Posted inଫୁରସତ

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏସବୁ ଲୋକଙ୍କର ସୌଭାଗ୍ୟ ପ୍ରାପ୍ତି…

ନୂଆଦିଲ୍ଲୀ,୨୧।୧୧: ନଭେମ୍ବର ୨୦ ତାରିଖ ରାତି ୧୧:୧୯ ରେ ଗୁରୁଦେବ ବୃହସ୍ପତି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ ବୃହସ୍ପତି ୨୦୨୨ ଏପ୍ରିଲ ୧୩ ଅପରାହ୍ନ ୩:୪୯ ପର୍ଯ୍ୟନ୍ତ ରହିବେ। ଏହା ପରେ ମୀନ ରାଶିରେ ଗୁରୁଦେବ ପ୍ରବେଶ କରିବେ।

ଭାରତୀୟ ଜ୍ୟୋତିଷ ଅନୁଯାୟୀ ବୃହସ୍ପତି ହେଉଛନ୍ତି ଏକ ପୁରୁଷ ଗ୍ରହ। ତାଙ୍କର ଦିଗ ଉତ୍ତର-ପୂର୍ବ। ରଙ୍ଗ ହଳଦିଆ ଏବଂ ଆକାଶ ତତ୍ତ୍ୱ ସହିତ ଜଡିତ। ଜନ୍ମ ଜାତକରେ ବୃହସ୍ପତିଙ୍କ ସ୍ଥିତିରୁ ସନ୍ତାନ, ଶିକ୍ଷା, ଘର ଏବଂ ସ୍ବାସ୍ଥ୍ୟ ପରି ବିଷୟ ସମ୍ପର୍କରେ ଆକଳନ କରାଯାଇଥାଏ। ବୃହସ୍ପତିଙ୍କ ଚରିତ୍ର ହେଉଛି ସେ ଯେଉଁଠାରେ ରହିଥାନ୍ତି ସେଠାରେ ସୁଫଳ ନ ଦେଇ ଦୃଷ୍ଟି ପକାଉଥିବା ସ୍ଥାନରେ ସୁଫଳ ପ୍ରଦାନ କରିଥାନ୍ତି। ତେବେ ଦେବଗୁରୁ ଜାତକରେ ଯେଉଁଠି ଥିଲେ ମଧ୍ୟ କାହାକୁ ବିଚଳିତ କରି ନଥାନ୍ତି।

ବିଭିନ୍ନ ରାଶିର ଲୋକମାନଙ୍କ ଉପରେ କୁମ୍ଭରେ ବୃହସ୍ପତିଙ୍କର ଏହି ଚଳନର ପ୍ରଭାବ କ’ଣ ହେବ, ବୃହସ୍ପତି ସେମାନଙ୍କ ରାଶିରେ କେଉଁଠାରେ ଗମନ କରିବେ ଏବଂ ବୃହସ୍ପତିଙ୍କର ଶୁଭ ଫଳାଫଳକୁ ନିଶ୍ଚିତ କରିବା ପାଇଁ ଏବଂ କ’ଣ ଅପ୍ରୀତିକର ଫଳାଫଳକୁ ଏଡାଇବା ପାଇଁ ଆପଣ ପଦକ୍ଷେପ ଗ୍ରହଣ କରିବେ ସେ ସମ୍ପର୍କରେ ଆଚାର୍ଯ୍ୟ ଇନ୍ଦୁ ପ୍ରକାଶ କହିଛନ୍ତି ଯେ, ଗୁରୁଦେବ ସମସ୍ତ ରାଶିର ଜାତକଙ୍କ ଉପରେ ନିଜର କୃପା ଦୃଷ୍ଟି ପ୍ରଦାନ କରିବେ। ତେବେ ଗୋଚର ଫଳର ପ୍ରଭାବ ଜାତକରେ ବୃହସ୍ପତିଙ୍କ ସ୍ଥିତି ଅନୁସାରେ ଅନୁଭୁତ ହେବ।

ମେଷ: ବୃହସ୍ପତି ମେଷର ଏକାଦଶ ଘରେ ଗମନ କରୁଛନ୍ତି। ବୃହସ୍ପତିଙ୍କ ପ୍ରଭାବ ଯୋଗୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଖି ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। ପାଖରେ ଟଙ୍କା ଥିଲେ ବି ବିଚଳିତ ହୋଇପାରନ୍ତି। ହୁଁ। ଆୟ ହ୍ରାସ ହୋଇପାରେ। ତେଣୁ ଗୁରୁଙ୍କ ଶୁଭ ସ୍ଥିତିକୁ ସୁନିଶ୍ଚିତ କରିବା ଏବଂ ଅପ୍ରୀତିକର ଫଳାଫଳକୁ ଏଡାଇବା ପାଇଁ ମନ୍ଦିରକୁ ଯାଇ ସା ଆରତୀରେ ଯୋଗ ଦିଅନ୍ତୁୂ।

ବୃଷ: ବୃହସ୍ପତି ଦଶମ ଘରେ ଗମନ କରୁଛନ୍ତି। ଘରେ ଖୁସି ଏବଂ ଆର୍ଥିକ ସମ୍ବଳରେ ବୃଦ୍ଧି ଘଟିବ। କ୍ୟାରିଅରରେ ସୁଫଳ ସହିତ ସରକାରୀ କାର୍ଯ୍ୟରୁ ଲାଭ ମିଳିବ। ଅଧିକ ସୁଫଳ ପାଇଁ ମୁଣ୍ଡକୁ ଘୋଡାଇ ରଖ ଏବଂ ହଳଦିଆ ପଗଡି ପିନ୍ଧିବା ଉଚିତ।

ମିଥୁନ: ବୃହସ୍ପତି ଚଳନ ନବମ ଘରେ ହେଉଛି। ବୃହସ୍ପତିଙ୍କ ପ୍ରଭାବରେ ପ୍ରତିଶ୍ରୁତିବଦ୍ଧତା ବଢ଼ିବ। ପୈତୃକ ସମ୍ପତ୍ତିରୁ ଲାଭସହିତ ସୁସ୍ବାସ୍ଥ୍ୟ ମିଳିବ। କେତେକ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରତିଦିନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କଲେ ସୁଫଳ ମାତ୍ରା ବୃଦ୍ଧିି ଘଟିବ।

କର୍କଟ: ବୃହସ୍ପତି ଅଷ୍ଟମ ଘରେ ଚଳନ କରୁଥିବାରୁ ସାଂସାରିକ ସୁଖ ମିଳିବା ସହିତ ଘରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଏହା ସହିତ ଧନରେ ମଧ୍ୟ ବୃଦ୍ଧି ଘଟିବ। ସୁଫଳ ପାଇଁ କପାଳରେ ହଳଦି ଅବା କେଶର ତିଲକ ଲଗାନ୍ତୁ।

ସିଂହ: ବୃହସ୍ପତି ସପ୍ତମ ଘରେ ଗମନ କରୁଥିବାରୁ ଯାତ୍ରା ଆନନ୍ଦଦାୟକ ହେବ। ସୌଭାଗ୍ୟ ବୃଦ୍ଧି ଘଟିବ। ଏହା ସହିତ ଧର୍ମର କାର୍ଯ୍ୟରେ ଖ୍ୟାତି ଅର୍ଜନ ଯୋଗ ରହିଛି। ଅର୍ଥର ଅଭାବ ରହିବ ନାହିଁ। ଜୀବନ ସୁଖ ଏବଂ ଆରାମରେ ପରିପୂର୍ଣ୍ଣ ହେବ । ଶୁଭ ଫଳାଫଳକୁ ବଜାୟ ରଖିବା ପାଇଁ ବୃହସ୍ପତିଙ୍କ ବୀଜ ମନ୍ତ୍ର ଜପ କରନ୍ତୁ।

କନ୍ୟା: ବୃହସ୍ପତି ଷଷ୍ଠ ଘରେ ଚଳନ କରୁଛନ୍ତି। କାମ କରିବାକୁ କମ ଆଗ୍ରହ ରହିବ। ପରିଶ୍ରମ ଅନୁସାରେ ଫଳ ମିଳିବ। ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ଉଚିତ୍‌। ଗରିବ ବ୍ୟକ୍ତିଙ୍କୁ ଦାନ କଲେ ସୁଫଳ ମିଳିବ। ଏହା ସହିତ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା: ବୃହସ୍ପତି ପଞ୍ଚମ ଭାବେ ଗମନ କରୁଛନ୍ତି। ପଞ୍ଚମ ଘର ବଂଶ, ଗୁରୁ, ବିବେକ ଏବଂ ରୋମାନ୍ସ ପରି ବିଷୟ ସହିତ ଜଡିତ। ସନ୍ତାନ ସୁଖ ପାଇବା ପାଇଁ ପ୍ରୟାସ କରିବେ। ଗୁରୁଙ୍କଠାରୁ ଶିକ୍ଷା ଲାଭର ସୁଯୋଗ। ବୁଦ୍ଧି ବିବେକ ଖଟାଇ କାମ କରିବା ଆବଶ୍ୟକ। ଗୁରୁଙ୍କ ଅପ୍ରୀତିକର ଫଳାଫଳକୁ ଏଡ଼ାଇବା ପାଇଁ ଏବଂ ଶୁଭ ସ୍ଥିତି ସୁନିଶ୍ଚିତ କରିବା ପାଇ ଇଷ୍ଟ ଦେବାଦେବୀଙ୍କ ସ୍ମରଣ କରନ୍ତୁ।

ବିଛା: ବୃହସ୍ପତି ଚତୁର୍ଥ ଘରେ ଗମନ କରୁଛନ୍ତି। ଅଯଥା ଅର୍ଥହାନୀ ଯୋଗ। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଜମି, ର୍ନିମାଣ ଏବଂ ଯାନ ଆଦିର ଲାଭରେ ବିଳମ୍ବ ଘଟିପାରେ। ଶୁଭ ଫଳାଫଳ ପାଇଁ ସୁନିଶ୍ଚିତ କରିବା ପାଇଁ, ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତୁ।

ଧନୁ: ବୃହସ୍ପତି ତୃତୀୟ ସ୍ଥାନରେ ଗମନ କରୁଛନ୍ତି। ଏହାର ପ୍ରଭାବରେ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ। ସନ୍ତାନ ସୁଖ ମିଳିବ। ଧନରେ ବୃଦ୍ଧି ଘଟିବ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତୁମେ ସୁଖ ମିଳିବ। ଅନ୍ୟମାନଙ୍କ ପାଇଁ ଭଲ କରିବା ଦ୍ୱାରା ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ସୁଫଳ ପାଇଁ ଛୋଟ କନ୍ୟାଙ୍କୁ ମିଷ୍ଟାନ ବଣ୍ଟନ କର।

ମକର: ବୃହସ୍ପତି ଦ୍ୱିତୀୟ ସ୍ଥାନରେ ଗମନ କରୁଛନ୍ତି। ଅର୍ଥହାନୀ ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ହଇରାଣ ହୋଇ ପାରନ୍ତି। ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଜାରି ରହିବ। ଶୁଭଫଳ ପାଇଁ, ଏକ ହଳଦିଆ କପଡ଼ାରେ ବୁଟ ଡାଲି ବାନ୍ଧି ମନ୍ଦିରରେ ଦାନ କରନ୍ତୁ।

କୁମ୍ଭ: ବୃହସ୍ପତି ପ୍ରଥମ ସ୍ଥାନରେ ଗମନ କରୁଛନ୍ତି। ଆୟରେ ବୃଦ୍ଧି ଘଟିବ। ସରକାରୀ କାର୍ଯ୍ୟ ଏବଂ କୋର୍ଟ କଚେରୀ ମାମଲାରେ ବିଜୟ ଲାଭ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତା ଏବଂ ଅନ୍ୟ ଲୋକଙ୍କ ସମର୍ଥନ ଜାରି ରହିବ। ଶୁଭ ଫଳାଫଳକୁ ପାଇଁ ମହିଳାଙ୍କୁ ସମ୍ମାନ ଏବଂ ଉପହାର ଦିଅନ୍ତୁ।

ମୀନ: ବୃହସ୍ପତି ଦ୍ୱାଦଶ ଭାବରେ ଗମନ କରୁଛନ୍ତି। ଏହାର ପ୍ରଭାବରେ ଭାଗ୍ୟରେ ବୃଦ୍ଧି ଘଟିବ। ଏହି ସମୟ ମଧ୍ୟରେ ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବ। ସୌଭାଗ୍ୟରେ ବୃଦ୍ଧି ଘଟିବ। ସୁଫଳ ପାଇଁ କପାଳରେ କେଶର ତିଳକ ଲଗାନ୍ତୁ କିମ୍ବା ଏକ ଡବାରେ କେଶର ଭର୍ତ୍ତି କରି ନିଜ ପାଖରେ ରଖନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri