‘ଶ୍ରମବୀର ପ୍ୟାଲେସ’ ଉଦ୍‌ଘାଟନ କଲେ ଜେଏସ୍‌ପି ଅଧ୍ୟକ୍ଷ

ଅନୁଗୋଳ,୧୯ା୧୧ (ଜ୍ୟୋତିରଞ୍ଜନ ସାହୁ): ହରିୟାଣା କୁରୁକ୍ଷେତ୍ରର ଏମ୍‌ପି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଅଧ୍ୟକ୍ଷ ନବୀନ ଜିନ୍ଦଲ ସୋମବାର ଜେଏସ୍‌ପି ଅନୁଗୋଳ ୟୁନିଟ୍‌ରେ ‘ଶ୍ରମବୀର ପ୍ୟାଲେସ’ର ଉଦ୍‌ଘାଟନ କରିଛନ୍ତି। ଏହି ଶ୍ରମବୀର ପ୍ୟାଲେସ ତଥା ଶୀତତାପ ନିୟନ୍ତ୍ରିତ ଆବାସରେ ୧୦୫୬ଟି ଶଯ୍ୟା ରହିଛି, ଯେଉଁଠାରେ ଶ୍ରମିକମାନଙ୍କ ରହିବା ପାଇଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଅଛି। ଶ୍ରମିକମାନଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ କର୍ମଜୀବୀଙ୍କ ପ୍ରତି ଜେଏସ୍‌ପିର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଜେଏସ୍‌ପି ଅଧ୍ୟକ୍ଷ ଜିନ୍ଦଲ କହିଲେ, ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷା, ଉତ୍ତମ ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ଆରାମ ହେଉଛି ଜେଏସ୍‌ପିର ପ୍ରାଥମିକତା। କ୍ରମାଗତ ଭାବରେ କମ୍ପାନୀର ଅଭିବୃଦ୍ଧି ତଥା ଉନ୍ନତି ପାଇଁ ପ୍ରୟାସ କରୁଥିବା ସମସ୍ତ ମାନବସମ୍ବଳଙ୍କ ସୁସ୍ଥତାକୁ ସୁନିଶ୍ଚିତ କରାଯାଉଛି। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ଜେଏସ୍‌ପି ଅଧ୍ୟକ୍ଷ ଜିନ୍ଦଲ ବ୍ୟକ୍ତିଗତ ଭାବରେ ଗଦି, ଶଯ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁବିଧା ସୁଯୋଗର ଗୁଣବତ୍ତା ଯାଞ୍ଚ କରିଥିଲେ। କର୍ମଜୀବୀମାନେ ଏପରି ସୁନ୍ଦର ଆବାସ ପାଇଥିବାରୁ ସେମାନଙ୍କ ଖୁସି ଏବଂ କୃତଜ୍ଞତା ଜଣାଇବା ସହ କର୍ମଜୀବୀଙ୍କ ପାଇଁ ନିଆଯାଇଥିବା ଏହି ନିଆରା ପଦକ୍ଷେପ ଯୋଗୁ ଜେଏସ୍‌ପି ଅଧ୍ୟକ୍ଷ ଜିନ୍ଦଲଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ, ଜେଏସ୍‌ପିର ଅନୁଗୋଳ ୟୁନିଟ୍‌ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱର ସର୍ବବୃହତ ଏକକ-ଅବସ୍ଥାନ ବିଶିଷ୍ଟ ଇସ୍ପାତ ଉତ୍ପାଦନକାରୀ ହେବାକୁ ଯାଉଛି, ଯାହାର ଆନୁମାନିକ ଉତ୍ପାଦନ କ୍ଷମତା ବାର୍ଷିକ ୨୫ ନିୟୁତ ଟନ୍‌ (ଏମ୍‌ଟିପିଏ) ନେଇ ଲକ୍ଷ୍ୟ ରହିଛି। ଶ୍ରମବୀର ପ୍ୟାଲେସ ବ୍ୟତୀତ, ଆଉ ୨ଟି ସମାନ ଆବାସ ୟୁନିଟ୍‌ ଶ୍ରମିକ ବିହାରରେ ବିକଶିତ କରାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩୦୦୦ ଜଣଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୫ ଶେଷ ସୁଦ୍ଧା ୨୦,୦୦୦ ଶ୍ରମିକଙ୍କ ରହିବା ପାଇଁ ଏହି ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରକାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ୟୁନିଟ୍‌ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମାଲହାନ ଏବଂ ଅନ୍ୟମାନେ ଯୋଗଦେଇ କର୍ମଜୀବୀଙ୍କ ବିକାଶ ପାଇଁ ଜେଏସ୍‌ପିର ସାମଗ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri