Posted inଜାତୀୟ

ବିଜ୍ଞାନର ଆଶ୍ଚର୍ଯ୍ୟଜନକ ଚମତ୍କାର! କେବଳ ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ କେଉଁ ଅଙ୍ଗ କେତେ ବୟସ୍କ, ରୋଗ ହେବା ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ,୧୭।୬(ପି.ଟି.): ମଣିଷର ପ୍ରକୃତ ବୟସ ତୁଳନାରେ ତା’ ଶରୀରର ଭିତର ଅଙ୍ଗଗୁଡ଼ିକ ଭିନ୍ନ ଭିନ୍ନ ଗତିରେ ବୃଦ୍ଧ ହୋଇଥାନ୍ତି। ଏହି ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ ଏବେ ଏକ ଅଭିନବ ରକ୍ତଭିତ୍ତିକ ସୂଚକାଙ୍କ ବା ଇଣ୍ଡିକେଟର ବିକଶିତ କରିଛନ୍ତି। ଏହି ପଦ୍ଧତି ଦ୍ୱାରା ଶରୀରର କୌଣସି ନିର୍ଦ୍ଦିଷ୍ଟ ଅଙ୍ଗର ବର୍ତ୍ତମାନର ବୟସ ଜାଣିବା ସହ ଆଗାମୀ ୧୦ ବର୍ଷ ମଧ୍ୟରେ ସେହି ଅଙ୍ଗରେ କେଉଁ ରୋଗ ହେବା ଆଶଙ୍କା ରହିଛି, ତାହା ପୂର୍ବାନୁମାନ କରାଯାଇପାରିବ।
ଆମେରିକାର ପ୍ରସିଦ୍ଧ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ଗବେଷକମାନଙ୍କୁ ନେଇ ଗଠିତ ଏକ ଅନ୍ତର୍ଜାତୀୟ ଦଳ ଶରୀରର ୧୧ଟି ପୃଥକ୍‌ ଅଙ୍ଗ ଓ ପ୍ରଣାଳୀ ଉପରେ ଏହି ଅଧ୍ୟୟନ କରିଛନ୍ତି। ଏଥିରେ ମସ୍ତିଷ୍କ, ମାଂସପେଶୀ, ହୃଦୟ (ହାର୍ଟ), ଫୁସ୍‌ଫୁସ୍‌, ଧମନୀ, ଯକୃତ (ଲିଭର), ବୃକ୍‌କ (କିଡ୍‌ନୀ), ଅଗ୍ନ୍ୟାଶୟ (ପାନ୍‌କ୍ରିଆଜ୍‌), ରୋଗ ପ୍ରତିରୋଧକ ଶକ୍ତି, ଅନ୍ତ୍ରନଳୀ ଏବଂ ଚର୍ବି (ଫ୍ୟାଟ୍‌) ସାମିଲ ରହିଛି। ବିଜ୍ଞାନ ପତ୍ରିକା ‘ନେଚର ମେଡିସିନ’ରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରର ଅନ୍ୟ ଅଙ୍ଗ ତୁଳନାରେ ମସ୍ତିଷ୍କର ଜୈବିକ ବୟସ ମଣିଷର ଆୟୁଷ ନିର୍ଦ୍ଧାରଣ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ସ୍କୁଲ ଅଫ୍‌ ମେଡିସିନ୍‌ର ସ୍ନାୟୁ ବିଜ୍ଞାନ ପ୍ରଫେସର ଟୋନି ୱାଇସ୍‌-କୋରେ କହିଛନ୍ତି, ‘ଆମେ ରକ୍ତରେ ଥିବା ପ୍ରୋଟିନ୍‌ ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରିଛୁ।’ ଏହି ଗବେଷଣା ପାଇଁ ‘ୟୁକେ ବାୟୋବ୍ୟାଙ୍କ’ରୁ ୪୦ରୁ ୭୦ ବର୍ଷ ବୟସର ପ୍ରାୟ ୪୫,୦୦୦ ଲୋକଙ୍କୁ ସାମିଲ କରାଯାଇ ୧୭ ବର୍ଷ ଧରି ସେମାନଙ୍କ ସ୍ବାସ୍ଥ୍ୟର ତଦାରଖ କରାଯାଇଥିଲା। ଗବେଷକମାନେ ଅତ୍ୟାଧୁନିକ ଲାବ୍‌ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରକ୍ତ ପ୍ଲାଜ୍‌ମାରେ ପ୍ରବାହିତ ପ୍ରାୟ ୩,୦୦୦ ପ୍ରୋଟିନ୍‌ର ବୃହତ୍‌ ଆକଳନ କରିଥିଲେ। ଏଥିମଧ୍ୟରୁ ୧୫ ପ୍ରତିଶତ ପ୍ରୋଟିନ୍‌ ସିଧାସଳଖ କୌଣସି ଗୋଟିଏ ଅଙ୍ଗ ସହ ଜଡ଼ିତ ଥିବାବେଳେ ଅନ୍ୟଗୁଡ଼ିକ ଏକାଧିକ ଅଙ୍ଗରୁ ସୃଷ୍ଟି ହୋଇଥାନ୍ତି। ଏକ ସ୍ବତନ୍ତ୍ର କମ୍ପ୍ୟୁଟର ଆଲଗୋରିଦମ୍‌ ମାଧ୍ୟମରେ ପ୍ରତି ବ୍ୟକ୍ତିଙ୍କ ଅଙ୍ଗର ପ୍ରୋଟିନ୍‌ ଗଠନକୁ ସାଧାରଣ ବୟସ୍କଙ୍କ ହାରାହାରି ଗଠନ ସହ ତୁଳନା କରାଯାଇ ପ୍ରତି ଅଙ୍ଗକୁ ଏକ ଜୈବିକ ବୟସ ଦିଆଯାଇଥିଲା।
ଗବେଷଣାରୁ ପ୍ରକାଶ ଯେ, ଏକ-ତୃତୀୟାଂଶ ଲୋକଙ୍କ ଶରୀରରେ ଅତିକମ୍‌ରେ ଗୋଟିଏ ଅଙ୍ଗ ଅତ୍ୟଧିକ ବୃଦ୍ଧ କିମ୍ବା ଅତ୍ୟଧିକ ଯୁବକ (ସତେଜ) ରହିଥାଏ। ଯେଉଁମାନଙ୍କର ମସ୍ତିଷ୍କ ସାଧାରଣ ତୁଳନାରେ ଅଧିକ ବୃଦ୍ଧ ହୋଇଯାଇଥାଏ, ସେମାନଙ୍କ କ୍ଷେତ୍ରରେ ମତିଭ୍ରମ ବା ‘ଆଲଜାଇମର’ ରୋଗ ହେବାର ଆଶଙ୍କା ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ୩.୧ ଗୁଣ ଅଧିକ ଥାଏ। ଆଗାମୀ ୧୫ ବର୍ଷ ମଧ୍ୟରେ ସେମାନଙ୍କ ମୃତ୍ୟୁ ଆଶଙ୍କା ପ୍ରାୟ ୧୮୨ ପ୍ରତିଶତ ବୃଦ୍ଧି ପାଇଥାଏ। ଅପରପକ୍ଷରେ ଯେଉଁମାନଙ୍କ ମସ୍ତିଷ୍କ ଜୈବିକ ଦୃଷ୍ଟିରୁ
ସତେଜ ବା ଯୁବକ ଥାଏ, ସେମାନଙ୍କ କ୍ଷେତ୍ରରେ ଆଲଜାଇମର ଆଶଙ୍କା ମାତ୍ର ୪ଭାଗରୁ ଭାଗେ ରହିଥାଏ ଏବଂ ମୃତ୍ୟୁ ଆଶଙ୍କା ୪୦ ପ୍ରତିଶତ କମିଯାଇଥାଏ। ମସ୍ତିଷ୍କ ହେଉଛି ଆୟୁଷର ଦ୍ୱାରପାଳ ବୋଲି ପ୍ରଫେସର ୱାଇସ୍‌-କୋରେ କହିଛନ୍ତି। ଆଗାମୀ ଦିନରେ ଏହି ରକ୍ତ ପରୀକ୍ଷା ପଦ୍ଧତି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଅଙ୍ଗଗୁଡ଼ିକ ଅଚଳହେବା ପୂର୍ବରୁ ହିଁ ଚିକିତ୍ସା ଆରମ୍ଭ କରାଯାଇପାରିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

Hu ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?