Posted inଖେଳ

ଜଗରନଟ୍ସ, ଖିଲାଡିଜ୍‌ ବିଜୟୀ

ଭୁବନେଶ୍ୱର, ୮ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ସିଜନ୍‌ ୨ରେ ରବିବାର ବିଜୟ ହାସଲ କରିଛନ୍ତି ଓଡ଼ିଶା ଜଗରନଟ୍ସ ଓ ମୁମ୍ବାଇ ଖିଲାଡିଜ୍‌। ରବିବାର ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଖିଲାଡିଜ୍‌ ୨୯-୨୭ ପଏଣ୍ଟରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଥିବା ବେଳେ ଏହି ବିଜୟ ସହିତ ମୁମ୍ବାଇ ୯ ମ୍ୟାଚ୍‌ରୁ ୨ ବିଜୟ, ୬ ପରାଜୟ ଓ ଗୋଟିଏ ଟାଇ ସହିତ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଗୋଟିଏ ବି ବିଜୟ ହାସଲ କରି ନ ଥିବା ରାଜସ୍ଥାନ ଓ୍ବାରିୟର୍ସ ସମାନ ୯ ମ୍ୟାଚ୍‌ରୁ ୯ ପରାଜୟ ସହ ମାତ୍ର ୨ ପଏଣ୍ଟ ଅର୍ଜନ କରି ଅନ୍ତିମ ସ୍ଥାନରେ ରହିଛି।
ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ଜଗରନଟ୍ସ ଓ ତେଲୁଗୁ ଯୋଦ୍ଧାସ୍‌ ମଧ୍ୟରେ ଖେଳା ଯାଇଥିଲା। ଉଭୟ ଦଳ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ ମଧ୍ୟ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ୩୫-୨୭ ପଏଣ୍ଟରେ ତେଲୁଗୁ ଯୋଦ୍ଧାସ୍‌କୁ ପରାସ୍ତ କରିଥିଲା। ପ୍ରଥମ କ୍ୱାର୍ଟରର ପ୍ରଥମ ଟର୍ନରୁ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରିଥିଲା। ତେଲୁଗୁ ଯୋଦ୍ଧାସ୍‌ ଆଟାକ୍‌ କରିଥିଲେ ମଧ୍ୟ ମାତ୍ର ୧୦ ପଏଣ୍ଟ ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଗତ ମ୍ୟାଚ୍‌ର ହିରୋ ରୋହନ ସିଙ୍ଗାଡେ ପ୍ରଥମ ଟର୍ନରେ ଦୁଇଟି ଡ୍ରିମ୍‌ ରନ୍‌ ପଏଣ୍ଟ ହାସଲ କରିଥିଲେ। ପ୍ରଥମ ଟର୍ନରେ ତେଲୁଗୁ ଯୋଦ୍ଧାସ୍‌ ୧୦-୩ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟ ଟର୍ନରେ ଓଡ଼ିଶାର ଆଟାକର୍‌ମାନେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଜଗରନଟ୍ସ ଦ୍ୱିତୀୟ ଟର୍ନରେ ୨୦ ପଏଣ୍ଟ ସ୍କୋର କରିଥିଲା। ଦ୍ୱିତୀୟ କ୍ୱାର୍ଟରର ତୃତୀୟ ଟର୍ନରେ ଜଗରନଟ୍ସର ୨ ବ୍ୟାଚ୍‌ ଡିଫେଣ୍ଡର ଆଉଟ ହୋଇଥିଲେ। ତେବେ ଏହି ରାଉଣ୍ଡରେ ମଧ୍ୟ ଦଳ ୨ ଡ୍ରିମ୍‌ ରନ୍‌ ପଏଣ୍ଟ ହାସଲ କରିଥିଲା। ଫଳରେ ଅନ୍ତିମ ଟର୍ନ ବେଳକୁ ଜଗରନଟ୍ସ ୧ ପଏଣ୍ଟରେ ଆଗୁଆ ରହିଥିଲା। ଶେଷ ଟର୍ନରେ ତେଲୁଗୁ ଯୋଦ୍ଧାସ୍‌ର ଡିଫେଣ୍ଡରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ୪ ଡ୍ରିମ୍‌ ରନ୍‌ ପଏଣ୍ଟ ଅର୍ଜନ କରିଥିଲେ ମଧ୍ୟ ଜଗରନଟ୍ସର ବିଜୟ ରଥକୁ ରୋକିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri