Posted inଜାତୀୟ

ବିବାଦରେ ବିଚାରପତି

ନୂଆଦିଲ୍ଲୀ/ମୁମ୍ବାଇ, ୩୧ା୧: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗନେଡିଓ୍ବାଲାଙ୍କୁ ସ୍ଥାୟୀ ଜଜ୍‌ ରୂପେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାରଙ୍କୁ କରାଯାଇଥିବା ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି।
ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କୁ ବିଶେଷକରି ସଦ୍ୟ ପ୍ରକାଶିତ ୩ଟି ମହିଳା ବିରୋଧୀ ରାୟକୁ ନେଇ ସବୁଠି ନିନ୍ଦା କରାଯାଉଛି। ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରି ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନାବାଳିକାଙ୍କ ସ୍ତନ ସ୍ପର୍ଶ କରିଥିବା ୩୯ ବର୍ଷୀୟ ଦୋଷୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜାନୁୟାରୀ ୧୯ରେ ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କ ଜଣିକିଆ ଖଣ୍ଡପୀଠ ନିଜ ରାୟରେ କହିଥିଲେ, ନାବାଳିକାଙ୍କ ବସ୍ତ୍ର ନ କାଢ଼ି ତାଙ୍କ ସ୍ତନକୁ ଛୁଇଁବା ପୋକ୍ସୋ ଆଇନ ବଳରେ ଦଣ୍ଡନୀୟ ନୁହେଁ। କାରଣ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ତାଙ୍କ ଚର୍ମକୁ ସ୍ପର୍ଶକରି ନାହାନ୍ତି। ଗନେଡିଓ୍ବାଲା ଦୋଷୀଙ୍କ ୩ ବର୍ଷ ଜେଲ ଦଣ୍ଡାଦେଶକୁ ୧ ବର୍ଷ ପର୍ଯ୍ୟନ୍ତ ଖସାଇଦେଇଥିଲେ। ମହିଳା ବିଚାରପତି ତାଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ ନ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ୨୭ ତାରିଖରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏହା ଏକ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏହାସହ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ଶୀର୍ଷ ଅଦାଲତ ଗନେଡିଓ୍ବାଲାଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।
ସେହିପରି ଗତ ୨୮ ତାରିଖରେ ମଧ୍ୟ ଜଷ୍ଟିସ୍‌ ଗନେଡିଓ୍ବାଲା ଅନ୍ୟ ଏକ ମାମଲାର ରାୟରେ କହିଥିଲେ, ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟର ଜିପ୍‌ ଖୋଲିବା ପୋକ୍ସୋ ଆଇନ କିମ୍ବା ଉତ୍ତେଜିତ ଯୌନ ଅପରାଧ ପରିସରରେ ଆସୁନାହିଁ। ୫ ବର୍ଷୀୟା ଶିଶୁକନ୍ୟା ପ୍ରତି ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ସେସନ୍ସ କୋର୍ଟ ଅଭିଯୁକ୍ତ ଲିବ୍‌ନସ୍‌ କୁଜୁର୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ୫୦ ବର୍ଷୀୟ ଅଭିଯୁକ୍ତ ଉକ୍ତ ରାୟକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ଜଷ୍ଟିସ୍‌ ଗନେଡିଓ୍ବାଲା ଉପରୋକ୍ତ ରାୟ ଦେଇ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନରୁ ଦୋଷମୁକ୍ତ କରିଥିଲେ।
ତୃତୀୟ ମାମଲାରେ ଜଷ୍ଟିସ୍‌ ଗନେଡିଓ୍ବାଲା ଜଣେ ଦୋଷୀଙ୍କୁ ଅନୁରୂପ ମାମଲାରେ ଦୋଷ ମୁକ୍ତ କରିଥିଲେ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିଥିଲେ। ନିଜ ରାୟରେ ଜଷ୍ଟିସ୍‌ ଗନେଡିଓ୍ବାଲା କହିଥିଲେ, ପୀଡ଼ିତାଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ତାଙ୍କ ଶରୀରରେ କ୍ଷତ ନ ଥିବାରୁ ମହିଳା ଜଣକ ଅପରାଧକୁ ବିରୋଧ କରି ନ ଥିଲେ ଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ବନ୍ଧ ସ୍ଥାପନ ହୋଇଥାଇପାରେ ବୋଲି ସେ ରାୟ ଦେଇଥିଲେ।

ଏବେ କ’ଣ କହୁଛନ୍ତି ସୁପ୍ରିମକୋର୍ଟ

କଲେଜିୟମ୍‌ ଏବେ ଉକ୍ତ ସୁପାରିସକୁ ପ୍ରତ୍ୟାହାର କରିନେଇଛନ୍ତି। ଜଷ୍ଟିସ୍‌ ଗନେଡିଓ୍ବାଲା ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଆଉ ବର୍ଷେ କିମ୍ବା ୨ ବର୍ଷ ଅତିରିକ୍ତ ବିଚାରପତି ରୂପେ କାର୍ଯ୍ୟ କରନ୍ତୁ ବୋଲି କଲେଜିୟମ୍‌ ମତ ଦେଇଛନ୍ତି। ଏହାସହ ପୋକ୍ସୋ ଆଇନର କାର୍ଯ୍ୟକାରିତା ପଛର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କୁ ଅଧିକ ସମ୍ବେଦନଶୀଳ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ବିଚାରପତିମାନେ କହିଛନ୍ତି।

ଜଷ୍ଟିସ୍‌ ଗନେଡିଓ୍ବାଲା କିଏ

୧୯୬୯ ମାର୍ଚ୍ଚ ୩ରେ ମହାରାଷ୍ଟ୍ରର ଅମରାବତୀ ଜିଲା ପରାଟଓ୍ବାଡ଼ାରେ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗନେଡିଓ୍ବାଲାଙ୍କ ଜନ୍ମ। ସେ ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀର ପ୍ୟାନେଲ ଆଡ୍‌ଭୋକେଟ ଥିଲେ। ଅମରାବତୀର ଏକାଧିକ କଲେଜରେ ମଧ୍ୟ ସେ ଅଧ୍ୟାପନା କରିଥିଲେ। ଅମରାବତୀ ବିଶ୍ୱବିଦ୍ୟାଳୟର ଏମ୍‌ବିଏ ଏବଂ ଏଲ୍‌ଏଲ୍‌ଏମ୍‌ ଛାତ୍ରୀଛାତ୍ରଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ। ୨୦୦୭ରେ ଗନେଡିଓ୍ବାଲା ଜିଲା ଜଜ୍‌ ଭାବେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିଲେ। ୨୦୧୯ ଫେବୃୟାରୀ ୧୩ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାପତି ରୂପେ ନିଯୁକ୍ତ ହୋଇଥିଲେ।

କେମିତି ବଦଳିଲା ନିଷ୍ପତ୍ତି

ଜାନୁୟାରୀ ୨୦ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ଅନ୍ୟ ୨ ବରିଷ୍ଠ ବିଚାରପତି (ଜଷ୍ଟିସ୍‌ ଏନ୍‌.ଭି. ରମଣା ଏବଂ ଆର୍‌.ଏଫ୍‌. ନରିମାନ୍‌)ଙ୍କ ଆପତ୍ତିକୁ ଗ୍ରହଣ ନ କରି ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କୁ ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଥିଲେ। ସୁପ୍ରିମକୋର୍ଟ ଉକ୍ତ ସୁପାରିସକୁ ଆଇନ ମନ୍ତ୍ରଣାଳୟକୁ ପଠାଇଦେଇଥିଲେ। ଯୌନ ଉତ୍ପୀଡ଼ନ ମାମଲାରେ ମହିଳା ବିଚାରପତିଙ୍କ ସମ୍ବେଦନାହୀନ ରାୟକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଥିବାବେଳେ ବମ୍ବେ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ଯାଇଥିବା ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ତାଙ୍କୁ ସ୍ଥାୟୀ ଜଜ୍‌ କରା ନ ଯାଉ ବୋଲି କହିଥିଲେ। ଏପରି କି ୨୦୧୯ ଫେବୃୟାରୀରେ ଗନେଡିଓ୍ବାଲାଙ୍କୁ ଆଡିଶନାଲ ଜଜ୍‌ ଭାବେ ନିଯୁକ୍ତି ଦିଆଯିବା ସମୟରେ ମଧ୍ୟ ଉଭୟେ ସହମତି ପ୍ରକାଶ କରି ନ ଥିଲେ। ଜଷ୍ଟିସ୍‌ ଖାନ୍‌ଓ୍ବିଲକର ଏବଂ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ କଲେଜିୟମ୍‌ର ସଦସ୍ୟ ନୁହନ୍ତି। ତେବେ ଦୁଇ ବିଚାରପତି କଲେଜିୟମ୍‌ର ଅନ୍ୟ ଜଣେ ସଦସ୍ୟଙ୍କୁ ସହମତି ପ୍ରତ୍ୟାହାର ପାଇଁ ବୁଝାଇଶୁଝାଇ ରାଜି କରାଇଥିଲେ। ସିଜେଆଇ ବୋବ୍‌ଡେ କଲେଜିୟମ୍‌ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ବିଚାର କରୁଥିବାବେଳେ ଜାନୁୟାରୀ ୨୮ରେ ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କ ଦ୍ୱିତୀୟ ବିବାଦୀୟ ରାୟ ତାଙ୍କ କାମକୁ ସହଜ କରିଦେଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri