Posted inଫୁରସତ

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏସବୁ ଲୋକଙ୍କର ସୌଭାଗ୍ୟ ପ୍ରାପ୍ତି…

ନୂଆଦିଲ୍ଲୀ,୨୧।୧୧: ନଭେମ୍ବର ୨୦ ତାରିଖ ରାତି ୧୧:୧୯ ରେ ଗୁରୁଦେବ ବୃହସ୍ପତି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ ବୃହସ୍ପତି ୨୦୨୨ ଏପ୍ରିଲ ୧୩ ଅପରାହ୍ନ ୩:୪୯ ପର୍ଯ୍ୟନ୍ତ ରହିବେ। ଏହା ପରେ ମୀନ ରାଶିରେ ଗୁରୁଦେବ ପ୍ରବେଶ କରିବେ।

ଭାରତୀୟ ଜ୍ୟୋତିଷ ଅନୁଯାୟୀ ବୃହସ୍ପତି ହେଉଛନ୍ତି ଏକ ପୁରୁଷ ଗ୍ରହ। ତାଙ୍କର ଦିଗ ଉତ୍ତର-ପୂର୍ବ। ରଙ୍ଗ ହଳଦିଆ ଏବଂ ଆକାଶ ତତ୍ତ୍ୱ ସହିତ ଜଡିତ। ଜନ୍ମ ଜାତକରେ ବୃହସ୍ପତିଙ୍କ ସ୍ଥିତିରୁ ସନ୍ତାନ, ଶିକ୍ଷା, ଘର ଏବଂ ସ୍ବାସ୍ଥ୍ୟ ପରି ବିଷୟ ସମ୍ପର୍କରେ ଆକଳନ କରାଯାଇଥାଏ। ବୃହସ୍ପତିଙ୍କ ଚରିତ୍ର ହେଉଛି ସେ ଯେଉଁଠାରେ ରହିଥାନ୍ତି ସେଠାରେ ସୁଫଳ ନ ଦେଇ ଦୃଷ୍ଟି ପକାଉଥିବା ସ୍ଥାନରେ ସୁଫଳ ପ୍ରଦାନ କରିଥାନ୍ତି। ତେବେ ଦେବଗୁରୁ ଜାତକରେ ଯେଉଁଠି ଥିଲେ ମଧ୍ୟ କାହାକୁ ବିଚଳିତ କରି ନଥାନ୍ତି।

ବିଭିନ୍ନ ରାଶିର ଲୋକମାନଙ୍କ ଉପରେ କୁମ୍ଭରେ ବୃହସ୍ପତିଙ୍କର ଏହି ଚଳନର ପ୍ରଭାବ କ’ଣ ହେବ, ବୃହସ୍ପତି ସେମାନଙ୍କ ରାଶିରେ କେଉଁଠାରେ ଗମନ କରିବେ ଏବଂ ବୃହସ୍ପତିଙ୍କର ଶୁଭ ଫଳାଫଳକୁ ନିଶ୍ଚିତ କରିବା ପାଇଁ ଏବଂ କ’ଣ ଅପ୍ରୀତିକର ଫଳାଫଳକୁ ଏଡାଇବା ପାଇଁ ଆପଣ ପଦକ୍ଷେପ ଗ୍ରହଣ କରିବେ ସେ ସମ୍ପର୍କରେ ଆଚାର୍ଯ୍ୟ ଇନ୍ଦୁ ପ୍ରକାଶ କହିଛନ୍ତି ଯେ, ଗୁରୁଦେବ ସମସ୍ତ ରାଶିର ଜାତକଙ୍କ ଉପରେ ନିଜର କୃପା ଦୃଷ୍ଟି ପ୍ରଦାନ କରିବେ। ତେବେ ଗୋଚର ଫଳର ପ୍ରଭାବ ଜାତକରେ ବୃହସ୍ପତିଙ୍କ ସ୍ଥିତି ଅନୁସାରେ ଅନୁଭୁତ ହେବ।

ମେଷ: ବୃହସ୍ପତି ମେଷର ଏକାଦଶ ଘରେ ଗମନ କରୁଛନ୍ତି। ବୃହସ୍ପତିଙ୍କ ପ୍ରଭାବ ଯୋଗୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଖି ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। ପାଖରେ ଟଙ୍କା ଥିଲେ ବି ବିଚଳିତ ହୋଇପାରନ୍ତି। ହୁଁ। ଆୟ ହ୍ରାସ ହୋଇପାରେ। ତେଣୁ ଗୁରୁଙ୍କ ଶୁଭ ସ୍ଥିତିକୁ ସୁନିଶ୍ଚିତ କରିବା ଏବଂ ଅପ୍ରୀତିକର ଫଳାଫଳକୁ ଏଡାଇବା ପାଇଁ ମନ୍ଦିରକୁ ଯାଇ ସା ଆରତୀରେ ଯୋଗ ଦିଅନ୍ତୁୂ।

ବୃଷ: ବୃହସ୍ପତି ଦଶମ ଘରେ ଗମନ କରୁଛନ୍ତି। ଘରେ ଖୁସି ଏବଂ ଆର୍ଥିକ ସମ୍ବଳରେ ବୃଦ୍ଧି ଘଟିବ। କ୍ୟାରିଅରରେ ସୁଫଳ ସହିତ ସରକାରୀ କାର୍ଯ୍ୟରୁ ଲାଭ ମିଳିବ। ଅଧିକ ସୁଫଳ ପାଇଁ ମୁଣ୍ଡକୁ ଘୋଡାଇ ରଖ ଏବଂ ହଳଦିଆ ପଗଡି ପିନ୍ଧିବା ଉଚିତ।

ମିଥୁନ: ବୃହସ୍ପତି ଚଳନ ନବମ ଘରେ ହେଉଛି। ବୃହସ୍ପତିଙ୍କ ପ୍ରଭାବରେ ପ୍ରତିଶ୍ରୁତିବଦ୍ଧତା ବଢ଼ିବ। ପୈତୃକ ସମ୍ପତ୍ତିରୁ ଲାଭସହିତ ସୁସ୍ବାସ୍ଥ୍ୟ ମିଳିବ। କେତେକ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରତିଦିନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କଲେ ସୁଫଳ ମାତ୍ରା ବୃଦ୍ଧିି ଘଟିବ।

କର୍କଟ: ବୃହସ୍ପତି ଅଷ୍ଟମ ଘରେ ଚଳନ କରୁଥିବାରୁ ସାଂସାରିକ ସୁଖ ମିଳିବା ସହିତ ଘରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଏହା ସହିତ ଧନରେ ମଧ୍ୟ ବୃଦ୍ଧି ଘଟିବ। ସୁଫଳ ପାଇଁ କପାଳରେ ହଳଦି ଅବା କେଶର ତିଲକ ଲଗାନ୍ତୁ।

ସିଂହ: ବୃହସ୍ପତି ସପ୍ତମ ଘରେ ଗମନ କରୁଥିବାରୁ ଯାତ୍ରା ଆନନ୍ଦଦାୟକ ହେବ। ସୌଭାଗ୍ୟ ବୃଦ୍ଧି ଘଟିବ। ଏହା ସହିତ ଧର୍ମର କାର୍ଯ୍ୟରେ ଖ୍ୟାତି ଅର୍ଜନ ଯୋଗ ରହିଛି। ଅର୍ଥର ଅଭାବ ରହିବ ନାହିଁ। ଜୀବନ ସୁଖ ଏବଂ ଆରାମରେ ପରିପୂର୍ଣ୍ଣ ହେବ । ଶୁଭ ଫଳାଫଳକୁ ବଜାୟ ରଖିବା ପାଇଁ ବୃହସ୍ପତିଙ୍କ ବୀଜ ମନ୍ତ୍ର ଜପ କରନ୍ତୁ।

କନ୍ୟା: ବୃହସ୍ପତି ଷଷ୍ଠ ଘରେ ଚଳନ କରୁଛନ୍ତି। କାମ କରିବାକୁ କମ ଆଗ୍ରହ ରହିବ। ପରିଶ୍ରମ ଅନୁସାରେ ଫଳ ମିଳିବ। ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ଉଚିତ୍‌। ଗରିବ ବ୍ୟକ୍ତିଙ୍କୁ ଦାନ କଲେ ସୁଫଳ ମିଳିବ। ଏହା ସହିତ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା: ବୃହସ୍ପତି ପଞ୍ଚମ ଭାବେ ଗମନ କରୁଛନ୍ତି। ପଞ୍ଚମ ଘର ବଂଶ, ଗୁରୁ, ବିବେକ ଏବଂ ରୋମାନ୍ସ ପରି ବିଷୟ ସହିତ ଜଡିତ। ସନ୍ତାନ ସୁଖ ପାଇବା ପାଇଁ ପ୍ରୟାସ କରିବେ। ଗୁରୁଙ୍କଠାରୁ ଶିକ୍ଷା ଲାଭର ସୁଯୋଗ। ବୁଦ୍ଧି ବିବେକ ଖଟାଇ କାମ କରିବା ଆବଶ୍ୟକ। ଗୁରୁଙ୍କ ଅପ୍ରୀତିକର ଫଳାଫଳକୁ ଏଡ଼ାଇବା ପାଇଁ ଏବଂ ଶୁଭ ସ୍ଥିତି ସୁନିଶ୍ଚିତ କରିବା ପାଇ ଇଷ୍ଟ ଦେବାଦେବୀଙ୍କ ସ୍ମରଣ କରନ୍ତୁ।

ବିଛା: ବୃହସ୍ପତି ଚତୁର୍ଥ ଘରେ ଗମନ କରୁଛନ୍ତି। ଅଯଥା ଅର୍ଥହାନୀ ଯୋଗ। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଜମି, ର୍ନିମାଣ ଏବଂ ଯାନ ଆଦିର ଲାଭରେ ବିଳମ୍ବ ଘଟିପାରେ। ଶୁଭ ଫଳାଫଳ ପାଇଁ ସୁନିଶ୍ଚିତ କରିବା ପାଇଁ, ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତୁ।

ଧନୁ: ବୃହସ୍ପତି ତୃତୀୟ ସ୍ଥାନରେ ଗମନ କରୁଛନ୍ତି। ଏହାର ପ୍ରଭାବରେ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ। ସନ୍ତାନ ସୁଖ ମିଳିବ। ଧନରେ ବୃଦ୍ଧି ଘଟିବ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତୁମେ ସୁଖ ମିଳିବ। ଅନ୍ୟମାନଙ୍କ ପାଇଁ ଭଲ କରିବା ଦ୍ୱାରା ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ସୁଫଳ ପାଇଁ ଛୋଟ କନ୍ୟାଙ୍କୁ ମିଷ୍ଟାନ ବଣ୍ଟନ କର।

ମକର: ବୃହସ୍ପତି ଦ୍ୱିତୀୟ ସ୍ଥାନରେ ଗମନ କରୁଛନ୍ତି। ଅର୍ଥହାନୀ ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ହଇରାଣ ହୋଇ ପାରନ୍ତି। ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଜାରି ରହିବ। ଶୁଭଫଳ ପାଇଁ, ଏକ ହଳଦିଆ କପଡ଼ାରେ ବୁଟ ଡାଲି ବାନ୍ଧି ମନ୍ଦିରରେ ଦାନ କରନ୍ତୁ।

କୁମ୍ଭ: ବୃହସ୍ପତି ପ୍ରଥମ ସ୍ଥାନରେ ଗମନ କରୁଛନ୍ତି। ଆୟରେ ବୃଦ୍ଧି ଘଟିବ। ସରକାରୀ କାର୍ଯ୍ୟ ଏବଂ କୋର୍ଟ କଚେରୀ ମାମଲାରେ ବିଜୟ ଲାଭ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତା ଏବଂ ଅନ୍ୟ ଲୋକଙ୍କ ସମର୍ଥନ ଜାରି ରହିବ। ଶୁଭ ଫଳାଫଳକୁ ପାଇଁ ମହିଳାଙ୍କୁ ସମ୍ମାନ ଏବଂ ଉପହାର ଦିଅନ୍ତୁ।

ମୀନ: ବୃହସ୍ପତି ଦ୍ୱାଦଶ ଭାବରେ ଗମନ କରୁଛନ୍ତି। ଏହାର ପ୍ରଭାବରେ ଭାଗ୍ୟରେ ବୃଦ୍ଧି ଘଟିବ। ଏହି ସମୟ ମଧ୍ୟରେ ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବ। ସୌଭାଗ୍ୟରେ ବୃଦ୍ଧି ଘଟିବ। ସୁଫଳ ପାଇଁ କପାଳରେ କେଶର ତିଳକ ଲଗାନ୍ତୁ କିମ୍ବା ଏକ ଡବାରେ କେଶର ଭର୍ତ୍ତି କରି ନିଜ ପାଖରେ ରଖନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri