ବ୍ରାହ୍ମଣୀ ଆଁରେ ଜୁଣଗଡି, ପଞ୍ଚୁପଲ୍ଲୀ

ରାଜନଗର, ୧୫ା୩(ଭାସ୍କର ରାଉତରାୟ): ବ୍ରାହ୍ମଣୀ ନଦୀ ଏବେ କୂଳ ଖାଇବାରେ ଲାଗିଛି। ରାଜନଗର ବ୍ଲକର ଜୁଣଗଡି ଓ ପଞ୍ଚୁପଲ୍ଲୀ ନିକଟରେ ୫ ବର୍ଷ ଧରି ପାଟ୍ଟଶାଳା ନଦୀ ପଠା ଖାଇ ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାକୁ ଗିଳିବା ଆରମ୍ଭ କରିଥିଲା। ଏବେ ସେହି ଗାଁର ଅପରପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀ ଏବେ ପଠା ଖାଇ ଗାଁ ଭିତରକୁ ମାଡ଼ି ଆସିଲାଣି। ବୁଧବାର ରାତିରେ ପ୍ରାୟ ୧୦୦ଫୁଟ ଓସାରର ଓ ୩୦ଫୁଟ ଚଉଡ଼ାର ପଠାକୁ ବ୍ରାହ୍ମଣୀ ନଦୀ ତା’ର ଗର୍ଭକୁ ନେଇଯିବା ପରେ ସମ୍ପୂର୍ଣ୍ଣ ଗାଁ ନଦୀଗର୍ଭକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି।
ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତର ପଞ୍ଚୁପଲ୍ଲୀ ଓ ଜୁଣଗଡି ଗାଁର ଦୁଇପାର୍ଶ୍ୱରେ ୨ଟି ନଦୀ ବହି ଯାଇଛି। ଗାଁର ଗୋଟିଏ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀ ବୋହି ଯାଇଥିବା ବେଳେ ଅନ୍ୟପାର୍ଶ୍ୱରେ ପାଟ୍ଟଶାଳା ନଦୀ ରହିଛି। ଗାଁର ପଛପଟେ ଥିବା ବ୍ରାହ୍ମଣୀ ନଦୀ ଦୀର୍ଘବର୍ଷ ତଳେ ଥିବା ବନ୍ଧକୁ ଗର୍ଭସ୍ଥ କରିବା ପରେ ୩ବର୍ଷ ତଳେ ପଞ୍ଚୁପଲ୍ଲୀରୁ ପଦ୍ମନାଭପୁରଯାଏ ନୂଆ ବନ୍ଧ ନିର୍ମାଣ ହୋଇଛି। ଏହି ବନ୍ଧର ପଦ୍ମନାଭପୁର ନିକଟରେ କିଛି ଅଂଶ ପଥର ପ୍ୟାକିଂ ହୋଇଥିବା ବେଳେ ଅନ୍ୟ ଅଂଶ ଏଯାଏ କରାଯାଇନାହିଁ। ବୁଧବାର ରାତିରେ ଜୁଣଗଡି ଗାଁର ସଦାନନ୍ଦ ବାରିକ, ମହେଶ୍ୱର ବାରିକ, ଶୁକଦେବ ନାୟକଙ୍କ ଘର ନିକଟରେ ବ୍ରାହ୍ମଣୀ ନଦୀ ପଠାକୁ ଧସେଇ ନେଇଛି। ପ୍ରାୟ ଶହେ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର ପଠା ନଦୀଗର୍ଭକୁ ଚାଲିଯିବା ଯୋଗୁଁ ଗାଁ ଭିତରକୁ ନଦୀ ଚାଲି ଆସିଛି। ପରିସ୍ଥିତି ଏପରି ହୋଇଛି ଯଦି ଏହି ପ୍ରକ୍ରିୟା ଜାରି ରହେ, ୩ ବର୍ଷ ତଳେ ନିର୍ମାଣ ହୋଇଥିବା ନୂଆ ଘେରିବନ୍ଧ ମଧ୍ୟ ଭାସିଯିବାର ସମ୍ଭାବନା ରହିଛି। ନୂଆ ଘେରିବନ୍ଧଠାରୁ ନଦୀର ଦୂରତା ମାତ୍ର ୧୦ ଫୁଟ ରହିଛି। ଗୁରୁବାର ସକାଳେ ଗାଁ ଭିତରକୁ ନଦୀ ଚାଲି ଆସିଥିବା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏ ନେଇ ପଦକ୍ଷେପ ନିଆ ନ ଗଲେ ଜୁଣଗଡ଼ି ଓ ପଞ୍ଚୁପଲ୍ଲୀ ଗାଁ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri