖିନାହାନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଅନ୍ୟ ଲୋକ ବଡ଼ ବଡ଼ ଭାଷଣ ଦେଇ ପଳେଇବେ। କିନ୍ତୁ ଗୋଟିଏ ହେଲେ ଆବେଦନର ସମାଧାନ ହେବନି। ପୁଣି ଛଅ ମାସ ପରେ ଆସିବେ, ମିଠାମିଠା କଥା କହି ପଳେଇବେ। ସେ ଭାଷଣର କିଛି ମୂଲ୍ୟ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସବୁ ଆବଦେନକୁ ସମ୍ମାନର ସହ ସମାଧାନ କରାଯିବ। ତେଣୁ ଆଜି ଯେଉଁ ସବୁ ଆବେଦନ ମିଳିଛି ସେଥିମଧ୍ୟରୁ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଆବେଦନର ସମାଧାନ ୭ଦିନ ମଧ୍ୟରେ ହେବ। କାରଣ ଏହା ଲୋକଙ୍କ ସରକାର। ଲୋକ ଯାହା ଚାହିଁବେ, ତାହା ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।
ଏବେ କେନ୍ଦୁଝର ଜିଲାରେ ୧୩ ହଜାର ୩୧୦କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି। କେବଳ ଗତ ୭ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପାଣ୍ଡିଆନ କହିଛନ୍ତି, ଗତ ଜୁନରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଆବେଦନ ମିଳିଥିଲା। ସେମଧ୍ୟରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି। ବଳଦେବଜୀଉ ମନ୍ଦିର ରୂପାନ୍ତରଣ ପାଇଁ ୪ କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ନିମନ୍ତେ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଞ୍ଝ ମନ୍ଦିର ରୂପାନ୍ତରଣ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା, ସୀତାମଠର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ଭୀମକୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଲୋକଙ୍କ ଦାବିଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗୁଣ୍ଡିଚା ଘାଇ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ୨କୋଟି ଟଙ୍କା, ତେଲକୋଇଠାରେ ଏକ ଇନ୍‌ଷ୍ଟ୍ରିମ୍‌ ଜଳସେଚନ ପ୍ରକଳ୍ପ ଲାଗି ୪୧ କୋଟି ଓ ସଣ୍ଟେଇବଞ୍ଝାରେ ଆଉ ଏକ ଇନ୍‌ଷ୍ଟ୍ରିମ୍‌ ଜଳସେଚନ ପ୍ରକଳ୍ପ ନିମନ୍ତେ ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି।
କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଞ୍ଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁ କିଛି ହୋଇଛି। ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବର୍ଷରୁ ଯୁକ୍ତ୨ ପାଠପଢ଼ା ଆରମ୍ଭ ହେବ। ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି। ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକ ବିଏସ୍‌କେୱାଇ ଯୋଜନା ଆରମ୍ଭ କରିଛନ୍ତି। ପ୍ରତିମାସରେ ୨ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି। ଏ ବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି। ଯେଉଁମାନଙ୍କ ପାଖରେ ବିଏସ୍‌କେୱାଇ କାର୍ଡ ନାହିଁ, ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ। ଯୋଗାଯୋଗ ବ୍ୟବସ୍ଥାରେ ଲକ୍ଷ୍ମୀ ବସ୍‌ସେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଗାଁ ସହ ଯୋଡ଼ି ହୋଇଛି ବ୍ଲକ। ଆସନ୍ତା ମାସରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହେବ। ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଯାତାୟାତ କରିପାରିବେ। ସେହିଭଳି ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନ ଥିବା ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ବୋଲି ପାଣ୍ଡିଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି ‘ଓଡ଼ିଶା…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri