Posted inଖେଳ

ଜୁନିୟର ବ୍ୟାଡ୍‌ମିଣ୍ଟନ: ତାମିଲନାଡ଼ୁ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଦଳଗତ ପ୍ରତିଯୋଗିତା ବୁଧବାର ଶେଷ ହୋଇଛି। ଏହାର ଫାଇନାଲରେ ହରିୟାଣାକୁ ହରାଇ ତାମିଲନାଡ଼ୁ ଚାମ୍ପିୟନ ହୋଇଛି। ଉତ୍ତରାଖଣ୍ଡ ଓ ମଣିପୁର ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲର ବାଳକ ସିଙ୍ଗଲ୍ସରେ ହରିୟାଣାର ମନରାଜ ସିଂ ତାମିଲନାଡ଼ୁର କେ.ଏମ. ନିଧିଙ୍କୁ ୨୧-୧୧, ୨୧-୧୯ରେ ହରାଇଥିବାବେଳେ ବାଳିକା ସିଙ୍ଗଲ୍ସରେ ତାମିଲନାଡ଼ୁର ରକ୍ଷିତା ଶ୍ରୀ ୧୮-୨୧, ୨୧-୧୩, ୨୧-୯ରେ ହରିୟାଣାର ଖରବ ଅନମୋଲଙ୍କୁ ପରାସ୍ତ କରିଛନ୍ତି। ବାଳକ ଡବଲ୍ସରେ ତାମିଲନାଡ଼ୁର ଆୟାପ୍ପାନ ଦେବ ଓ ଆୟାପ୍ପାନ ଧିରେନ ଯୋଡ଼ି ୨୨-୨୦, ୨୧-୧୫ରେ ହରିୟାଣାର ବୁଧଓ୍ବାର ଅନଶୁଲ ଓ ମନରାଜ ସିଂଙ୍କୁ ହରାଇ ଦେଇଛନ୍ତି।

ବାଳିକା ଡବଲ୍ସରେ କିନ୍ତୁ ହରିୟାଣାର ଅନମୋଲ ଖରବ ଓ ତୁର ରିଧି କୌର ଯୋଡ଼ି ତାମିଲନାଡ଼ୁର ବାଲାଜ ଶ୍ରେୟା ଓ ଏନ. ଶ୍ରୀନିଧିଙ୍କୁ ୨୧-୧୮, ୨୨-୨୦ରେ ହରାଇ ମୁକାବିଲାକୁ ୨-୨ କରି ଦେଇଥିଲେ। ନିର୍ଣ୍ଣାୟକ ମିକ୍ସଡ ଡବଲ୍ସରେ ତାମିଲନାଡ଼ୁର ଆର. ଅରୁଲଭୁରୁଗାନ ଓ ଏନ. ଶ୍ରୀନିଧି ଯୋଡ଼ି ବିପକ୍ଷ ଦଳର ବାହାଦୂର ଅନସୁଲ ଓ ତୁର ରିଧି କୌରଙ୍କୁ ୨୧-୧୪, ୧୭-୨୧, ୨୯-୨୭ରେ ହରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି, କ୍ରୀଡ଼ା ବିଭାଗ ଓଏସ୍‌ଡି ସୋନାଲି ଚାନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ ଉପସଭାପତି ଏସ. ମୁରଲୀଧରନ, ଯୁଗ୍ମ ସମ୍ପାଦକ ଓମାର ରଶିଦ, କେରଳ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ପ୍ରତିନିଧି ରାକେଶ ଶେଖର, ବିଡବ୍ଲ୍ୟୁଏଫ୍‌ ରେଫରି ଗିରିଶ ନାଟୁ, ମ୍ୟାଚ ରେଫରି ଉଦୟ ସାନେ, ଆୟୋଜକ କମିଟି ସମ୍ପାଦକ ନିଲେନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri