Posted inଜାତୀୟ

ବିଚାରପତିଙ୍କୁ ମିଳୁଛି ଧମକ-ସୁପ୍ରିମକୋର୍ଟଙ୍କୁ ନିଜ ପକେଟରେ ରଖିବାକୁ ଉଦ୍ୟମ: ଆଇନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ…

ମୁମ୍ବାଇ,୧୯।୩ : ଉଦ୍ଧବ ଠାକରେ ଦଳର ଏମ୍‌ପି ସଞ୍ଜୟ ରାଉତ ଭାଜପା ସରକାରଙ୍କୁ ରବିବାର କଡ଼ା ସମାଲୋଚନା କରଛନ୍ତି। ସେ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସୁରକ୍ଷା କରିଛନ୍ତି। ବିରୋଧୀ ଦଳର ନେତାଙ୍କୁ ସରକାରଙ୍କ ବିରୋଧରେ କହିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ରାଉତ ଅଭିଯୋଗ କରିଛନ୍ତି। ଦେଶରେ ଚାଲିଥିବା ଏକଛତ୍ରବାଦୀ ଶାସନ ବିରୋଧରେ କଂଗ୍ରେସ ନେତା ରାହୁଲ ସ୍ବର ଉତ୍ତୋଳନ କରିଛନ୍ତି। ସେଥିପାଇଁ ତାଙ୍କ ଏମ୍‌ପି ସଦସ୍ୟତା ରଦ୍ଦ କରିବାକୁ ଭାଜପା ନେତାଏ ଦାବି କରୁଛନ୍ତି। ଏହା ପଛରେ ରାହୁଲଙ୍କ ପ୍ରତତି ସେମାନଙ୍କର ଭୟ ଥିବା ସ୍ପଷ୍ଟ ହେବାରେ ଲାଗିଛି।

ଆଇନ ମନ୍ତ୍ରୀ କିଛି  ବିଚାରପତିଙ୍କୁ ଭାରତ ବିରୋଧୀ ଦଳର ଅଂଶ ବୋଲି କହିଛନ୍ତି। ଏହା ନ୍ୟାୟପାଳିକା ଉପରେ ଚାପ ପକାଇବା ଏବଂ ବିଚାରପତିମାନଙ୍କୁ ଧମକ ଦେବା ପାଇଁ ଏକ ପ୍ରୟାସ।

ସେ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ନ୍ୟାୟପାଳିକାକୁ ଧମକ ଦିଆଯାଉଛି। ଆଇନ ମନ୍ତ୍ରୀ ନ୍ୟାୟପାଳିକାକୁ ବିଭିନ୍ନ କ୍ଷେତ୍ରରେ ଅପଦସ୍ଥ କରୁୁଛନ୍ତି।

ଆଇନ ମନ୍ତ୍ରୀ ବିଚାରପତିଙ୍କୁ ଧମକ ଦେଉଛନ୍ତି, ଯେଉଁଠି ଦିନେ ବାବାସାହେବ ଭୀମରାଓ ଆମ୍ବେଡକର ସମ୍ବିଧାନ ଲେଖିଥିଲେ? ଏଭଳି ଭାଷା ଆଇନ ମନ୍ତ୍ରୀଙ୍କ ପାଇଁ ଅନୁକୂଳ ନୁହେଁ। କ୍ଷମତାକୁ ଆସିବା ପରଠାରୁ ସରକାର ନ୍ୟାୟପାଳିକାର କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସରକାର ସୁପ୍ରିମକୋର୍ଟଙ୍କୁ ନିଜ ପକେଟରେ ରଖିବାକୁ ଚେଷ୍ଟା କରୁଛନ୍ତି।

ଏହାକୁ ଏକ ଗୁରୁତର ପ୍ରସଙ୍ଗ କହି ସେ ପ୍ରଶ୍ନ କରିଛନ୍ତି, ସରକାରଙ୍କ ବିରୋଧରେ କହିବା ଅପରାଧ କି? ଶାସକଦଳର ଇଚ୍ଛା କି ଦେଶର ନ୍ୟାୟପାଳିକା ସ୍ବାଧୀନ ରହିବା ଉଚିତ ନୁହେଁ? ତେଣୁ ଦେଶର ଆଇନ ମନ୍ତ୍ରୀ ନ୍ୟାୟପାଳିକାକୁ ଧମକ ଦେଇଛନ୍ତି। ଭାଜପା ସରକାର କୁହନ୍ତି ଆମ କଥା ଶୁଣ ଏବଂ ଆମେ ଆପଣଙ୍କୁ ରାଜ୍ୟପାଳ କରିବୁ, ଆପଣଙ୍କୁ ଲୋକସଭାକୁ ପଠାଇବୁ, ଆପଣଙ୍କୁ ଆୟୋଗର ଚେୟାରମ୍ୟାନ କରିବୁ। ଏସବୁ ଲାଭ ନିଅନ୍ତୁ କିମ୍ବା ବିରୋଧ କରି ଅନୁସନ୍ଧାନର ସମ୍ମୁଖୀନ ହୁଅନ୍ତୁ।

ଲଣ୍ଡନରେ ରାହୁଲଙ୍କ ବିବୃତ୍ତିକୁ ନେଇ ବିବାଦ ଉପରେ ମଧ୍ୟ ସଞ୍ଜୟ ନିଜର ମତ ରଖିଛନ୍ତି। ରାହୁଲଙ୍କ କ୍ଷମା ମାଗିବା ପ୍ରସଙ୍ଗରେ ସଞ୍ଜୟ କହିଛନ୍ତି, ରାହୁଲ କ୍ଷମା ମାଗିବେ ନାହିଁ। ରାହୁଲ କାହିଁକି କ୍ଷମା ମାଗିବା ଉଚିତ ? ତାଙ୍କ ବଦଳରେ ଅନେକ ଭାଜପା ନେତା ଆଜି କ୍ଷମା ମାଗିବା ଉଚିତ। ସରକାର ବିରୋଧୀଙ୍କ ସ୍ବରକୁ ଦମନ କରୁଛନ୍ତି। ସରକାର ମାଇକକୁ ବନ୍ଦ କରୁଛନ୍ତି। ମୋ ଭଳି ଲୋକଙ୍କୁ ନୀରବ କରିବା ପାଇଁ ଜେଲରେ ରଖାଯାଉଛି। ଏହା ସରକାରଙ୍କ ଏକଛତ୍ରବାଦ ଶାସନର ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri