Categories: ବାଣିଜ୍ୟ

ଜୁପିଟର ଡିଗ୍ରୀ କଲେଜର ସଫଳତା

ଭୁବନେଶ୍ୱର: ୩୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଟାନ ଜୁପିଟର ଡିଗ୍ରୀ କଲେଜ ଚଳିତ ବର୍ଷର ସ୍ନାତକ ଫଳାଫଳରେ ସଫଳତା ଅର୍ଜନ କରିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶିତ +୩ ପରୀକ୍ଷା ଫଳର ମେଧା ତାଲିକାରେ କଲେଜର ଛାତ୍ରୀଛାତ୍ରୀ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିଛନ୍ତି। ବିଶେଷ କରି ପ୍ରାଣୀ ବିଜ୍ଞାନରେ ଅଭିଜିତ ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ସୁଜାତା ମହାନ୍ତି ୬ଷ୍ଠ, ପ୍ରାଚୀ ପ୍ରିୟଦର୍ଶନୀ ୮ମ ଓ ଆକାଂକ୍ଷା ଦାସ ୧୦ମ ସ୍ଥାନରେ ରହିଛନ୍ତି। ସେହିଭଳି ରସାୟନ ବିଜ୍ଞାନରେ ଷ୍ଟିଭ୍‌ ଦାସ ୩ୟ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି।

ସେହିପରି ଗଣିତରେ ଭାଗ୍ୟଶ୍ରୀ ସାମଲ ୬ଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଉଭିଦ ବିଜ୍ଞାନରେ ଅଭୀପ୍‌ସା ଚିନାରା ୫ମ ସ୍ଥାନ ଅଧିକାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଛାତ୍ରଛାତ୍ରୀଙ୍କର ଏହି ସଫଳତାରେ ଅନୁଷ୍ଠାନର ସଭାପତି ବିରଞ୍ଚତ୍ ନାରାୟଣ ପଣ୍ଡା, ସଂପାଦକ ପ୍ରସନ୍ନ କୁମାର ପାତ୍ର, ଉପସଭାପତି ବିଶ୍ୱରଞ୍ଜନ ପାତ୍ରଙ୍କ ସମେତ ଅନୁଷ୍ଟାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ କୃତୀ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଜୁପିଟର ଡିଗ୍ରୀ କଲେଜ ନିଜ ପୂର୍ବ ସଫଳତାକୁ ପୁଣି ଥରେ ଦୋହରାଇଛି।

Share