ଆଜିଠାରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତି ପ୍ରଚଳନ: ଜାଣନ୍ତୁ ଏହା କ’ଣ

ଭୁବନେଶ୍ୱର,୧ା୧୧(ରବିନାରାୟଣ ଜେନା):କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ବାଟମାରଣା ହେବନାହିଁ ଏବଂ ଅର୍ଥ ଠିକଣା ବାଟରେ ଖର୍ଚ୍ଚ ହେବ ତାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତିକୁ ଗୁରୁତ୍ୱ ଦିଆଯାଇଛି। ଏହି ନୀତି ଅନୁଯାୟୀ, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଣ୍ଠି ରାଜ୍ୟକୁ ଆସିବା ମାତ୍ରେ ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବରୁ ସିଏସ୍‌ଏସ୍‌ ପାଣ୍ଠିକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏଣେ ତେଣେ ପାର୍କିଂ କରି ଠିକଣା ସମୟରେ ଖର୍ଚ୍ଚ କରିପାରୁ ନ ଥିଲେ। ଫଳରେ ରାଜ୍ୟକୁ ଉକ୍ତ ଟଙ୍କା ଠୁଳ କରି ରଖିବା ପାଇଁ କେନ୍ଦ୍ରକୁ ସୁଧ ଗଣିବାକୁ ପଡୁଥିଲା। ମାତ୍ର ଶନିବାରଠାରୁ ସିଏସ୍‌ଏସ୍‌ର ସମସ୍ତ ଅର୍ଥ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଧୀନ ଇ-କୁବେର ପ୍ଲାଟଫର୍ମ ଜରିଆରେ ପରିଚାଳନା ହେବ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ (ଖର୍ଚ୍ଚ ବିଭାଗ)ପକ୍ଷରୁ ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୨୪ରେ ଅବଗତ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶକ ଇଶା ଖୋସଲା ପତ୍ର ଲେଖି ଦର୍ଶାଇଥିଲେ, ଏହି ପଦ୍ଧତି ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେଦିଗରେ ଗୁରୁତ୍ୱ ଦେବାକୁ ହେବ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ତ୍ରିପାଠୀ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ବୁଧବାର ପତ୍ର ଲେଖି ଅବଗତ କରାଇଛନ୍ତି।
ସ୍ବତନ୍ତ୍ର ସଚିବ ୨୩ଟି ବିଭାଗର ସଚିବଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ‘ଜଷ୍ଟ ଇନ୍‌ ଟାଇମ୍‌’ ମାଧ୍ୟମରେ ଏଣିକି କେନ୍ଦ୍ର ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ। ଏହା ‘ଏସ୍‌ଏନ୍‌ଏ-ଏସ୍‌ପିଏଆର୍‌ଏସ୍‌ଏଚ୍‌’ ଅଣ୍ଡରରେ ପରିଚାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସଚିବ କୃଷି, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ଜଳସମ୍ପଦ, ଗୃହ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ନଗର ଉନ୍ନୟନ, ଆଇନ, ଏମ୍‌ଏସ୍‌ଏମ୍‌ଇ, ମିଶନଶକ୍ତି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବଙ୍କୁ ପତ୍ର ଲେଖି ଏହାକୁ ଠିକଣା ଭାବେ ପାଳନ କରିବାକୁ ଦର୍ଶାଇଛନ୍ତି।
ପୂର୍ବରୁ ରାଜ୍ୟ ସରକାର କେବଳ ‘ସିଏସ୍‌ଏସ୍‌’ରେ ଗୋଟିଏ ଏସ୍‌ଏନ୍‌ଏ ଆକାଉଣ୍ଟ ଖୋଲୁଥିଲେ। ଏବେ କିନ୍ତୁ ଆଉ ଏକ ଆକାଉଣ୍ଟ ରିଜର୍ଭ ବ୍ୟାଙ୍କରେ ଖୋଲିବାକୁ ପଡ଼ିବ। ଏଥିରୁ ଯୋଜନାରେ ସମ୍ପୃକ୍ତ ତୃଣମୂଳସ୍ତରର କେଉଁ ଅଧିକାରୀ କେତେବେଳେ ଏହି ଖାତାରୁ ଟଙ୍କା ଉଠାଇବେ ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିପାରିବେ ନାହିଁ। କେବଳ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ପଡ଼ିବ। ଏହାଦ୍ବାରା ବ୍ୟାଙ୍କଗୁଡ଼ିକ ଆଉ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଖାତା ଖୋଲିବାପାଇଁ ଲାଳାୟିତ ହେବେନାହିଁ। ଏହି ପଦ୍ଧତିରେ କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚ ଲାଗି ଯେଉଁ ସ୍ବତନ୍ତ୍ର ଖାତା ଖୋଲାଯିବ ତାକୁ ଚାହିଁଲେ ତୃଣମୂଳସ୍ତରରେ ସଂପୃକ୍ତ ଯୋଜନା କାର୍ଯ୍ୟାନ୍ବୟନ ଅଧିକାରୀ ଆବଶ୍ୟକତା ଅନୁଯାୟୀ ଉଠାଇ ପାରିବ। ଏହି ପଦ୍ଧତି ଦ୍ବାରା ବ୍ୟାଙ୍କରେ ପାର୍କିଂ ବ୍ୟବସ୍ଥା ହୋଇପାରିବ ନାହିଁ। କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚ ଲାଗି ଜିଲା କିମ୍ବା ବ୍ଲକସ୍ତରର ଅଧିକାରୀମାନେ ‘ଜଷ୍ଟ ଇନ୍‌ ଟାଇମ୍‌’ ଜରିଆରେ ଟଙ୍କା ଉଠାଣ କରିପାରିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri