Categories: ଖେଳ

ବିଜୟ ସହ ଜଗରନଟ୍ସର ଲିଗ୍‌ ପର୍ଯ୍ୟାୟ ଶେଷ

ଭୁବନେଶ୍ୱର, ୧୦।୧(ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ସିଜନ-୨ରେ ବିଜୟ ସହ ଓଡ଼ିଶା ଜଗରନଟ୍ସ ଏହାର ଲିଗ୍‌ ପର୍ଯ୍ୟାୟ ଶେଷ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩୪-୨୩ ପଏଣ୍ଟରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଛି। ଜଗରନଟ୍ସ ୧୦ ମ୍ୟାଚରୁ ୬ ବିଜୟ, ୨ ଟାଇ ଓ ୨ ପରାଜୟ ସହ ୨୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୁମ୍ବାଇ ଖିଲାଡିଜ୍‌ ୧୦ ମ୍ୟାଚରୁ ୭ମ ପରାଜୟ ସହ ଅଭିଯାନ ଶେଷ କରିଛି। ଏହି ଦଳ ୧୦ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛି। ପ୍ରତିଯୋଗିତାର ୨ଟି ସେମିଫାଇନାଲ ୧୧ରେ ଓ ଫାଇନାଲ ୧୩ ତାରିଖରେ ଅନୁଷ୍ଠିତ ହେବ। ଚେନ୍ନାଇ କୁଇକ୍‌ ଗନ୍ସ ଓ ଗୁଜରାଟ ଜାଏଣ୍ଟ୍ସ ମ୍ୟାଚ ସହ ଲିଗ୍‌ ପର୍ଯ୍ୟାୟ ଶେଷ ହେବ।

Share