ଭୁବନେଶ୍ୱର,୧୧ା୪: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଶନିବାରଠାରୁ ଅନୁଷ୍ଠିତ ହେବ ବିଜେପିର ୨ ଦିନିଆ କର୍ମଶାଳାନୂଆ ବିଧାୟକଙ୍କୁ ସରକାର କେମିତି ଚାଲେ ବୁଝାଇବେ। ଏଥିସହିତ ଅଭିଜ୍ଞତା ସମ୍ପନ୍ନ ନେତାଙ୍କଠାରୁ ନବାଗତମାନେ ଶିଖିବେ।
ପୁରୀରେ ହେବାକୁ ଥିବା ‘ବିଧାୟକ ଓ ଏମ୍ପି ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ୧୧ ତାରିଖ ସାରୁ ୧୩ ତାରିଖ ସା ପର୍ଯ୍ୟନ୍ତ ଚାଲିବ। ୧୨ ତାରିଖ ସକାଳେ ନଡ୍ଡା ବିଧିବଦ୍ଧଭାବେ ଏହାକୁ ଉଦ୍ଘାଟନ କରିବେ। ଏହି ଶିବିରରେ ସାଙ୍ଗଠନିକ, ପ୍ରଶାସନିକ, ବିଚାରଧାରା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ନଡ୍ଡାଙ୍କ ଏହି ୨ ଦିନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏକ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ ୩ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।


