ଡାଇବେଟିସ୍‌ କମାଇବ ଜୁସ୍‌

ବର୍ତ୍ତମାନ ଅଧିକାଂଶ ମହିଳାଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିପାଇଁ ସେମାନଙ୍କୁ ପ୍ରତିଦିନ ମେଡିସିନ୍‌ ମଧ୍ୟ ଖାଇବାକୁ ପଡ଼ୁଛି। ହେଲେ, ଖାଦ୍ୟ ତାଲିକାରେ ଚିନି ଏବଂ ଅନ୍ୟାନ୍ୟ କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ୟର ପରିମାଣ କମାଇବା ସହ କେତେକ ଜୁସ୍‌କୁ ସାମିଲ୍‌ କଲେ ଡାଇବେଟିସ୍‌ ବା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରଖାଯାଇପାରିବ…
ଅଁଳା ଜୁସ୍‌: ଅନେକ ଔଷଧୀୟ ଗୁଣରେ ଭରପୂର ଅଁଳା ଡାଇବେଟିସ୍‌ କମ୍‌ କରିବାରେ ମଧ୍ୟ ବେଶ୍‌ ଉପଯୋଗୀ। ଏଥିରେ ଫାଇବର୍‌ ମାତ୍ରା ଅଧିକ ଥିବାରୁ ହଜମକ୍ରିୟା ଧୀର କରି ରକ୍ତରେ ଶର୍କରା ମାତ୍ରା ଅଧିକ ହେବାକୁ ଦିଏ ନାହିଁ। ଏଥିରେ ଥିବା କ୍ରୋମିଅମ୍‌ ମିନେରାଲ୍‌ କ୍ରାର୍ବୋହାଇଡ୍ରେଟ୍‌ ମେଟାବୋଲିଜମ୍‌ ସହ ଇନ୍‌ସୁଲିନ୍‌ କ୍ଷରଣ ଠିକ୍‌ ଭାବରେ କରିବାରେ ସାହାଯ୍ୟ କରେ; ଯାହାଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।
କାକୁଡି ଜୁସ୍‌: ‘ଜର୍ନାଲ୍‌ ଅଫ୍‌ ପ୍ଲାଣ୍ଟ ଫୁଡ୍ସ ଫର୍‌ ହ୍ୟୁମାନ୍‌ ନ୍ୟୁଟ୍ରିଶନ୍‌’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ମୁତାବକ କାକୁଡ଼ିରେ ପ୍ରଚୁର ପରିମାଣରେ ଥିବା ଫାଇବର୍‌ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ବିଶେଷ କରି ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ଲାଗି ଏହା ବେଶ୍‌ ଉପକାରୀ। ତା’ଛଡା ଏଥିରେ କ୍ୟାଲସିଅମ୍‌, ଆଇରନ୍‌, ଫସ୍‌ଫରସ୍‌, ଭିଟାମିନ୍‌- ଏ, ବି-୧, ସି ଏବଂ ଆମିନୋ ଏସିଡ୍‌ ଅଧିକ ପରିମାଣରେ ରହିଥିବାରୁ ପ୍ରତିଦିନ କାକୁଡି ଜୁସ୍‌ ପିଇବା କିମ୍ବା କାକୁଡି ଖାଇବା ଡାଇବେଟିସ୍‌ ରୋଗୀଙ୍କ ଲାଗି ଉପକାରୀ।
ବିଟ୍‌ ଜୁସ୍‌: ଅନେକ ଡାଇବେଟିସ୍‌ ରୋଗୀଙ୍କଠାରେ ସ୍ନାୟୁ ନଷ୍ଟ(ନର୍ଭ ଡ୍ୟାମେଜ୍‌), ଚକ୍ଷୁ ସମସ୍ୟା ଆଦି ଦେଖିବାକୁ ମିଳେ; ଯାହାକୁ ଦୂର କରିବାରେ ବିଟ୍‌ ବେଶ୍‌ ଉପକାରୀ। ଏଥିରେ ଥିବା ଆଲ୍‌ଫା ଲିପୋଇକ୍‌ ସ୍ନାୟୁ ଏବଂ ଚକ୍ଷୁ ସମସ୍ୟା ଦୂର କରିଥାଏ।
କଲରା ଜୁସ୍‌: କଲରା ଜୁସ୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌ ସାହାଯ୍ୟ କରେ। କଲରାରେ ଥିବା ପଲିପେପ୍ଟାଇଡ୍‌- ପି ବା ପି- ଇନ୍‌ସୁଲିନ୍‌ ନାମକ ଏକ ଇନ୍‌ସୁଲିନ୍‌ ଜାତୀୟ ଉପାଦାନ ଡାଇବେଟିସ୍‌ ସମସ୍ୟା କମାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri