ଭୁବନେଶ୍ୱର,୧୧।୪ (ଅଭୟ ଦାଶ): ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍ଲେସର ଗାଜିଆବାଦସ୍ଥିତ ସହାୟକ କମ୍ପାନୀ ଜେଏସ୍ଏଲ୍ ସୁପର ଷ୍ଟିଲ୍ ଏବଂ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥା ୧୧ ମେଗାୱାଟର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି (ପିପିଏ) ସ୍ବାକ୍ଷର କରିଛି। ବୁଝାମଣା ଅନୁଯାୟୀ ଉତର ପ୍ରଦେଶର ଅଗସାଇଠାରେ ଥିବା ୪୯ ମେଗାୱାଟ୍ ପିକ୍ ସୌର ପ୍ରକଳ୍ପରୁ ଏହା ୧୧ ମେଗାୱାଟ୍ ସୌର ଶକ୍ତି ଗ୍ରହଣ କରିବ ଏବଂ ଏହାର ପ୍ଲାଣ୍ଟରେ ପ୍ରାୟ ୫୦% ସ୍ବଚ୍ଛ ଶକ୍ତି ଉପଯୋଗ କରିବ। ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି କୁହାଯାଉଛି।
ଜିନ୍ଦଲ ଷ୍ଟେନ୍ଲେସ୍ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ଜଗମୋହନ ସୁଦ୍ କହିଛନ୍ତି, ଜେଏସ୍ଏଲ୍ ସୁପର ଷ୍ଟିଲ୍ର ଏହି ଭାଗୀଦାରି ଆମର ନେଟ୍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ ଏବଂ ୨୦୩୫ ସୁଦ୍ଧା ୫୦% କାର୍ବନ ନିର୍ଗମନ ହ୍ରାସ କରିବାର ଆମର ସ୍ବଳ୍ପକାଳୀନ ଲକ୍ଷ୍ୟର ଏକ ଅଂଶ । ଆମର ଉତ୍ପାଦନ ପ୍ରକ୍ରିୟାରେ ଅକ୍ଷୟ ଶକ୍ତିକୁ ସମନ୍ବିତ କରି ଆମେ କେବଳ କାର୍ବନ ଫୁଟ୍ପ୍ରିଣ୍ଟ ହ୍ରାସ କରୁନାହୁଁ ବରଂ ଭାରତରେ ଧାତୁ ଶିଳ୍ପ ପାଇଁ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛୁ। ଷ୍ଟେନ୍ଲେସ୍ ଷ୍ଟିଲ ଶିଳ୍ପରେ ଏକ ଅଗ୍ରଣୀ କମ୍ପାନୀ ହିସାବରେ ସବୁଜ ହାଇଡ୍ରୋଜେନ ବ୍ୟବହାର, ଜୈବ ଇନ୍ଧନର ବ୍ୟବହାର, ଗ୍ରିଡରୁ ଅକ୍ଷୟ ଶକ୍ତି ଅଂଶ ବୃଦ୍ଧି ଇତ୍ୟାଦି ମାଧ୍ୟମରେ ସ୍ବଚ୍ଛ ଉପାୟ ଅବଲମ୍ବନ କରିବା ଏକ ଦାୟିତ୍ୱ ବୋଲି ଆମେ ବିଚାର କରୁଅଛୁ। ସେହିଭଳି ସନସ୍ୟୁର ଏନର୍ଜିର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ସିଇଓ ଶଶାଙ୍କ ଶର୍ମା କହିଛନ୍ତି, ଶିଳ୍ପ କ୍ଷେତ୍ର ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ସହ ଯୋଡ଼ି ହୋଇଥିବାରୁ ଏଭଳି ସହଯୋଗ ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଚୁକ୍ତି ମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଅକ୍ଷୟ ଉତ୍ସରୁ ଶକ୍ତି ସଂଗ୍ରହ କରି ଉତର ପ୍ରଦେଶରେ ଧାତୁ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସାଜିଛି। ଏହା ଦର୍ଶାଉଛି ଯେ ସ୍ବଚ୍ଛ ଶକ୍ତି କେବଳ ଏକ ବିକଳ୍ପ ନୁହେଁ, ବରଂ ଶିଳ୍ପ ପ୍ରଗତିର ଭବିଷ୍ୟତ। ନିରନ୍ତର ବିକାଶ ପଦକ୍ଷେପ ପାଇଁ ଜେଏସ୍ଏଲ୍ର ସୁପରିଚିତ ଏବଂ ସେମାନଙ୍କୁ ଆମର ଗ୍ରାହକ ପରିବାରରେ ସ୍ବାଗତ କରି ଆମେ ଗର୍ବ ଅନୁଭବ କରୁଛୁ।
ଅପରପକ୍ଷରେ ଜେଏସ୍ଏଲ୍ ସୁପର ଷ୍ଟିଲ୍ ସହ ସନସ୍ୟୁର ଏନର୍ଜିର ବୁଝାମଣା (ଭାଗୀଦାରି) ଭାରତର ବାଣିଜି୍ୟକ ଏବଂ ଶିଳ୍ପ କ୍ଷେତ୍ରରେ ଅକ୍ଷୟ ଶକ୍ତିକୁ ଆଗକୁ ବଢ଼ାଇବାର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ। ଏହି ଭାଗୀଦାରି ଜେଏସ୍ଏଲ୍ ସୁପର ଷ୍ଟିଲ୍କୁ ବାର୍ଷିକ ୧୬.୫ ମିଲିୟନ ୟୁନିଟ୍ (ଏମୟୁ) ସ୍ବଚ୍ଛ ଶକ୍ତି ପାଇବାରେ ସକ୍ଷମ କରିବ ଏବଂ କମ୍ପାନୀକୁ ବାର୍ଷିକ ୧୨ ମିଲିୟନ କିଲୋଗ୍ରାମ କାର୍ବନ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ୫ ଲକ୍ଷ ୪୫ ହଜାରରୁ ଅଧିକ ଗଛ ଲଗାଇବା ସହିତ ସମାନ। ଏହି ପଦକ୍ଷେପ ସବୁଜ ଇସ୍ପାତ ଉତ୍ପାଦନ ପାଇଁ ଭାରତର ପ୍ରୟାସକୁ ସୁଦୃଢ଼ କରିବ ଏବଂ ଏକ ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଆଣିବ, ଯାହାର ଉଦ୍ଦେଶ୍ୟ ହେଉଛି ଶକ୍ତି ଭିତିକ ଶିଳ୍ପ କ୍ଷେତ୍ରରେ କାର୍ବନ ନିର୍ଗମନକୁ ରୋକିବ।


