Posted inଜାତୀୟ

ହାନୀ ହୋଇଥିବା ମାନ-ସମ୍ମାନକୁ ଫେରାଇ ଆଣିପାରିବ ନାହିଁ ନ୍ୟାୟିକ ପ୍ରକ୍ରିୟା: ହାଇକୋର୍ଟ…

ମୁମ୍ବାଇ,୭।୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭିତ୍ତିହୀନ ଅଭିଯୋଗ ଦ୍ୱାରା ବଦନାମ ତଥା ହାନୀ ହୋଇଥିବା ମାନ-ସମ୍ମାନକୁ ନ୍ୟାୟିକ ପ୍ରକ୍ରିୟା ଫେରାଇ ଆଣିପାରିବ ନାହିଁ। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଜଣେ ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ନ୍ୟାୟିକ ଅଧିକାରୀଙ୍କ ବୋହୂ ଶାରୀରିକ ତଥା ମାନସିକ ନିର୍ଯାତନା ଅଭିଯୋଗରେ ନଭେମ୍ବର ୨୦୧୯ ରେ ଜଲଗାଓଁ ପୋଲିସ ଷ୍ଟେଶନରେ ଅଧିକାରୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ।

ଯେଉଁଥିରେ ୪୦ ବର୍ଷ ବୟସ୍କା ମହିଳା ନ୍ୟାୟିକ ଅଧିକାରୀ ନିଜ ବିରୋଧରେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌ ରଦ୍ଦ କରିବାକୁ ଦାବି କରି ହାଇକୋର୍ଟର ଡିଭିଜନ ବେଞ୍ଚରେ ଆବେଦନ କରିଥିଲେ। ଏହା ଶୁଣାଣି କରି ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏବଂ ଜଷ୍ଟିସ ଆରଏମ ଯୋଶୀ ଜାନୁଆରୀ ୭ ରେ ଦେଇଥିବା ଆଦେଶରେ କହିଛନ୍ତି ଯେ ନାଗରିକଙ୍କ ପାଇଁ ସମ୍ମାନର ଅଧିକାର ସମ୍ବିଧାନର ଧାରା ୨୧ ଏବଂ ୧୯ (୨) ର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ଆବେଦନରେ କୁହାଯାଇଛି ଯେ ଆବେଦନକାରୀଙ୍କୁ ବୈବାହିକ ବିବାଦରେ ଜାଣିଶୁଣି ଅଯଥାରେ ସାମିଲ କରାଯାଇଛି। ଏହି ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ଗ୍ରହଣ କଲେ ମଧ୍ୟ ଆବେଦନକାରୀଙ୍କ ବିରୋଧରେ ତଦନ୍ତ ଯଥାର୍ଥ ହୋଇପାରିବ ନାହିଁ। ବେଞ୍ଚ କହିଛନ୍ତି ଯେ ଭିତ୍ତିହୀନ ଅଭିଯୋଗ ଏବଂ ଦୀର୍ଘ ଦିନର କୋର୍ଟ ପ୍ରକ୍ରିୟା ନକାରାତ୍ମକ ପ୍ରଭାବ ପକାଇପାରେ। ଏପରି ପରିସ୍ଥିତିରେ ବ୍ୟକ୍ତିଙ୍କୁ ଗୁରୁତର ମାନସିକ ଆଘାତ, ବଦନାମ ଏବଂ ଆର୍ଥିକ କ୍ଷତି ସହିବାକୁ ପଡିବ। ଏହା ବ୍ୟକ୍ତିଙ୍କର କ୍ୟାରିୟର ଏବଂ ଭବିଷ୍ୟତ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ।

ଅଦାଲତ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଖ୍ୟାତି, ଚରିତ୍ରର ବଦନାମ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ। ଏଠାରେ ଧ୍ୟାନ ଦେବାକୁ ହେବ ଯେ ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ବଦନାମ ହୋଇଥିବା ସମ୍ମାନର ପୁନରୁଦ୍ଧାର ହୋଇପାରିବ ନାହିଁ । ଆବେଦନକାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌ ଖାରଜ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବ୍ୟକ୍ତିଗତ ଶତ୍ରୁତା ପାଇଁ ଆଇନ ପ୍ରକ୍ରିୟାକୁ ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri