ମୁଖ୍ୟସ୍ରୋତରେ ଯୋଡ଼ିହେବେ ଜୁଆଙ୍ଗ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.)୧୯ା୧୨:ସମ୍ବେଦନଶୀଳ ତଥା ଅର୍ଥନୈତିକ ଅନଗ୍ରସର ଜୁଆଙ୍ଗକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ନିଶାସେବନ, ଶିକ୍ଷାର ଅଭାବ ଏହି ଆଦିମ ଜନଜାତିର ବିକାଶରେ ପ୍ରତିବନ୍ଧକ ସାଜିଥିବାବେଳେ ସେମାନଙ୍କୁ ସଚେତନ କରାଇବା ଲାଗି କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଛି ସ୍ବତନ୍ତ୍ର ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ। ଏଥିସହ ବଡ଼ସୁଅଁାଳ ହାଇସ୍କୁଲ ଖେଳପଡ଼ିଆରେ ବିଶାଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ମୁଖ୍ୟ ଅତିଥି ଭାବେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ କହିଲେ, ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଅନଗ୍ରସର ଜୁଆଙ୍ଗଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି। ଖୁବ୍‌ଶୀଘ୍ର ଜୁଆଙ୍ଗଙ୍କ ଶିକ୍ଷାର ବିକାଶ ଲାଗି ଏକ ସ୍ବତନ୍ତ୍ର ବିଦ୍ୟାଳୟ ଖୋଲାଯିବ। ସେମାନେ ଶିକ୍ଷିତ ହେଲେ ନିଶାସେବନଠାରୁ ଦୂରେଇ ରହିବେ। ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଅବଗତ ହେବେ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟ, ଅର୍ଥନୈତିକ ଅବସ୍ଥାରେ ସୁଧାର ଆସିପାରିବ। ଏ ଦିଗରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମ୍ମାନିତ ଅତିଥି ଏମ୍‌ପି ମହେଶ ସାହୁ କହିଲେ, ଜିଲାରେ ବସବାସ କରୁଥିବା ପ୍ରାୟ ୧୧,୦୦୦ ଜୁଆଙ୍ଗଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରିପାରିଲେ ସେମାନଙ୍କର ବିକାଶ ସମ୍ଭବ। ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ କହିଲେ, ଜୁଆଙ୍ଗ ଜନଜାତି ଶିକ୍ଷିତ ହେଲେ ସେମାନଙ୍କ ଜୀବନ ଜୀବିକାର ବିକାଶ ହେବ। ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଉପସଭାନେତ୍ରୀ ବିଳାସିନୀ ସେଠୀ ପିଲାଙ୍କୁ ଶିକ୍ଷିତ କରାଇବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ ସେଠୀ କହିଲେ, ଜୁଆଙ୍ଗଙ୍କ ବିକାଶ ଲାଗି ଉଦ୍ୟମ କରାଯାଉଛି। ଶିକ୍ଷାକୁ ଅଗ୍ରାଧିକାର ଦେବା, ପୁଷ୍ଟିକର ଖାଦ୍ୟ ଖାଇବା, ଗୁଣିଗାରେଡ଼ିରେ ବିଶ୍ୱାସ ନ କରି ଡାକ୍ତରଙ୍କ ପାଖକୁ ଯିବା, ବାଲ୍ୟ ବିବାହ ବନ୍ଦ ହେଲେ ଜୁଆଙ୍ଗଙ୍କ ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ।
ଏହି ଅବସରରେ କଙ୍କଡ଼ାହାଡ଼ ବ୍ଲକ ପୁଟିପାଳର ସରସ୍ବତୀ ଏସ୍‌ଏଚ୍‌ଜିକୁ ୨ ଲକ୍ଷ, ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜିଙ୍କୁ ୨ ଲକ୍ଷ, ମକୁଆକାଟେଣୀର ଏସ୍‌ଏଚ୍‌ଜିକୁ ୩ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ କରାଯାଇଥିଲା। ପୁଟିପାଳରେ ଜୁଆଙ୍ଗ ପିଲାଙ୍କୁ ସ୍ବେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା ଲକ୍ଷ୍ମଣ ପ୍ରଧାନ, ଭାନୁମତୀ ଦେହୁରୀ, ଉବରି ପ୍ରଧାନଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ୩ ନିର୍ମାଣ ଶ୍ରମିକଙ୍କୁ ସହାୟତା ଦିଆଯାଇଥିଲା। ଶିବିରରେ ୨,୦୦୦ରୁ ଅଧିକ ଜୁଆଙ୍ଗ ଜନଜାତିର ଲୋକେ ଯୋଗଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବନ୍ଧୁତ୍ୱପୂର୍ଣ୍ଣ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏକ ଲୋଗୋ ଉନ୍ମୋଚିତ ହୋଇଥିଲା।
କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବିଡିଓ ବିକାଶ ମହାନ୍ତି, କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ, ଉଦୟ ମହାପାତ୍ର, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଶିବାନନ୍ଦ ସ୍ବାଇଁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ ଦରୱାନ, ଜିଲା ମଙ୍ଗଳ ଅଧିକାରୀ ପୁରୁଷୋତ୍ତମ ସେଠୀ ପ୍ରମୁଖ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଦେବଦର୍ଶିନୀ ସ୍ବାଇଁ, ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri