Posted inଫୁରସତ

କେବଳ ଲୟ ରଖରେ ବାବା

ଗଛ ତଳେ ଜଣେ ସନ୍ଥ ବିଶ୍ରାମ ନେଉଥିଲେ l ଗଛର ଗୋଟିଏ ଶାଖାରେ ପଞ୍ଜୁରିଟିଏ ଓହଳି ଥାଏ l ପଞ୍ଜୁରି ଭିତରେ ଶାରୀଟିଏ ଥାଇ ଆନନ୍ଦରେ ଗୀତ ଗାଉଥlଏ l
ଠିକ୍‌ ସେହି ସମୟରେ ସେ ଅଞ୍ଚଳର ଜଣେ ସେଠ୍‌ ଆସି ସାଧୁଙ୍କ ପାଖରେ ପହଞ୍ଚତ୍ ବିନୀତ ପ୍ରଣାମ ପୂର୍ବକ କହିଲେ – ଆଜ୍ଞା ! ବୟସ ହୋଇଗଲାଣି l ପାରିବାରିକ ଦାୟିତ୍ୱ ବି ଆଉ କିଛି ନାହିଁ l ପୁଅ ଝିଅଙ୍କୁ ବିଭାତୋଳା ଦେଇ ତାଙ୍କ କାମ ସବୁ ସାରିଦେଇଛି l ଏବେ ବାନପ୍ରସ୍ଥ ଆଶ୍ରମରେ ପ୍ରବେଶ କରିବା ପାଇଁ ଇଚ୍ଛା ହେଉଛି l ଶେଷ ଜୀବନ ପର୍ଯ୍ୟନ୍ତ ଭଗବାନଙ୍କ ଭଜନ କୀର୍ତ୍ତନରେ ସମୟ ଅତିବାହିତ କରିବା ପାଇଁ ନିଷ୍ପତ୍ତି ନେଇଛି l ଏବେ କୁହନ୍ତୁ ମୋତେ ଭଗବାନ କିପରି ମିଳିବେ?
ବାନପ୍ରସ୍ଥ ହେଉ ବା ସନ୍ନ୍ୟାସ, ଘରେ ରୁହ ବା ବଣରେ ଈଶ୍ୱର ସେମିତି ମିଳିବେ ନାହିଁ l ସନ୍ଥ କହିଲେ l
ତେବେ କିପରି ମିଳିବେ ଦୟାକରି ଟିକେ ମାର୍ଗ ବତାଇ ଦିଅନ୍ତୁ ନା ମହାରାଜ l – ସେଠ୍‌ ଜୋଡ଼ହସ୍ତରେ ନିବେଦନ କଲେ l
ତହୁଁ ସନ୍ଥ ଜଣକ ସେଠ୍‌ଙ୍କୁ କିଛି ଉତ୍ତର ନ ଦେଇ ନିକଟରେ ଥିବା ପଞ୍ଜୁରି ଭିତର ଶାରୀ ସହ କଥା ହେବାକୁ ଲାଗିଲେ – ସୀତାରାମ… ସୀତାରାମ l
ଶାରୀ ବି ଉଚ୍ଚାରଣ କଲା ସୀତାରାମ… ସୀତାରାମ l କେବଳ ସେତିକି ନୁହେଁ, ସନ୍ଥ ଯାହା ଯାହା ପଚାରିଲେ ଗୋଟିଏ ମଣିଷ ପରି ଶାରୀଟି ଗୋଟି ଗୋଟି ସବୁ ଉତ୍ତର ଦେଲା l ସେଠ୍‌ଙ୍କୁ ଲାଗିଲା ସତେ ଯେମିତି ପକ୍ଷୀ ନୁହେଁ, ଗୋଟିଏ ମଣିଷ ସହ ସନ୍ଥ କଥା ହେଉଛନ୍ତି। ଏମିତିରେ ଶୁଆ ବା ଶାରୀମାନେ ପଦେ କି ଦି ପଦ କଥା ହୋଇପାରନ୍ତି l କିନ୍ତୁ ଏ ଶାରୀଟି ଅତି ପ୍ରାଞ୍ଜଳ ଭାବେ ମଣିଷ ପରି ସବୁ କଥା କହୁଥାଏ l
ଏହାର ରହସ୍ୟ ବାବଦରେ ପଚାରିବାରୁ ସନ୍ଥ କହିଲେ – ଶାରୀ ସମ୍ମୁଖରେ ଠିଆ ହୋଇ କେହି ଜଣେ ତାକୁ କଥା କହିବା ଶିଖାଇଲେ ଶାରୀ ଏତେ କଥା ଶିଖି ପାରିବ ନାହିଁ l
ଏ ଶାରୀକୁ ଏତେସବୁ କଥା ଶିଖାଇବା ପାଇଁ ମୋତେ ଏକ ଉପାୟ ଅବଲମ୍ବନ କରିବାକୁ ପଡିଛି l ସେ ଉପାୟଟି ହେଉଛି – ମୁଁ ପ୍ରଥମେ ଏକ ଦର୍ପଣ ନେଇ ଶାରୀ ସମ୍ମୁଖରେ ରଖିଲି l ଉକ୍ତ ଦର୍ପଣ ପଛ ପଟେ ରହି ଶାରୀ ସହ ମୁଁ ବିଭିନ୍ନ ବାକ୍ୟ ଉଚ୍ଚାରଣ କଲି l ଦର୍ପଣ ଭିତରେ ଶାରୀଟି ନିଜର ପ୍ରତିବିମ୍ବ ଦେଖିବା ସହ ମୋ କଥା ଶୁଣି ସେ ଭାବିଲା ଯେ ତା’ରି ପରି ଆଉ କେହି ପକ୍ଷୀ ବୋଧେ ଏପରି କଥା କହିପାରୁଛି l ଏପରି ଭାବିବାରୁ ତାକୁ ଅନୁକରଣ କରିବା ବେଶ୍‌ ସହଜ ହେଲା l ଫଳରେ ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ବହୁ କଥା ଶିଖିପାରିଲା l
ଏଥିରେ ଭଗବାନଙ୍କୁ ମିଳିବାର ଉପାୟ ମଧ୍ୟ ଜଡ଼ିତ ହୋଇରହିଛି l
ସେଠ୍‌ ଆଶ୍ଚର୍ଯ୍ୟଚକିତ ହୋଇ ପଚାରିଲେ – କେମିତି?
ମଣିଷ ସିଧା ସଳଖ ଭଗବାନଙ୍କ ସହ କଥା ହୋଇପାରିବ ନାହିଁ l
ଏପରି କଲେ ତାଙ୍କୁ ଅବିଶ୍ୱାସ କରିବାର କଥା ମଧ୍ୟ ଉଠିପାରେ l ସେଇ ଭଗବାନ ଯେତେବେଳେ ମଣିଷର ରୂପ ଧରି ‘ଗୁରୁ’ ଭାବରେ ଅବତରିତ ହୁଅନ୍ତି, ସେତେବେଳେ ଏ ମଣିଷ ତାଙ୍କୁ ବିଶ୍ୱାସକୁ ନେଇପାରେ l ଏଇଠୁ ଆରମ୍ଭ ହୁଏ ଈଶ୍ୱରଙ୍କୁ ଆରାଧନା କରିବାର ପହିଲି ଯାତ୍ରା l ତୁମେ ସମୁଦ୍ରକୂଳରେ ରୁହ ବା ନଦୀ ତଟରେ, ବଣପାହାଡ଼ର ନିକାଞ୍ଚନ ଜାଗାରେ ରୁହ ବା କୋଉ ମଠ ମନ୍ଦିର ଆଶ୍ରମରେ, ଯେଉଁଠି ରହି ସାଧନା କଲେ ବି ଜଣେ ସଦ୍‌ଗୁରୁଙ୍କ ନିହାତି ଆବଶ୍ୟକତା ଅଛି l
ସେଠ୍‌ ଏତିକି ଶୁଣି ଏବେ ନିଜର ଗୁରୁ ହେବା ପାଇଁ ସନ୍ଥଙ୍କ ପାଦ ତଳେ ପଡ଼ି ନିବେଦନ ଜଣାଇଲେ l
ସବୁ ଶାସ୍ତ୍ର ପୁରାଣ ଉଦ୍ଦାତ କଣ୍ଠରେ ଘୋଷଣା କରନ୍ତି ଯେ ହେ ବାବୁ ! ବିନା ଗୁରୁରେ ଈଶ୍ୱର ଦର୍ଶନ ଅସମ୍ଭବ l କେହି କେହି କହିପାରନ୍ତି – ଈଶ୍ୱରଙ୍କୁ ଆମେ କେମିତି ଦର୍ଶନ କରିବୁ? ମନ୍ଦିର ବା ଛବିରେ ଈଶ୍ୱରଙ୍କୁ ଯେମିତି ଦେଖୁଛୁ ସେମିତି ନା ତାଙ୍କ ରୂପ ଆଉ କେଉଁ ପରି? ଏହାର ଗୋଟିଏ ସିଧା ଉତ୍ତର ହେଉଛି ଈଶ୍ୱର ଆମ ପାଇଁ ସବୁ ରୂପ ନେବାକୁ ତୟାର ହୋଇ ଅଛନ୍ତି l ତାଙ୍କ ସ୍ବରୂପ ମାତ୍ର ଦୁଇ ପ୍ରକାର – ସାକାର ଆଉ ନିରାକାର l
ଆଜି ପର୍ଯ୍ୟନ୍ତ ବା ଭବିଷ୍ୟତରେ ଆଉ ତୃତୀୟ ଆକାର କିଛି ଆସିବ ହିଁ ନାହିଁ। ତୁମେ ଯେମିତି ଚାହିଁବ ସେ ସେଇ ରୂପରେ ହିଁ ଦେଖାଦେବେ l ସାକାର ଆଉ ନିରାକାରବାଦୀମାନେ ମିଛଟାରେ ନିଜ ନିଜ ଭିତରେ ବାଡ଼ିଆପିଟା ହୁଅନ୍ତି l ସବୁ ଗୋଟିଏ l କେବଳ ସ୍ବରୂପ ଅଲଗା l ତୁମେ ତାଙ୍କୁ ଶୂନ୍ୟ ବୋଲି ଭାବ, ସେ ବି ତୁମ ପାଇଁ ଶୂନ୍ୟ ହେବେ l ତୁମେ ତାଙ୍କୁ ରାମ, କୃଷ୍ଣ, ଗୋବିନ୍ଦ ଗୋପାଳଙ୍କ ନାଁରେ ଭଜୁନ, ସେ ବି ସେୟା ହେବେ l ଏତେ ଦୂର ନ ଯାଇ ତୁମ ବାପା, ମା’, ଗୁରୁ ଆଦିଙ୍କୁ ଜଗତକର୍ତ୍ତl ବୋଲି ଭାବୁନ l
ସିଏ ବି ସେଇ ରୂପେ ଆବିର୍ଭାବ ହୋଇଯିବେ l କିନ୍ତୁ ଭାବିବା ଦରକାର l
ଈଶ୍ୱରଙ୍କୁ ପାଇବା ପାଇଁ ତାଙ୍କୁ ଖୋଜିବା ଦରକାର ନାହିଁ l ହଜିଯାଇଥିବା ଜିନିଷକୁ ଖୋଜାଯାଏ l ଈଶ୍ୱର କ’ଣ ହଜିଯିବାର ବସ୍ତୁ? ସେ ପରା ଆମ ପାଖେ ପାଖେ ଅଛନ୍ତି l
ମାତୃଗର୍ଭରୁ ଆମ ପାଖେ ପାଖେ ଅଛନ୍ତି ସେ l ଯେଉଁମାନେ ଈଶ୍ୱରଙ୍କୁ ଖୋଜ ବୋଲି କୁହନ୍ତି , ସେମାନେ ଭୁଲ୍‌ କଥା କହୁଛନ୍ତି l ଈଶ୍ୱରଙ୍କୁ ଖୋଜନା l
ତାଙ୍କୁ କେବଳ ଭାବ l ଚେତନା ଟିକକ ସେଇଠି ରଖ l ଭାବରେ ଭଜିଲେ ସେ ମିଳିବେ l ସେଥିପାଇଁ ଈଶ୍ୱରଙ୍କ ଅନ୍ୟ ନାମ ଭାବଗ୍ରାହୀ l ଖୋଜଗ୍ରାହୀ ନୁହେଁ l ଯେଉଁ ଜିନିଷଟି ମୋ ପାଖରେ ଅଛି, ମୁଁ ତାକୁ ଖୋଜିବି କାହିଁକି? ସେଇଟା ମୋ ପାଖରେ ଅଛି ବୋଲି ମୁଁ କେବଳ ନିଘା ରଖିବା ଦରକାର l
ନ ହେଲେ ବାଟରେ କେଉଁଠି ଗଳିପଡ଼ିବ l ସେଥିପାଇଁ ଦିବ୍ୟଦ୍ରଷ୍ଟା ମହାପୁରୁଷମାନେ କହିଛନ୍ତି – ଅଜପା ସୂତ୍ରେ ଲୟ l ଲୟ ରଖ l କେତେ ସମୟ ପର୍ଯ୍ୟନ୍ତ ତୁମେ ମାଳା ଗଡ଼ାଇବ – କେତେ ପ୍ରହର ପର୍ଯ୍ୟନ୍ତ ତୁମେ କୀର୍ତ୍ତନ କରିବ – ଦିନରେ କେତେ ଘଣ୍ଟା କାଳ ବସି ଧ୍ୟାନ କରିବ? ଘଣ୍ଟାଏ ବସି ଗଲେ ପରl ସିଆଡ଼େ ଅଫିସରେ ଗାଳି l ଏଣେ ଅଣ୍ଟା କଡ଼ କଡ଼ ହେବଣି l
ଏସବୁ ଆଧ୍ୟାତ୍ମିକ ପ୍ରକ୍ରିୟା କରୁଥିବା ପର୍ଯ୍ୟନ୍ତ ଲୟ ଥାଏ l ସବୁବେଳେ ଯେ ରହୁଥିବ ତା’ର କିଛି ଗ୍ୟାରେଣ୍ଟି ନାହିଁ l କୀର୍ତ୍ତନ କରୁଥିବ, ମନ ତେଣେ ତା’ ବାଟରେ ବୁଲୁଥିବ l ଏବେ ତ ଅଷ୍ଟପ୍ରହର ନାମ ସଂକୀର୍ତ୍ତନରେ ଚଳଚ୍ଚିତ୍ର ଗୀତର ସ୍ବରରେ ନାମ ବୋଲାହେଲାଣି l ଏଠି ଈଶ୍ୱରଙ୍କ ପାଖେ ଲୟ ରହିବ ନା ସେଇ ଚଳଚ୍ଚିତ୍ରର ହିରୋ ହିରୋଇନଙ୍କ ପାଖେ ଲୟ ରହୁଥିବ, ଏକଥା ବୋଲୁଥିବା ଲୋକ କହିପାରିବେ l ଭାଗବତର ସ୍ବରରେ ବି ଆଲ୍‌ବମ୍‌ ଗୀତ ଧସେଇ ପସିଗଲାଣି l ଈଶ୍ୱର ସାଧନା ଦୃଷ୍ଟିରୁ ଚିନ୍ତାକଲେ ଉପରୋକ୍ତ କାର୍ଯ୍ୟକ୍ରମର ଫଳ ଶୂନ l କେବଳ ଭୋଜିଭାତ, ଲୋକଙ୍କ ଯିବl ଆସିବା, ମିନାବଜାର, ବିକାକିଣା ଏମିତି କିଛି ଗୋଟାଏ ଗମାତ୍‌ ଆଉ କ’ଣ l
ଏମିତି ହଜାରେ ବର୍ଷ ସାଧନା କଲେ ବି ଈଶ୍ୱର ମିଳିବେନି l ଶୁଦ୍ଧ, ସାତ୍ତ୍ୱିକ ଏବଂ ସଚୋଟ ଭାବେ ଜୀବନ ଜିଇ ନିଜ ଭିତରେ ଥିବା ସେଇ ଐଶ୍ୱରିକ ସତ୍ତା ଉପରେ ଟିକେ ଲୟ ରଖ l
ଈଶ୍ୱରଙ୍କୁ ସହଜରେ ପ୍ରାପ୍ତ ହେବ – ଏହା ହିଁ ଗୋସ୍ବାମୀମାନଙ୍କର ମତ l

ଶ୍ରୀ ସନ୍ନ୍ୟାସୀ ଜୀ

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?