ସନସ୍ୟୁର ଏନର୍ଜି ସହ ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ର ବୁଝାମଣା

ଭୁବନେଶ୍ୱର,୧୧।୪ (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍‌ଲେସର ଗାଜିଆବାଦସ୍ଥିତ ସହାୟକ କମ୍ପାନୀ ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ ଏବଂ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥା ୧୧ ମେଗାୱାଟର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି (ପିପିଏ) ସ୍ବାକ୍ଷର କରିଛି। ବୁଝାମଣା ଅନୁଯାୟୀ ଉତର ପ୍ରଦେଶର ଅଗସାଇଠାରେ ଥିବା ୪୯ ମେଗାୱାଟ୍‌ ପିକ୍‌ ସୌର ପ୍ରକଳ୍ପରୁ ଏହା ୧୧ ମେଗାୱାଟ୍‌ ସୌର ଶକ୍ତି ଗ୍ରହଣ କରିବ ଏବଂ ଏହାର ପ୍ଲାଣ୍ଟରେ ପ୍ରାୟ ୫୦% ସ୍ବଚ୍ଛ ଶକ୍ତି ଉପଯୋଗ କରିବ। ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି କୁହାଯାଉଛି।
ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ଜଗମୋହନ ସୁଦ୍‌ କହିଛନ୍ତି, ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ର ଏହି ଭାଗୀଦାରି ଆମର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ ଏବଂ ୨୦୩୫ ସୁଦ୍ଧା ୫୦% କାର୍ବନ ନିର୍ଗମନ ହ୍ରାସ କରିବାର ଆମର ସ୍ବଳ୍ପକାଳୀନ ଲକ୍ଷ୍ୟର ଏକ ଅଂଶ । ଆମର ଉତ୍ପାଦନ ପ୍ରକ୍ରିୟାରେ ଅକ୍ଷୟ ଶକ୍ତିକୁ ସମନ୍ବିତ କରି ଆମେ କେବଳ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରୁନାହୁଁ ବରଂ ଭାରତରେ ଧାତୁ ଶିଳ୍ପ ପାଇଁ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛୁ। ଷ୍ଟେନ୍‌ଲେସ୍‌ ଷ୍ଟିଲ ଶିଳ୍ପରେ ଏକ ଅଗ୍ରଣୀ କମ୍ପାନୀ ହିସାବରେ ସବୁଜ ହାଇଡ୍ରୋଜେନ ବ୍ୟବହାର, ଜୈବ ଇନ୍ଧନର ବ୍ୟବହାର, ଗ୍ରିଡରୁ ଅକ୍ଷୟ ଶକ୍ତି ଅଂଶ ବୃଦ୍ଧି ଇତ୍ୟାଦି ମାଧ୍ୟମରେ ସ୍ବଚ୍ଛ ଉପାୟ ଅବଲମ୍ବନ କରିବା ଏକ ଦାୟିତ୍ୱ ବୋଲି ଆମେ ବିଚାର କରୁଅଛୁ। ସେହିଭଳି ସନସ୍ୟୁର ଏନର୍ଜିର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ସିଇଓ ଶଶାଙ୍କ ଶର୍ମା କହିଛନ୍ତି, ଶିଳ୍ପ କ୍ଷେତ୍ର ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ସହ ଯୋଡ଼ି ହୋଇଥିବାରୁ ଏଭଳି ସହଯୋଗ ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଚୁକ୍ତି ମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ ଅକ୍ଷୟ ଉତ୍ସରୁ ଶକ୍ତି ସଂଗ୍ରହ କରି ଉତର ପ୍ରଦେଶରେ ଧାତୁ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସାଜିଛି। ଏହା ଦର୍ଶାଉଛି ଯେ ସ୍ବଚ୍ଛ ଶକ୍ତି କେବଳ ଏକ ବିକଳ୍ପ ନୁହେଁ, ବରଂ ଶିଳ୍ପ ପ୍ରଗତିର ଭବିଷ୍ୟତ। ନିରନ୍ତର ବିକାଶ ପଦକ୍ଷେପ ପାଇଁ ଜେଏସ୍‌ଏଲ୍‌ର ସୁପରିଚିତ ଏବଂ ସେମାନଙ୍କୁ ଆମର ଗ୍ରାହକ ପରିବାରରେ ସ୍ବାଗତ କରି ଆମେ ଗର୍ବ ଅନୁଭବ କରୁଛୁ।
ଅପରପକ୍ଷରେ ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌ ସହ ସନସ୍ୟୁର ଏନର୍ଜିର ବୁଝାମଣା (ଭାଗୀଦାରି) ଭାରତର ବାଣିଜି୍ୟକ ଏବଂ ଶିଳ୍ପ କ୍ଷେତ୍ରରେ ଅକ୍ଷୟ ଶକ୍ତିକୁ ଆଗକୁ ବଢ଼ାଇବାର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ। ଏହି ଭାଗୀଦାରି ଜେଏସ୍‌ଏଲ୍‌ ସୁପର ଷ୍ଟିଲ୍‌କୁ ବାର୍ଷିକ ୧୬.୫ ମିଲିୟନ ୟୁନିଟ୍‌ (ଏମୟୁ) ସ୍ବଚ୍ଛ ଶକ୍ତି ପାଇବାରେ ସକ୍ଷମ କରିବ ଏବଂ କମ୍ପାନୀକୁ ବାର୍ଷିକ ୧୨ ମିଲିୟନ କିଲୋଗ୍ରାମ କାର୍ବନ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ୫ ଲକ୍ଷ ୪୫ ହଜାରରୁ ଅଧିକ ଗଛ ଲଗାଇବା ସହିତ ସମାନ। ଏହି ପଦକ୍ଷେପ ସବୁଜ ଇସ୍ପାତ ଉତ୍ପାଦନ ପାଇଁ ଭାରତର ପ୍ରୟାସକୁ ସୁଦୃଢ଼ କରିବ ଏବଂ ଏକ ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଆଣିବ, ଯାହାର ଉଦ୍ଦେଶ୍ୟ ହେଉଛି ଶକ୍ତି ଭିତିକ ଶିଳ୍ପ କ୍ଷେତ୍ରରେ କାର୍ବନ ନିର୍ଗମନକୁ ରୋକିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri