Categories: ଖେଳ

ଇଂଲଣ୍ଡ ଟି୨୦, ଦିନିକିଆ ଦଳର ଅଧିନାୟକ ବଟଲର

ଲଣ୍ଡନ,୩୦।୬: ଉଇକେଟକିପର ତଥା ବିସ୍ଫୋରକ ଓପନର ଜୋଶ ବଟଲରଙ୍କୁ ଇଂଲଣ୍ଡ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଇଂଲଣ୍ଡର ପୂର୍ବତନ ସୀମିତ ଓଭର ଦଳର ଅଧିନାୟକ ଇଆନ ମୋର୍ଗାନଙ୍କ ଅବସର ପରେ ଏହି ପଦ ଖାଲି ପଡ଼ିଥିଲା। ଇଂଲଣ୍ଡ ଟି୨୦ ଓ ଦିନିକିଆ ଦଳର ନିୟମିତ ଖେଳାଳି ବଟଲର ଆଗାମୀ ଭାରତ ବିପକ୍ଷ ସିରିଜ୍‌ରେ ପ୍ରଥମ ଥର ପାଇଁ ଫୁଲ ଟାଇମ୍‌ ଅଧିନାୟକ ଭାର ସମ୍ଭାଳିବେ। ସେ ଏପର୍ଯ୍ୟନ୍ତ ୯ ଦିନିକିଆ ଓ ୫ ଟି୨୦ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇଛନ୍ତି। ୨୦୧୧ରେ ପଦାର୍ପଣ କରିଥିବା ବଟଲର ୧୫୧ ଦିନିକିଆରେ ୪୧.୨୦ ଆଭରେଜରେ ୧୦ ଶତକ ସହ ୪୧୨୦ ରନ୍‌ କରିଛନ୍ତି। ସେହିଭଳି ଟି୨୦ରେ ୮୮ ମ୍ୟାଚ୍‌ରେ ୩୪.୫୧ ହାରରେ ୨୧୪୦ ରନ୍‌ କରିଛନ୍ତି।

Share